Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ଶ୍ରେଷ୍ଠ ସଙ୍ଘ ଭାବେ କୁଜଙ୍ଗ ଅନ୍ୟତମ: ଓକିଲ ସଙ୍ଘର ବାର୍ଷିକ ଉତ୍ସବରେ ହାଇକୋର୍ଟର ମୁଖ୍ୟ ବିଚାରପତି
ଆଜିର ଖବର

ରାଜ୍ୟର ଶ୍ରେଷ୍ଠ ସଙ୍ଘ ଭାବେ କୁଜଙ୍ଗ ଅନ୍ୟତମ: ଓକିଲ ସଙ୍ଘର ବାର୍ଷିକ ଉତ୍ସବରେ ହାଇକୋର୍ଟର ମୁଖ୍ୟ ବିଚାରପତି

July 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଜଗତସିଂହପୁର କୁଜଙ୍ଗ ଓକିଲ ସଙ୍ଘର ୪୦ ତମ ବାର୍ଷିକ ଉତ୍ସବ ବିଚାର ବିଭାଗୀୟ ଅଦାଲତ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ. ମୂରଲୀଧର ବକ୍ତବ୍ୟ ପ୍ରଦାନକରି କୁଜଙ୍ଗ ଓକିଲ ସଙ୍ଘର ସଦସ୍ୟ ମାନଙ୍କର କାର୍ଯ୍ୟଦକ୍ଷତା, ନିଜର ପେଶାପ୍ରତି ନିଷ୍ଠା ତଥା ସଙ୍ଘକୁ ସବୁ ଦୃଷ୍ଟିକୋଣରୁ ରାଜ୍ୟର ଶ୍ରେଷ୍ଠ ସଙ୍ଘଭାବେ ଗଢି ତୋଳିବାର ଉଦ୍ୟମକୁ ପ୍ରଶଂସା କରିଥିଲେ।

ସେହିପରି ଭାବେ ସହକର୍ମୀ ମାନଙ୍କ ଠାରୁ କୁଜଙ୍ଗ ଓକିଲ ସଙ୍ଘ ସମ୍ପର୍କରେ ଶୁଣିବାପରେ ଗତ ଦୁଇବର୍ଷ ହେବ ଏଠାକୁ ଆସିବାକୁ ଉଦ୍ୟମ କରିଆସୁଥିଲେ ମଧ୍ୟ ଆଜି ଏହା ସଫଳ ହୋଇଥିବା ସେ ପ୍ରକାଶ କରିଥିଲେ। ସେମାନଙ୍କର ଆନ୍ତରିକ ଉଦ୍ୟମ ଫଳରେ କୁଜଙ୍ଗରେ ଏକ କୋର୍ଟ କଂପ୍ଲେକ୍ସ ନିର୍ମାଣ କରିବା ସମ୍ଭବ ହୋଇଛି। କୁଜଙ୍ଗର ବିଚାର ବ୍ୟବସ୍ଥା ତଥା ଓକିଲ ମାନଙ୍କର ନିଷ୍ଠା ଅନ୍ୟମାନଙ୍କ ପ୍ରତି ଏକ ଉଦାହରଣ ବୋଲି ସେ କହିବା ସହିତ କୁଜଙ୍ଗ ଆଗାମୀ ଦିନରେ ରାଜ୍ୟର ବିଚାର ବିଭାଗକୁ ଅଧିକ ଦକ୍ଷ ଓ ଯୋଗ୍ୟ ଆଇନଜିବୀ ପ୍ରଦାନ କରିବ ବୋଲି ସେ ଆଶା ପ୍ରକାଶ କହିଥିଲେ।

ସଙ୍ଘର ସଭାପତି ସତ୍ୟାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଓ ସଂଳାପକାର ତଥା ଭାଷ୍ୟକାର ଶରଣାରବିନ୍ଦ ଓଝା କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶୁଭାଶୀଷ ତାଳପତ୍ର, ନ୍ୟାୟାଧୀଶ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡଙ୍ଗୀ, ଜିଲ୍ଲା ଜଜ୍ ଅନୁପ କୁମାର ଚନ୍ଦ୍ରନ ପ୍ରମୁଖ ବକ୍ତବ୍ୟ ପ୍ରଦାନକରି କୁଜଙ୍ଗ ଓକିଲ ସଙ୍ଘର ଭୂୟସୀ ପ୍ରଶଂସା କରିଥିଲେ।

ପ୍ରାରମ୍ଭରେ ଅତିଥିମାନେ ୬ କୋଟ ଟଙ୍କା ବ୍ୟୟ ଅଟକଳରେ କୁଜଙ୍ଗ ନବନିର୍ମିତ କୋର୍ଟ କଂପ୍ଲେକ୍ସଠାରେ କୋର୍ଟ କଂପ୍ଲେକ୍ସର ସଞ୍ଜୋଗକାରୀ ସଡକ, କୋର୍ଟ ବାର ଓ କ୍ୟାଂଟିନ ଗୃହକୁ ଶିଳାନ୍ୟାସ କରିଥିଲେ।

ଏହି ଅବସରରେ କୁଜଙ୍ଗ ଓକିଲ ସଙ୍ଘ ପକ୍ଷରୁ ମଂଚାସୀନ ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ବିଚାରପତି ଜଷ୍ଟିସ ଡ଼କ୍ଟର ଏସ. ମୂରଲୀଧର କୁଜଙ୍ଗ ବରିଷ୍ଠ ଆଇନଜିବୀ ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ଭାବେ ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ଓକିଲ ସଙ୍ଘର ସମ୍ପାଦକ ଦାମୋଦର ସ୍ୱାଇଁ ସଭାପତି ସତ୍ୟାନନ୍ଦ ବିଶ୍ୱାଳ, ପୂର୍ବତନ ସଭାପତି ଅମୃତ ଦାସ, ଏଏନଡି ଯାଦବ ପ୍ରମୁଖଙ୍କୁ ମଂଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବତନ ସଭାପତି ଅମୃତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ଅବସରରେ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପାର୍ଥସାରଥୀ ପଟ୍ଟନାୟକ, ସିଭିଲ ଜଜ ସିନିୟର ଡିଭିଜନ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ସିଭିଲ ଜଜ ଜୁନିୟର ଡିଭିଜନ ଅନୁରାଧା ଶର୍ମା, ଜେଏମଏଫସି ବିଶ୍ୱଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପାରୁଲ ପଟୱାରୀ, ଏସପି ରାହୁଲ ପିଆର, ବିଶିଷ୍ଠ ଆଇନଜିବୀ ସୌରୀଚନ୍ଦ୍ର ମହାପାତ୍ର, କୁଜଙ୍ଗ ତହସିଲଦାର ପ୍ରିତୀପର୍ଣ୍ଣା ମିଶ୍ର, ଡାକ୍ତର ପ୍ରସନ୍ନ କୁମାର ପଣ୍ଡା, ଡାକ୍ତର ଶିବପ୍ରସାଦ ସେଠୀ, ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ରାଉତ, କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ତଦ୍ଦାରଖ କରିଥିଲେ। କୁଜଙ୍ଗ ଓକିଲ ସଙ୍ଘର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

କୁଜଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.