Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜିଓର ତ୍ରୈମାସିକ ନେଟ ଲାଭ ୧୨.୧% ବୃଦ୍ଧି ସହ ୪୮୬୩ କୋଟି
ଆଜିର ଖବର

ରିଲାଏନ୍ସ ଜିଓର ତ୍ରୈମାସିକ ନେଟ ଲାଭ ୧୨.୧% ବୃଦ୍ଧି ସହ ୪୮୬୩ କୋଟି

July 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅପ୍ରେଲ ରୁ ଜୁନ ୨୦୨୩ ତ୍ରୟମାସରେ ରିଲାଏନ୍ସ ଜିଓର ନେଟ ଲାଭ ୧୨ ପ୍ରତିଶତ ବୃଦ୍ଧି ସହିତ ୪୮୬୩ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୟମାସରେ ଜିଓର ନେଟ ଲାଭ ୪୩୩୫ କୋଟି ଟଙ୍କା ରହିଥିଲା। ଅପ୍ରେଲ ରୁ ଜୁନ ତ୍ରୟମାସରେ ରିଲାଏନ୍ସ ଜିଓ ର ମୋଟ ଆୟ ପୂର୍ବ ବର୍ଷର ସମାନ ସମୟରେ ରହିଥିବା ୨୧୯୯୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୪୧୨୭ କୋଟି ଟଙ୍କାରେ ପହଂଚିଛି।

ଏହି ତ୍ରୟମାସରେ ଜିଓ ୯୨ ଲକ୍ଷରୁ ଅଧିକ ଗ୍ରାହକ ଯୋଡି ଦେଶର ସର୍ବବୃହତ ଡିଜିଟାଲ ସେବାପ୍ରଦାନକାରୀ ଭାବରେ ନିଜର ସ୍ଥାନ ସୁଦୃଢ କରିବା ସହିତ ମୋଟ ଡାଟା ଟ୍ରାଫିକ ୨୮.୩ ପ୍ରତିଶତ ବୃଦ୍ଧି ପାଇ ୩୩.୨ ବିଲିଅନ ଜିବିରେ ପହଂଚିଛି। ଜୁନ ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୪.୮୫ କୋଟିକୁ ବୃଦ୍ଧିପାଇଛି। ଜିଓର ଗ୍ରାହକ ପିଛା ମାସିକ ରାଜସ୍ୱ (ଆରପୁ) ୧୮୦.୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ୫ଜି ନେଟୱାର୍କର ପ୍ରସାର ଏବଂ ଜିଓ ଫାଇବରର ସମ୍ପ୍ରସାରଣ ବଳରେ ଜିଓ ନେଟୱାର୍କରେ ମାସିକ ଡାଟା ବ୍ୟବହାର ଏହି ତ୍ରୟମାସରେ ୧୧ ଏକ୍ସାବାଇଟ ଅତିକ୍ରମ କରିଛି। ଏହି ଅବଧିରେ ଜିଓ ୧୧୫୦୦୦ ନୂଆ ନେଟୱାର୍କ ସାଇଟରେ ୬୯୦୦୦୦ ୫ଜି ସେଲ ମୃତୟନ ସହିତ ୯୦ ପ୍ରତିଶତ ସହର ଓ ନଗରରେ ପହଂଚିବା ସହିତ ଉଭୟ ନେଟୱାର୍କ ଉପଲବ୍ଧତା ଓ ଗ୍ରାହକ ଅନୁଭୁତିରେ ସର୍ବାଗ୍ରେ ରହିଛି।

ଚଳିତ ଆର୍ôଥକ ବର୍ଷର ପ୍ରଥମ ତ୍ରୟମାସରେ ଜିଓ ପ୍ଲାଟଫର୍ମସ ଲିମିଟେଡ଼ (ଜେପିଏଲ) ର ନେଟ ଲାଭ ୧୨.୫ ପ୍ରତିଶତ ବୃଦ୍ଧି ସହିତ ୫୦୯୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଜିଓ ପ୍ଲାଟଫର୍ମସର ତ୍ରୈମାସିକ ଇବିଆଇଟିଡିଏ ୧୪.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୧୩୧୧୬ କୋଟି ଟଙ୍କା ହୋଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ସ୍ଥାନ ସୁଦୃଢ କରିବା ସହିତ ସାରା ଦେଶରେ ୫ଜି ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି। ନିକଟରେ ଦେଶର ପ୍ରାୟ ୨୫ କୋଟି ୨ଜି ମୋବାଇଲ ସେବା ବ୍ୟବହାରକାରୀଙ୍କୁ ୪ଜି ସେବାକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରି ଏହା ଜିଓ ଭାରତ ୪ଜି ଫିଚର ଫୋନ ଶୁଭାରମ୍ଭ କରିଛି। ମାତ୍ର ୯୯୯ ଟଙ୍କାରେ ଉପଲବ୍ଧ ଜିଓ ଭାରତ ୪ଜି ଫିଚର ଫୋନରେ ଉତ୍ତମ ମାନର ଭଏସ କଲିଂ ସୁବିଧା ସହିତ ଜିଓ ସିନେମା, ଜିଓ ସାବନ ଭଳି ମନୋରଞ୍ଜନ ଆପ୍ପ ସହିତ ଜିଓ ପେ ମାଧ୍ୟମରେ ୟୁପିଆଇ ପେମେଂଟ ସୁବିଧା ରହିଛି।

ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.