Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିପା ଭାଇରସ୍‌ ସଂକ୍ରମଣକୁ କେରଳ ସରକାରଙ୍କ ସ୍ବୀକାର : ଯୁବକଙ୍କ ଦାୟିତ୍ବରେ ରହିଥିବା ଦୁଇ ନର୍ସ ସଂକ୍ରମିତ
ଆଜିର ଖବର

ନିପା ଭାଇରସ୍‌ ସଂକ୍ରମଣକୁ କେରଳ ସରକାରଙ୍କ ସ୍ବୀକାର : ଯୁବକଙ୍କ ଦାୟିତ୍ବରେ ରହିଥିବା ଦୁଇ ନର୍ସ ସଂକ୍ରମିତ

June 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
k k shailaja helds press meet on nipah virus
k k shailaja helds press meet on nipah virus

ଗତକାଲି କେରଳରେ ଜଣେ ଯୁବକ ଜ୍ବରରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ନିପା ଭାଇରସ୍‌ ନେଇ ଆତଙ୍କ ସୃଷ୍ଟି ହୋଇଥିଲା। ଆଜି କେରଳ ସରକାରଙ୍କ ପକ୍ଷରୁ ଯୁବକ ଜଣଙ୍କ ନିପା ଦ୍ବାରା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ମଙ୍ଗଳବାର ପୁନେରୁ ଭାଇରୋଲୋଜି ପରୀକ୍ଷାଗାରରୁ ଚୂଡାନ୍ତ ରିପୋର୍ଟ ଆସିବା ପରେ ଯୁବକ ସଂକ୍ରମିତ ଥିବା ଘୋଷଣା କରାଯାଇଛି। ଏହା ସହିତ ଅନ୍ୟ ୪ ଜଣ ମଧ୍ୟ ନିପା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଅନ୍ୟ ୪ ଜଣଙ୍କ ମଧ୍ୟରେ ଯୁବକଙ୍କ ଚିକିତ୍ସା କରୁଥିବା ଦୁଇ ଜଣ ନର୍ସ ରହିଥିବା ଜଣାପଡିଛି। ଯୁବକ ଜଣଙ୍କ କିଛି ଦିନ ହେବ ଥ୍ରୀସୁର୍‌ରେ ରହିଥିବାରୁ ଉକ୍ତ ଅଞ୍ଚଳ ଉପରେ ଏବଂ ନିକଟରେ ଅବସ୍ଥାନ କରିଥିବା ସମସ୍ତ ସ୍ଥାନ ଉପରେ ନଜର ରଖାଯାଇଛି। ସମୁଦାୟ ୮୦ ଜଣଙ୍କୁ ନୀରିକ୍ଷଣରେ ରଖାଯାଇଛି। ଏହା ମଧ୍ୟରୁ ୨୨ ଜଣ କଲେଜ ଛାତ୍ର ରହିଥିବା ଜଣାପଡିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହି ମାମଲା ନେଇ କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜାଙ୍କ ସହିତ ସମ୍ପର୍କରେ ରହିଛନ୍ତି। କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ମନୋକ୍ଲୋନାଲ ଆଣ୍ଟିବଡି (ଆଣ୍ଟି ଭାଇରସ୍‌ ଟୀକା) ପଠାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶୈଳଜା। ୨୦୧୮ ମେ ମାସରେ ନିପା ଭାଇରସ୍‌ ପ୍ରଭାବରେ କେରଳରେ ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣଙ୍କର ପ୍ରାଣହାନି ଘଟିଥିଲା। କୋଝିକୋଡ ଏବଂ ମଲ୍ଲାପୁରମ୍‌ରେ ଏହା ସର୍ବାଧିକ କ୍ଷତି ଘଟାଇଥିଲା।

keral nipah thesamikhsya virus
Share. Facebook Twitter LinkedIn Email WhatsApp Copy Link

Related Posts

ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ

March 20, 2026

ଆଜି ନବରାତ୍ରିର ଦ୍ଵିତୀୟ ଦିବସ: ପଢନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା

March 20, 2026

ଆଜି ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତ ହେବ ମଙ୍ଗଳ ଦୋଷ: କରନ୍ତୁ ଏହି ଉପଚାର

March 20, 2026

ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

March 20, 2026
Latest News

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026

ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ

March 20, 2026

ଆଜି ନବରାତ୍ରିର ଦ୍ଵିତୀୟ ଦିବସ: ପଢନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା

March 20, 2026

ଆଜି ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତ ହେବ ମଙ୍ଗଳ ଦୋଷ: କରନ୍ତୁ ଏହି ଉପଚାର

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.