Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ୬ ତାରିଖ ସନ୍ଧ୍ୟା ୬:୩୦ ରେ ଜୀ ସାର୍ଥକରେ ଆସୁଛି ନୂଆ ଚଳଚ୍ଚିତ୍ର ‘ତୁମ ବିନା’
ଆଜିର ଖବର

ଅଗଷ୍ଟ ୬ ତାରିଖ ସନ୍ଧ୍ୟା ୬:୩୦ ରେ ଜୀ ସାର୍ଥକରେ ଆସୁଛି ନୂଆ ଚଳଚ୍ଚିତ୍ର ‘ତୁମ ବିନା’

August 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜୀ-ସାର୍ଥକରେ ଅଗଷ୍ଟ ୬ ତାରିଖ ରବିବାର ସନ୍ଧ୍ୟା ୬:୩୦ମି. ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମ ବିନା’। ଓଡ଼ିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଚଳଚ୍ଚିତ୍ର ‘ତୁମ ବିନା’ ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାହାଣୀ ପରିକଳ୍ପନା କରିଛନ୍ତି ଜୀ ସାର୍ଥକ ଚିଫ୍ ଚାନେଲ ଅଫିସର ପ୍ରତୀକ ସିଲ୍।

କଲେଜ୍ ସମୟରୁ ନିଶିଥ ଓ ଦୀପାଳିଙ୍କ ବନ୍ଧୁ ଓ ସମୟକ୍ରମେ ବନ୍ଧୁତ୍ଵରୁ ପ୍ରେମ ଓ ତା’ପରେ ବାହାଘର, ହେଲେ କାହାଣୀ ଏଠି ସରୁ ନାହିଁ ବରଂ ଆରମ୍ଭ ହୋଇଛି ଓ ସେହି ବାହାଘର ପାଇଁ ଦୁଇ ଜଣକୁ ଦେବାକୁ ପଡେ ବହୁମୂଲ୍ୟ। ଫିଲ୍ମର ନିର୍ଦ୍ଦେଶନା ତଥା ପ୍ରଯୋଜନା ସହିତ ମୁଖ୍ୟ ଚରିତ୍ରରେ ମଧ୍ୟ ଅଛନ୍ତି ଶ୍ରୀତମ ଦାସ। ଶ୍ରୀତମ ଙ୍କ ବନ୍ଧୁ ମାନେ ତାଙ୍କ ସ୍ତ୍ରୀ ଚରିତ୍ରରେ ଅଛନ୍ତି ଚୁଲବୁଲି ନାୟିକା ଲିପ୍ଶା ମିଶ୍ର ସହ କଳାକାର ଭାବେ ଉଷଶୀ ମିଶ୍ର ଓ ଶିଶୁ କଳାକାର ଲତାଶା।

ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀକୁ ନେଇ ତିଆରି ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ଗୀତଗୁଡିକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ଗାଇଛନ୍ତି ଓଡିଆ ଫିଲ୍ମ ଜଗତର ଆଗଧାଡ଼ିର ଗାୟକ ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ଗାୟିକା ଲିପ୍ସା ମହାପାତ୍ର ଓ ଲିପାକ୍ଷୀ ଦାସ।

ବନ୍ଧୁତ୍ଵରୁ ପ୍ରେମ, ପ୍ରେମରୁ ବାହାଘର ଓ ଖୁସିର ସଂସାର ମଧ୍ୟରେ ଆସିଛି ଗୋଟେ କୁନି ପରି ମାନେ ନିଶୀଥ ଓ ଦୀପାଳିଙ୍କ ଝିଅ ହୋଇଛି। ଘର ଖୁସିରେ ଭରିଯାଇଛି ହେଲେ ହଟାତ ଆସିଛି ଏକ ଅପ୍ରତ୍ୟାଶିତ ଝଡ଼ ଯାହା ପୁରା ସଂସାରକୁ ଓଲଟାଇ ଦେଇଛି। ନିଶୀଥ ନିଜର ଚାକିରି ହରାଇଛି ଓ ସାଙ୍ଗରେ ହରାଇଛି ନିଜ ଝିଅ ଓ ସ୍ତ୍ରୀକୁ ବି। ତେବେ କେମିତି ଓ କାହିଁକି ଚାକିରି ହରାଇଲା ନିଶୀଥ ? ଦୀପାଳି କଣ ନିଜ ପରିବାର ର ଦାୟିତ୍ୱ ନିଜ କାନ୍ଧରେ ଉଠାଇ ପାରିବ? ନିଶିଥ କଣ ଏହାକୁ ଗ୍ରହଣ କରିପାରିବେ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିବ ଫିଲ୍ମ ‘ତୁମ ବିନା’ ଅଗଷ୍ଟ ୬ ତାରିଖ ସନ୍ଧ୍ୟା ୬ .୩୦ମି ରେ କେବଳ ଜୀ-ସାର୍ଥକରେ। ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

‘ତୁମ ବିନା’ ଅଗଷ୍ଟ ୬ ତାରିଖ ଜୀ ସାର୍ଥକ ସନ୍ଧ୍ୟା ୬:୩୦
Share. Facebook Twitter LinkedIn Email WhatsApp Copy Link

Related Posts

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025
Latest News

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.