Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡିର ରେଳ ସୁବିଧା ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ୍‌
ଆଜିର ଖବର

କଳାହାଣ୍ଡିର ରେଳ ସୁବିଧା ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ୍‌

July 27, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଉପେକ୍ଷିତ ହେବା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଅବହେଳିତ ହୋଇଛି। ଏଥି ପାଇଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ସୃଷ୍ଟି ହେଉଥିବା ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଛନ୍ତି। ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି।

ସୂଚନାଯୋଗ୍ୟ ଯେ ଆଧାର ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ ରହିଛି। ୭୯୨୦ ବର୍ଗକିଲୋମିଟର ପରିମିତ ଅଂଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବାବେଳେ ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନିପାଟଣାକୁ ରେଳ ସଂଯୋଗ ରହିଛି। ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଂଚିତ ରହିଛି। ବୁଧବାର ଦିନ ଦିଲ୍ଲୀସ୍ଥିତ କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୁନୀତି ଏକ ମେମୋରେନ୍‌ଣ୍ଡମ୍ ଦେଇ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୨୨ ଦଫା ଦାବୀ ପତ୍ର ଦେଇଛନ୍ତି।

୧. ଜିଲ୍ଲାବାସୀଙ୍କ ପକ୍ଷରୁ ସେଠାରେ ବୃହତ୍ ଶିଳ୍ପ ସ୍ଥାପନ ଏବଂ ତତ୍‌ସହିତ ଏକ ରେଳ କାରଖାନା ସ୍ଥାପନ କରିବାକୁ ୨୦୦୮ରୁ ଦାବି କରିଆସୁଛନ୍ତି। ୨୦୧୦-୧୧ କେନ୍ଦ୍ର ବଜେଟ୍‌ରେ କଳାହାଣ୍ଡି ଅଥବା ଭୁବନେଶ୍ୱରରେ ଏକ ରେଳ ସାମୟିକ ବଗି ମରାମତି କାରଖାନା ସ୍ଥାପନ ପ୍ରସ୍ତାବ ରହିଥିଲା। କିନ୍ତୁ ଓଡ଼ିଶା ସରକାର ତାହାକୁ ଗଞ୍ଜାମ ଜିଲ୍ଲାରେ କରିବାକୁ ପ୍ରସ୍ତାବ ଦେଲେ। ତାହାକୁ କଳାହାଣ୍ଡି ଜିଲ୍ଲାବାସୀ ତୀବ୍ର ସମାଲୋଚନା କରିଥିଲେ ଏବଂ ଏହାକୁ ନେଇ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିଲା। ବିଭିନ୍ନ ମହଲରୁ ଦାବି ପରେ ୨୦୧୩-୧୪ ବଜେଟ୍‌ରେ କଳାହାଣ୍ଡିରେ ଏକ ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଗଲା। ପରେ ତାହାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଦିଆଗଲା। ୨୦୧୭-୧୮ରେ ପୁନଶ୍ଚ କଳାହାଣ୍ଡିରେ ବିଦ୍ୟୁତ୍‌ଚାଳିତ ରେଳ ଇଞ୍ଜିନର ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଯାଇଥିଲା, କିନ୍ତୁ ସେହି ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନାହିଁ।

୨. ଜିଲ୍ଲାରେ ଜୁନାଗଡ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପ ପାଇଁ ସର୍ଭେ ଦୀର୍ଘବର୍ଷ ହେଲା ପଡିରହିଛି । ରାୟପୁର-ରାଜିମ-ଗରିଆବନ୍ଧ-ଦେଭୋଗ-ଧର୍ମଗଡ-ଜୁନାଗଡ ରେଳପଥ ପାଇଁ ସର୍ଭେ ସକାଶେ ଅନୁମୋଦନ ମିଳିଥିଲେ ମଧ୍ୟ ତାହାର ସ୍ଥିତି ସମ୍ପର୍କରେ ଜଣାନାହିଁ। ଲାଞ୍ଜିଗଡ ରୋଡ-ଫୁଲବାଣୀ-ଅନୁଗୋଳ (ତାଳଚେର) ଏବଂ ଭବାନିପାଟଣା-କେସିଙ୍ଗା ରେଳପଥ ପ୍ରକଳ୍ପ ଆଗେଇ ପାରୁନାହିଁ। ଏଠାକୁ ସୀମିତ ସଂଖ୍ୟକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି। ସେଥିରେ ଜିଲ୍ଲାବାସୀଙ୍କ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ମଧ୍ୟ ଦାବି ହେଉଛି।

୩. କେସିଙ୍ଗା ଓ ଭବାନୀପାଟଣା ମଧ୍ୟରେ ରେଳ ସଂଯୋଗ କରାଯାଉ।

୪. ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍‌ରେ ପ୍ରଥମ ଶ୍ରେଣୀ ବାତାନୁକୂଳିତ ବଗି ଖଞ୍ଜାଯାଉ।

୫. ଭୁବନେଶ୍ୱରରୁ ଜୁନାଗଡ ଏବଂ ଜୁନାଗଡରୁ ଭୁବନେଶ୍ୱରକୁ ସକାଳୁ ଏକ ଟ୍ରେନ ଚଳାଚଳ କରାଯାଉ।

୬. ୧୨୮୭୧/୧୨୮୭୨ ହାଓଡା-ଟିଟିଲାଗଡ, ଟିଟିଲାଗଡ଼-ଇସ୍ପାତ ଏକ୍ସପ୍ରେସକୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ।

୭. ରାୟଗଡାରେ ସମତା ଏକ୍ସପ୍ରେସରେ ଯାତ୍ରା କରିବାକୁ ରାୟଗଡା ଏବଂ ଜୁନାଗଡ ମଧ୍ୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉ।

୮. ୦୮୫୦୩/୦୮୫୦୪: ରାୟଗଡ଼ାରୁ ବିଶାଖାପାଟଣା, ବିଶାଖାପାଟଣା ରୁ ରାୟଗଡ଼ା ଚେୟାରକାର ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ।

୯. ଭୁବନେଶ୍ୱରରୁ କେସିଙ୍ଗା ଭାୟା ଉତ୍‌କେଲା ଏକ ନୂଆ ରେଳପଥ ନିର୍ମାଣ କରାଯାଉ।

୧୦. ଜୟପୁର ଓ ଜୁନାଗଡ ରୋଡ ମଧ୍ୟରେ ନୂଆ ରେଳପଥ ନିର୍ମାଣ କରାଯାଉ।

୧୧. ଜୁନାଗଡ ଓ ଆମ୍ବାଗୁଡା ମଧ୍ୟରେ ଭାୟା ନବରଙ୍ଗପୁର ଓ କୋକସରା ଏକ ନୂଆ ରେଳପଥ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହେବା ସତ୍ୱେ ପଦକ୍ଷେପ ନିଆଯାଉନାହିଁ। ଏହାକୁ ଗୁରୁତ୍ୱ ଦିଆଯାଉ।

୧୨. ବିଶାଖାପାଟଣାରୁ ଜୁନାଗଡ଼କୁ ରେଳ ସଂଯୋଗୀକରଣ ଦ୍ୱାରା ମଧ୍ୟ ଅଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ।

୧୩. ଭୁବନେଶ୍ୱର ଇଂଟରସିଟି ବଲାଙ୍ଗିର ପର୍ଯ୍ୟନ୍ତ ଚାଲୁରହିଛି, ଏହାକୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ।

୧୪. କଳାହାଣ୍ଡି ଜିଲାରେ ବିଦ୍ୟୁତ୍ ଚାଳିତ ରେଳଇଞ୍ଜିନ ମରାମତି କାରଖାନା ସ୍ଥାପନ କରାଯାଉ।

୧୫. ଭବାନିପାଟଣା ଓ ଜୁନାଗଡ ଷ୍ଟେସନରେ ଭିଆଇପି ଲାଉଞ୍ଜ ସ୍ଥାପନ ହେଉ।

୧୬. ଭବାନୀପାଟଣା ଲାଉଞ୍ଜକୁ ପରିବର୍ଦ୍ଧିତ କରାଯାଉ।

୧୭. ଜୁନାଗଡ଼ ଫାଷ୍ଟକ୍ଲାସ୍ ୱେଟିଙ୍ଗ୍ ରୁମ୍‌ରେ ଏସି ଲଗାଯାଉ ଓ ସେକେଣ୍ଡ କ୍ଲାସ୍ ୱେଟିଙ୍ଗ୍ ରୁମ୍ ଖୋଲାଯାଉ।

୧୮. ଜୁନାଗଡ଼ ଷ୍ଟେସନ୍‌ରେ ଚାହା ଓ ଜଳଖିଆ ଷ୍ଟଲ୍ ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି ଏଣୁ ଏଠାରେ ଚା’ପାନୀୟ ଓ ଜଳଖିଆ ଷ୍ଟଲ୍ ଖୋଲାଯାଉ।

୧୯. ୨୨୮୬୧/୨୨୮୬୨ : ହାୱାଡା କଂଟାବାଂଞ୍ଜି ଓ କଂଟାବାଂଞ୍ଜି ହାୱାଡ଼ା ଇସ୍ପାତ ଟ୍ରେନ୍‌କୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ।

୨୦. ୨୦୮୩୭/୨୦୮୩୮ : ଭୁବନେଶ୍ୱର ଜୁନାଗଡ଼ ଓ ଜୁନାଗଡ଼ ଭୁବନେଶ୍ୱରକୁ ଅଲ୍‌ଟରନେଟିଭ୍ କରାଯାଉ ଯେପରି (ଜୁନାଗଡ଼-ଭବାନୀପାଟଣା- ଲାଞ୍ଜିଗଡ଼- ମୁନିଗୁଡା- ରାୟଗଡ଼ା… କୁ ଅଲଟରନେଟ୍ ଡ଼େ’ ରେ ଜୁନାଗଡ଼- ନର୍ଲା- ଟିଟିଲାଗଡ଼- ବଲାଙ୍ଗୀର…)

୨୧. ନର୍ଲା ଷ୍ଟେସନ୍‌ରେ କୌଣସି ଟ୍ରେନ୍ ଷ୍ଟପେଜ୍ ନଥିବାରୁ ଯାତ୍ରୀ ହଇରାଣ ହେଉଛନ୍ତି, ଏଣୁ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଟ୍ରେନ୍‌ର ଷ୍ଟପେଜ୍ ଦିଆଯାଉ।

୨୨. ଭବାନୀପାଟଣା ଓ ଜୁନାଗଡ଼ ଷ୍ଟେସନ୍‌ରେ ବିକଳାଙ୍ଗଙ୍କ ପାଇଁ ସୁ-ବ୍ୟବସ୍ଥା କରାଯାଉ।
ମାନ୍ୟବର ରେଳମନ୍ତ୍ରୀ ଏହି ୨୨ ଦାବୀକୁ ଗୁରୁତ୍ୱର ସହିତ ଧ୍ୟାନ ଦେବେ ବୋଲି ପ୍ରତିଶୁତି ଦେଇଛନ୍ତି।

କଳାହାଣ୍ଡି କଳାହାଣ୍ଡି ବିକାଶ ପରିଷଦ ରେଳ ସୁବିଧା ସୁନୀତି ମୁଣ୍ଡ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025
Latest News

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.