Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନାଖଳା-ରଣପୁର ରାସ୍ତା ଅବରୋଧ କଲେ ୨୬ଟି ଗ୍ରାମର ଲୋକ
ଆଜିର ଖବର

ସୁନାଖଳା-ରଣପୁର ରାସ୍ତା ଅବରୋଧ କଲେ ୨୬ଟି ଗ୍ରାମର ଲୋକ

July 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରାଜ୍ୟସରକାର ରାସ୍ତାଘାଟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ଏହାସହିତ ପାଣିଭଳି ବ୍ୟୟ ଅଟକଳ କରି କୋଟି କୋଟି ଟଙ୍କା ରାଜକୋଷରୁ ମଞ୍ଜୁର କରୁଛନ୍ତି। ହେଲେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ଏଭଳି ଏକ ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ। ପୂର୍ତ୍ତ ବିଭାଗ ଅଧିନରେ ଥିବା ରାଜସୁନାଖଳା ଠାରୁ ରଣପୁର ୧୩ କିମି ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି।

ରାଜ୍ୟସରକାର ନୂତନ ରାସ୍ତା ନିର୍ମାଣ ପାଇଁ ୨୦କୋଟି ଟଙ୍କା ମଞ୍ଜୁର କରି ରଣପୁର ପୂର୍ତ୍ତ ବିଭାଗକୁ ଏହାର କାର୍ଯ୍ୟ କରିବା ପାଇଁ ଦୁଇଟି ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଣେ ଠିକାଦାର ସୁନାଖଳା ଠାରୁ କୋଇଲିମା ରାସ୍ତା କାର୍ଯ୍ୟ ଶେଷ କରିଥିଲାବେଳେ ଅନ୍ୟଜଣେ ଦେଢ଼ ବର୍ଷରୁ ଉର୍ଦ୍ଧ୍ଵ ସମୟ କୋଇଲିମା ଠାରୁ ରଣପୁର ମାଛ ମାର୍କେଟ ଛକ ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ସମାପନ କରିପାରିନଥିଲେ। ଏହାସହିତ ଅଧାପନ୍ତରିଆ ହୋଇ ଦେଢ଼ ବର୍ଷ ହେବ ରାସ୍ତା ପଡ଼ିରହିଛି।

ଅପରପକ୍ଷେ, ରାସ୍ତାର ଗୋଟିଏ ପାର୍ଶ୍ଵକୁ ଠାଏ ଠାଏ କଂକ୍ରିଟ ରାସ୍ତା ହୋଇଥିଲା ବେଳେ ଅନ୍ୟପଟଟି ଖାଲ ଖମା ରହିଛି। ସଂପୃକ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ପୂର୍ବରୁ ଏହା ସିଙ୍ଗଲ ୱେ’ ଥିଲା। ଅଧିକ ଯାନବାହାନ ଚଳାଚଳ ଓ ଲୋକସଂଖ୍ୟା ଦୃଷ୍ଟିରୁ ଚଳିତ ବର୍ଷ ଏହାକୁ ଓସାରିଆ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ଏଯାବତ୍ ଏ କାର୍ଯ୍ୟ ସମାପନ ହୋଇ ପାରିନି।

ରାସ୍ତା ଓସାରିଆ କରିବା ପାଇଁ ବଡ଼ ଗଛ ସବୁ କାଟି ଦିଆଯାଇଛି ଏବଂ ରାସ୍ତାର କିଛି କିଛି ସ୍ଥାନରୁ କଂକ୍ରିଟ ଉଠିଗଲାଣି। ଯାହା ବର୍ତ୍ତମାନ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଚମ୍ପାତିପୁର ଛକଠାରେ ଥିବା ବ୍ରିଟିଶ ଅମଳର ପୋଲ ସାଜିଛି ବୋଝ ଉପରେ ଲଳିତା ବିଡ଼ା। କେଉଁ ମୁହୂର୍ତ୍ତରେ ପୋଲ ନଭୁଶୁଡ଼ିବ ତାହା କେହି କହିପାରିବେନି। ପୋଲର ପୁନଃନିର୍ମାଣ ଉଦ୍ଦେଶ୍ୟରେ ଏକ ଡାଇଭରର୍ସନ ତିଆରି ହୋଇଛି। ଏଥିରେ ଚଳାଚଳ କରୁଥିବା ଯାନବାହନର ଭାର ସମ୍ଭାଳିନପାରି ଦବିବାକୁ ବସିଲାଣି। ଯଦି ପ୍ରବଳ ବର୍ଷା ହୁଏ ତେବେ ଡାଇଭର୍ସନ ଧୋଇଯିବ।

ଏଭଳି ସ୍ଥିତି ତୁରନ୍ତ ସୁଧାରିବାକୁ ୨୬ଟି ଗ୍ରାମର ଲୋକମାନେ ଏକାଠି ହୋଇ ନୟାଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଲା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମଙ୍ଗଳବାର ସକାଳୁ ପଞ୍ଚାୟତର ଜନସାଧାରଣ ମାନେ ଲୋଧାଚୁଆ ଗ୍ରାମ ପଞ୍ଚାୟତ ଠାରେ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ। ଯାହାଫଳରେ ଉଭୟ ପଟରେ ବ୍ୟାପକ ଯାନବାହାନ ଅଟକି ରହିଥିଲା।

ଏହାସହିତ ସାଧାରଣ ଲୋକ ଓ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଆନ୍ଦୋଳନକାରିମାନେ ଛାଡ଼ି ନଥିଲେ। ଏହାର ଖବର ପାଇ ଘଟଣାସ୍ଥଳକୁ ରଣପୁର ତହସିଲଦାର ଇପ୍ସିତ ସାହୁ, ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ନୟାଗଡ଼ ପୂର୍ତ୍ତବିଭାଗ ଏସଡିଓ ଅଭିଷେକ ଓଝା ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରି ଅଗଷ୍ଟ ମାସ ୧ତାରିଖରେ ରାସ୍ତାକାମ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେବାପରେ ଅପରାହ୍ନ ୧ଟାରେ ରାସ୍ତା ରୋକରୁ ଆନ୍ଦୋଳନ କାରୀମାନେ ହଟିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025
Latest News

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.