Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜ୍ଞାନ-ଅନ୍ଧବିଶ୍ୱାସ ଓ ଭୂତ-ପ୍ରେତ
ଆଜିର ଖବର

ବିଜ୍ଞାନ-ଅନ୍ଧବିଶ୍ୱାସ ଓ ଭୂତ-ପ୍ରେତ

July 24, 2023No Comments6 Mins Read
Share Facebook Twitter LinkedIn Email WhatsApp Copy Link

ସୁବାଷ କୁମାର ତାରଣିଆ

ଭୁବନେଶ୍ଵର: ଗତ କିଛିମାସ ତଳେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରେ ଖାଦ୍ୟ ଗ୍ରହଣକୁ ନେଇ ଯୁକ୍ତିତର୍କ, ଠେଲାପେଲା, ହାତାହାତି ହୋଇଥିଲା। ଏପରିକି ମାମଲା ଥାନାରେ ପହଞ୍ôଚଥିଲା ଓ ଉଭୟ ପକ୍ଷଙ୍କୁ ପୋଲିସ୍ ଗିରଫ କରିଥିଲା। ସେହି ଘଟଣାର ଦୃଶ୍ୟ ସମାଜିକ ଗଣମାଧ୍ୟମରେ ତୁହାକୁ ତୁହା ଦେଖିବାକୁ ମିଳିଥିଲା। ଚା ଖଟି ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ମଧ୍ୟରେ ସେହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

କିଛି ଲୋକ ବିଜ୍ଞାନ ଧର୍ମବିରୋଧୀ ଏହା ଓଡ଼ିଆ ଜାତି, ସଂସ୍କୃତି ଓ ପରମ୍ପରାକୁ କୁଠାରଘାତ କରୁଛି ବୋଲି କହୁଥିବା ବେଳେ ଆଉ କିଛି ଲୋକ କୁହନ୍ତି ବିଜ୍ଞାନ ଧର୍ମ ବିରୋଧୀ ନୁହେଁ, ବରଂ ଅନ୍ଧବିଶ୍ୱାସ ପଛରେ ଥିବା ବୈଜ୍ଞାନିକ କାରଣକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯଦି ବିଜ୍ଞାନ ଓ ଅନ୍ଧବିଶ୍ୱାସକୁ ତର୍ଜମା କରିବା, ତେବେ ଏହିିସବୁ ଚିନ୍ତାଧାରା ଅଯୌକ୍ତିକ ଓ କପୋଳକଳ୍ପିତ ବୋଲି ଲୋକ ଯୁକ୍ତି ବାଢିବେ।

ଉଦାହରଣସ୍ୱରୂପ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରୁ ବାହାରକୁ ଯିବା ବେଳେ ଦହିଖାଇ ଗଲେ ଶୁଭଫଳ ମିଳିଥାଏ ବୋଲି ଲୋକଙ୍କ ବିଶ୍ୱାସ ଥିବାବେଳେ, ଏହାର ବୈଜ୍ଞାନିକ କାରଣ ହେଉଛି ଦହି ଖାଇବା ଦ୍ୱାରା ମସ୍ତିସ୍କ ଥଣ୍ଡା ରୁହେ ଯାହା କାର୍ଯ୍ୟ କରିବା ପାଇଁ ମାନସିକ ଓ ଶାରୀରିକ ଭାବେ ଶକ୍ତି ଯୋଗାଇଥାଏ।

କେଉଁ ଆବହମାନ କାଳରୁ ଆମ ସମାଜରେ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଗୁଣିଗାରେଡ଼ି ପ୍ରଥା ପ୍ରଚଳିତ ରହିଆସିଛି। ପୂର୍ବେ ଭଲ ଫସଲ ଅମଳ ଆଶାରେ କ୍ଷେତରେ ନରବଳି ଦିଆଯାଉଥିଲା ତ କେଉଁଠି ନିଜର ରିଷ୍ଟ ଖଣ୍ଡନ, ମନସ୍କାମନା ପୂରଣ ପାଇଁ ଦେବାଦେବୀଙ୍କ ପାଖରେ ପଶୁବଳି ଓ ବିଭିନ୍ନ ଫୁଲ, ଫଳ ଅର୍ପଣ କରାଯାଉଥିଲା। ବସନ୍ତ, ମିଳିମିଳା ଆଦି ରୋଗ ହେଲେ, ଡାକ୍ତରଖାନା ନେବା ବଦଳରେ ଗୁଣିଗାରେଡ଼ିଙ୍କ ପାଖକୁ ନେବା, କାହାକୁ ସାପ କାମୁଡ଼ିଲେ ଚିିକିତ୍ସା କରିବା ବଦଳରେ ଝଡାଫୁଙ୍କା କରିବା ଇତ୍ୟାଦି ଅନେକ ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରନ୍ତି। ବିଶେଷକରି ଦୁର୍ଗମ ଅଞ୍ଚଳରେ ଗମନା ଗମନର ସୁବିଧା କିମ୍ବା ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଉପଯୁକ୍ତ ଡାକ୍ତରଖାନା ନଥିବାରୁ କାହାର ଦେହ ଖରାପ ହେଲେ ସେମାନେ ଗୁଣିଗାରେଡ଼ି ବା ଝଡ଼ାଫୁଙ୍କାରେ ବିଶ୍ୱାସ କରନ୍ତି।

୨୦୨୧ ମସିହାରେ ଯାଜପୁର ଜିଲ୍ଲା ଦାନଗଦି ଥାନା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ। ନିଜ ଦାଦାପୁଅ ଭାଇର ମୃତ୍ୟୁ ପାଇଁ ବୃଦ୍ଧାଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଯୁବକ ଜଣକ ବୃଦ୍ଧାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବା ପରେ ସେହି କଟାମୁଣ୍ଡ ଓ ଟାଙ୍ଗିଆ ସହ ସ୍ଥାନୀୟ ଥାନାରେ ଆତ୍ମ ସମର୍ପଣ କରିଥିଲେ। ଏଇ ନିକଟରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳ ଠାକୁରଙ୍କ ପୀଠରେ ୧୫ ହଜାର ନଡ଼ିଆ ଭାଙ୍ଗି ମାନସିକ ପୂରଣ କରିଛନ୍ତି।

ଗତ ୨୦୧୯ ନିର୍ବାଚନରେ ଶ୍ରୀ ସ୍ୱାଇଁ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଯେତିକି ପରିମାଣ ଭୋଟରେ ବିଜୟୀ ହେବେ, ସେହି ପରିମାଣରେ ନଡ଼ିଆ ଭାଙ୍ଗିବେ ବୋଲି ସେ ସୀମାଞ୍ଚଳମ ମନ୍ଦିରରେ ମାନସିକ କରିଥିଲେ ଓ ନିର୍ବାଚନରେ ୧୪ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ। ମାତ୍ର କୋଭିଡ଼ କଟକଣା ଯୋଗୁ ନିଜର ମାନସିକ ପୂରଣ କରିପାରି ନଥିଲେ। ଗତ ୩ ତାରିଖ ବୁଧବାର ସକାଳେ ମନ୍ଦିରରେ ପହଞ୍ôଚ ୧୫ ହଜାର ନଡ଼ିଆ ଭାଙ୍ଗିଥିଲେ। ସେହିପରି ୨୦୦୯ ଓ ୨୦୧୪ ନିର୍ବାଚନରେ ମଧ୍ୟ ଶ୍ରୀ ସ୍ୱାଇଁ ଯେତିକି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ, ସେତିକି ପରିମାଣରେ ନଡ଼ିଆ ସୀମାଞ୍ଚଳମ ମନ୍ଦିରରେ ଭାଙ୍ଗିଥିଲେ।

ଠିକ୍ ଏହାର କିଛିମାସ ପରେ ଭୂତ, ପ୍ରେତ, ତନ୍ତ୍ର, ମନ୍ତ୍ର ଓ ଗୁଣିଗାରେଡ଼ିକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ କିଛି କମ୍ ହୋଇନଥିଲା। ବିପିନ ବିହାରୀ ରାଉତରାୟ ନାମକ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ସେ ବଗଲାମୁଖୀ ସାଧନା କରୁଥିବା ସାଧକ ଏବଂ ଇତର ଜଗତ, ଭୌତିକ ଜଗତର ଭୂତମାନଙ୍କର ମୁଁ ସଭାପତି। ତାଙ୍କ ନିକଟରେ ୪୦ ଲକ୍ଷ ୨ ପ୍ରେତାତ୍ମା ଥିବାର ଦର୍ଶାଇଥିଲେ। କିଛିଦିନ ତଳେ ବିପିନ ରାତିର ନିଶାର୍ଦ୍ଧରେ ନବୀନ ନିବାସ ଦେଇ ଭୂତମାନଙ୍କ ମିଟିଂ ପାଇଁ ଏକ ଶ୍ମଶାସନକୁ ଯାଉଥିଲେ। ମିଟିଂ ସାରି ନବୀନ ନିବାସ ଦେଇ ଫେରୁଥିବା ବେଳେ ହଠାତ୍ ଗୋଟିଏ ପ୍ରେତାତ୍ମା ସହିତ ଭେଟ ହେଲା। ମୁଁ ତାଙ୍କୁ ପଚାରିଲି ତୁମେ କିଏ। ସେ କହିଲା ମୁଁ ନବ ଦାସର ପ୍ରେତାତ୍ମା ଓ ମୁଁ ତୁମର ସାହାଯ୍ୟ ଚାହୁଁଛି। କୁଚକ୍ରୀ ଗୋଷ୍ଠୀମାନେ ମୋତେ ହତ୍ୟା କରିଛନ୍ତି ଏବଂ ମୋ ଝିଅ ପଛରେ ସେମାନେ ପଡ଼ିଯାଇଛନ୍ତି, ମୋ ଝିଅ ନିର୍ବାଚନରେ ଲଢୁଛି, କୁଚକ୍ରି ଗୋଷ୍ଠୀ ଯେପରି ତାର କୌଣସି କ୍ଷତି କରିପାରିବେ ନାହିଁ ସେଥିପାଇଁ ମୁଁ ତୁମ ସାହାଯ୍ୟ ଚାହୁଁଛି।

ସେ ଆହୁରି ବି କହିଥିଲେ ଯେ, ୨୦୨୧ ମସିହା ମାର୍ଚ୍ଚ ମାସ ୨୭ ତାରିଖ ଦିନ ଭୁବନେଶ୍ୱର ହାତୀଆଶୁଣି ମଶାଣିରେ ଯଜ୍ଞ କରିବାକୁ ଯାଇଥିଲି ଭୁବନେଶ୍ୱରର ଗୋଟେ ବିଖ୍ୟାତ ନ୍ୟୁଜ ଚ୍ୟାନେଲ ସେଠାକୁ ଆସିଥିଲେ। ସେ ମୋତେ କହିଲେ ଭୂତ ଦେଖାଇପାରିବ। ମୁଁ ୫ଟାରେ ମନ୍ତ୍ର ପଢିଥିଲି ଏବଂ ୫.୧୫ମିନିଟ୍‌ରେ ୪୦ ଲକ୍ଷ ଭୂତ ଆସିଲେ। ଭୁବନେଶ୍ୱରକୁ ୪୫ ମିନିଟ୍ ପାଇଁ ମୁଁ ଅନ୍ଧାର କରିଦେଇଥିଲି। ଭୁବନେଶ୍ୱରରୁ କେହି ଘରୁ ବାହାରି ପାରିଲେ ନାହିଁ। ସେ ନ୍ୟୁଜ ଚ୍ୟାନେଲ ପ୍ରାଣ ବିକଳରେ ଛାଡ଼ିକି ପଳାଇଲେ। ହାତୀଆଶୁଣି ଶ୍ମାଶାନ ପାଖରେ ଯେତେ ଟ୍ରନ୍ସଫରମ ଥିଲା, ଭୂତଙ୍କ ପାୱାରରେ ସବୁ ଢୋ ଢା ଫୁଟି ଜଳିଯାଇଥଲା ବୋଲି ଯୁକ୍ତି ବାଢିଥିଲେ। ତାଙ୍କ କଥାରୁ ଲାଗୁଥିଲା ସତେ ଯେପରି ସେ ଭୂତ ପ୍ରେତଙ୍କ ଉପରେ ଗବେଷଣା କରିଛନ୍ତି। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ସଦର ଥାନା ପୋଲିସ୍ ନନ୍ଦପୁର ଗ୍ରମରୁ ବିପିନଙ୍କୁ ଗରିଫ କରିଥିଲା। ବିିପିନଙ୍କ ତିନୋଟି ପତ୍ନୀ ଥିବା ଜଣା ପଡ଼ିଥିଲା। ବିପିନ ଜଣେ ଭଣ୍ଡ ସାଧକ ଓ ବିଗତ ଦିନରେ ନିଜର ସମ୍ପର୍କୀୟଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ସେ ମାଟ୍ରିକ ପାସ୍ କରିନଥିବା ବେଳେ କେଉଁ ବିଶ୍ୱବିଦ୍ୟାଳୟରୁ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଘରୁ ପ୍ରେତାତ୍ମା ହଟାଇବା ଓ ଗୁପ୍ତଧନ କାଢିବା ନାଁରେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା କେଶରପୁରର ଭଣ୍ଡ ତାନ୍ତ୍ରିକ ମୌଲାନା କୈଫ ଖାନଙ୍କୁ ପୋଲିସ୍ ଗିରଫ କରିଥିଲା। ତାଙ୍କ ନାମରେ ମଙ୍ଗଳାବାଗ ଓ ସଦର ଥାନାରେ ୫ଟି ମାମଲା, ତିର୍ତ୍ତୋଲର ଜଣେ ବ୍ୟକ୍ତିଙ୍କ ଠାରୁ ୨୨ ଲକ୍ଷ ଠକେଇ ସମେତ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧ କୋଟି ୧୪ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଥିଲା। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଦେବୀ ପ୍ରସାଦ ମହାନ୍ତି ଭୁବନେଶ୍ୱର ପଟିଆରେ ରହୁଥିଲେ। ସେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ତେଣୁ ସେ ଏହାର ନିରାକରଣ ପାଇଁ ୨୦୧୮ ମସିହାରେ ଜଣେ ପରିଚିତଙ୍କ ମାଧ୍ୟମରେ ତାନ୍ତ୍ରିକ କୈଫ ଖାନଙ୍କ ସହ ଯୋଗାଯୋଗ କରିଥିଲେ। କୈଫ ତାଙ୍କ ଘରକୁ ଆସି ଭୂତପ୍ରେତ ଓ ଗୁପ୍ତଧାନର କାହାଣି ଶୁଣାଇଥିଲେ। ସେ ପ୍ରଥମେ ଘରୁ ପ୍ରେତାତ୍ମା ବାହାର କରିବା ପାଇଁ ତନ୍ତ୍ର ପାଠ କରି ଲକ୍ଷାଧିକ ଟଙ୍କା ନେଇଥିଲେ ଏବଂ ଘରେ ଗୁପ୍ତଧନ ଥିବା କହିଥିଲେ।

ଏଥିପାଇଁ ତାନ୍ତ୍ରିକ ଜଣକ ରାତି ଅଧରେ ଦେବୀ ମହାନ୍ତିଙ୍କ ଘର ଅଗଣାରେ ଏକୁଟିଆ ବସି ତନ୍ତ୍ରପାଠ କରିଥିଲେ ଓ ପରେ ଦେବୀଙ୍କ ପରିବାର ଉପସ୍ଥିତିରେ ଗୋଟେ କୋଣରେ ୩ ଫୁଟ ଗାତ ଖୋଳି ସୁନା ଭଳି ଦିଶୁଥିବା ଏକ ବଡ଼ହଣ୍ଡା, ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ସମେତ ବହୁ ଜିନିଷ ବାହାର କରିଥିଲେ ଏଗୁଡ଼ିକୁ ଅସଲି ସୁନା ଏବଂ ଶୁଦ୍ଧ କରିସାରିବା ପରେ ଏହାକୁ ବ୍ୟବହାର କରିହେବ ବୋଲି କହିଥିଲେ। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ପାଇଁ ସେ ଟଙ୍କା ମାଗିଥିଲେ। ଦେବୀ ପ୍ରସାଦ ଅକାଉଣ୍ଟ ଟ୍ରାନ୍ସଫର ଏବଂ ଚେକ୍ ଜରିଆରେ ଭଣ୍ଡ ତାନ୍ତ୍ରିକଙ୍କୁ ୨୧ ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରିଥିଲେ। ମାତ୍ର ଦୀର୍ଘଦିନ ବିତିଯିବା ପରେ ଗୁପ୍ତଧନ ଗୁଡ଼ିକୁ ଶୁଦ୍ଧ କରିବାକୁ ଆସିନଥିଲେ ଏବଂ ନିଜର କାରସାଦି ଧରାପଡ଼ିବା ଭୟରେ ଦେବୀ ମହାନ୍ତିଙ୍କ ଘରକୁ ଯାଇ ତାନ୍ତ୍ରିକ ନିଜ ଘରେ ଶୁଦ୍ଧ କରିବା ପାଇଁ ନକଲି ଗୁପ୍ତଧନ ଗୁଡ଼ିକୁ ନେଇ ଆସିଥିଲେ। ସେହି ଦିନ ଠାରୁ ଭଣ୍ଡ ତାନ୍ତ୍ରିକ ଆଉ ଧରାଛୁଆଁ ଦେଇନଥିଲେ।

ସେହିପରି କଟକ ସଦର ଥାନା ଅନ୍ତର୍ଗତ ଭାଣପୁରର ମୁସଲିମ ସାହିରେ ରହୁଥିବା ଶର୍ମିଲା ବିବି ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନଥିଲା। ତାଙ୍କର ଜଣେ ଭଉଣୀଙ୍କ ପରାମର୍ଶ କ୍ରମେ ଶର୍ମିଲା ତାନ୍ତ୍ରିକ କୈଫ ଖାନଙ୍କୁ ନିଜ ଘରକୁ ଡ଼କାଇଥିଲେ। ତାନ୍ତ୍ରିକ ଜଣକ ଶର୍ମିଲାଙ୍କ ଘରକୁ ଯାଇ ତାଙ୍କୁ ସମାନ ଢଙ୍ଗରେ ପ୍ରେତାତ୍ମା ବଶୀକରଣ ଓ ଗୁପ୍ତଧନ କଥା କହିଥିଲେ। ପ୍ରତିକାର ପାଇଁ ତାନ୍ତ୍ରିକଜଣକ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ମାତ୍ର ସମସ୍ୟାରେ ଛନ୍ଦି ହୋଇଥିବା ଶର୍ମିଲା ୧୦ ଲକ୍ଷ ଟଙ୍କା ଦେଇପାରିବେ ବୋଲି କହିଥିଲେ ଏବଂ ଆକାଉଣ୍ଟ ଏବଂ ଚେକ୍ ଜରିଆରେ ମୋଟ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ତାନ୍ତ୍ରିକ କୈଫ ତନ୍ତ୍ରପାଠ କରି ଶର୍ମିଲାଙ୍କ ଘର ପଛପାଖରୁ ୨ଟି ହୀରା ବାହାର କରିଥିଲା। ଉକ୍ତ ହୀରାକୁ ଏକ ଘରେ ରଖି ଶୁଦ୍ଧ କରାନଯିବା ପର୍ଯ୍ୟନ୍ତ କେହି ନ ଛୁଇଁବାକୁ ପରାମର୍ଶ ଦେଇ ସେଠାରୁ ପଳାଇ ଆସିଥିଲେ।

କିଛିଦିନ ପରେ ଶୁଦ୍ଧ କରିବା ନିମନ୍ତେ ଆବଶ୍ୟକ କସ୍ତୁରୀ ଆଣିବି କହି ପୁଣି ଶର୍ମିଲାଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଶର୍ମିଲା ଟଙ୍କା ଦେବାକୁ ମନା କରିଥିଲେ ଏବଂ ଉକ୍ତ ହୀରା ଦୁଇଟି ଯାଞ୍ଚ କରିବାରୁ ତାହା ଗିଫ୍ଟ ଦୋକାନରେ ମିଳୁଥିବା କ୍ରିଷ୍ଟାଲ ବୋଲି ଜଣାପଡ଼ିଥିଲା। ଏ ନେଇ ଶର୍ମିଲା କୈଫଙ୍କୁ ପଚାରିବାରୁ ଶୁଦ୍ଧ କରିବାରେ ବିଳମ୍ବ ହେବାରୁ ହୀରା ଗୁଡ଼ିକ କାଚ ହୋଇଯାଇଛି ବୋଲି କହିଥିଲେ। ଏହାପରେ ଶର୍ମିଲା ଭଣ୍ଡ ତାନ୍ତ୍ରିକ କାରନାମା ବିଷୟରେ ଜାଣି ଥାନାରେ ଏତଲା ଦେବା ପରେ କୈଫର କଳା କାରନାମା ଧରା ପଡ଼ିଥିଲା।

କେବଳ ଏହି ଦୁଇଟି ଘଟଣା ନୁହେଁ, ଏଭଳି ଅନେକ ଲୋକ ଅଛନ୍ତି, ନିଜ ସମସ୍ୟାର ସମାଧାନ ପାଇଁ ସକରାତ୍ମକ ଭାବେ କାର୍ଯ୍ୟ ନକରି ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସକୁ ଗ୍ରହଣ କରନ୍ତି ଏବଂ ଲୁଟର ଶିକାର ହୁଅନ୍ତି। ତେଣୁ ପ୍ରଥମେ ଭୂତପ୍ରେତ, ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଧାରଣାକୁ ମନରୁ ଦୂର କରିବାକୁ ପଡ଼ିବ ଏବଂ ନିଜର ସମସ୍ୟାକୁ ନିଜେ ସମାଧାନ କରିବାକୁ ପଡ଼ିବ। ତେବେ ଯାଇ ଏଭଳି ଅନ୍ଧବିଶ୍ୱାସ ଦୂର ହୋଇପାରିବ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

ଅନ୍ଧବିଶ୍ୱାସ ବିଜ୍ଞାନ ଭୂତ-ପ୍ରେତ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.