ଜୁଆ ଆଡ୍ଡାରେ ଆସିକା ପୋଲିସର ଚଢାଉ: ୯ ଗିରଫ

Published: Aug 5, 2023, 12:18 pm IST

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଆସିକା ବସଷ୍ଟାଣ୍ଡ ଆଇ.ବି ବଙ୍ଗଳା ନିକଟ ନାଦୀବନ୍ଧ ଠାରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଅତିର୍କିତ ଚଢାଉ କରିଛି। ଆସିକା ଥାନା ଅଧିକାରୀ ପି.ସ୍ୱରୁପ କିଶାନଙ୍କ ତତ୍ୱାବାଧାନରେ ଚଢାଉ କରାଯାଇଛି। ଆସିକା ଥାନା ଏସ.ଆଇ ଅଜିତ ପରିଡା ସଦଳ ବଳେ ଜୁଆ ଖେଳ ଆଡ୍ଡାରେ ପହଁଚି ଚଢାଉ କରିଥିଲେ। ଏହି ଚଢାଉ ବେଳେ ୯ ଜଣ ଜୁଆଡିକୁ ପୋଲିସ ଗିରଫ କରିଛି। ସେଠାରୁ ନଗଦ ୨୦ ହଜାର ୫ ଶହ ୫୦ ଟଙ୍କା ଜବତ ସାଙ୍ଗକୁ ୧୦୪ ଟି ତାସ କାର୍ଡ, ୩ ଟି ମୋଟର ସାଇକେଲ ଏବଂ ଗୋଟିଏ ଜରି ପାଲକୁ ଜବତ କରାଯାଇଛି।

ଗିରଫ ଜୁଆଡି ମାନେ ହେଲେ ପ୍ରକାଶ ପାତ୍ର, ଗାଣ୍ଡୁ ସାହୁ, ମନୋରଞ୍ଜନ ପାଣିଗ୍ରାହି, ରୋହିତ କୁମାର ପରିଡା, ଶତ୍ରୁଘ୍ନ ପରିଡା, କପିଳ ବେହେରା, ଶ୍ୟାମ ଓରଫ ବାପି ନାଇକ, ସନ୍ୟାସୀ ବିଶ୍ୱାଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପି.ସ୍ୱରୁପ କିଶାନ ସୂଚନା ପ୍ରଦାନ କରିଛନ୍ତି। ଏନେଇ ଆସିକା ଥାନା କେସ ନମ୍ବର- ୪୧/୨୩, ଦଫା ୩ ଓଡିଶା ପ୍ରିଭେନସନ ଅଫ ଗ୍ୟାମ୍ବଲିଙ୍ଗ ଆକ୍ଟ ରେ ମାମଲା ରୁଜୁ କରାଯାଇଛି।

ଏହି ଚଢାଉରେ ଆସିକା ସମେତ ଏହାର ଆଖପାଖ ଅଚଂଳରେ ଜୁଆଡି ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଗକୁ ଅଧିକ ରୁ ଅଧିକ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ କହିଛନ୍ତି।

Related posts