Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସନ୍ଧ୍ୟା ୭ ରୁ ଜୀ-ସାର୍ଥକରେ ଦେଖନ୍ତୁ ଏକ ନୂଆ ରୂପରେ ‘ଆମ ଝିଲି’
ଆଜିର ଖବର

ଆଜି ସନ୍ଧ୍ୟା ୭ ରୁ ଜୀ-ସାର୍ଥକରେ ଦେଖନ୍ତୁ ଏକ ନୂଆ ରୂପରେ ‘ଆମ ଝିଲି’

August 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଆମ ଝିଲି’ ଆସୁଛି ଏକ ନୂଆ ରୂପ ନେଇ ଯାହା ଚିତ୍ରଣ କରିବ ଚୁଲବୁଲି ଝିଲିର ଏକ ଅବିଶ୍ଵସନୀୟ ଯାତ୍ରାକୁ । ଝିଲି ଏକ ସ୍ନେହୀ, ଯତ୍ନଶୀଳ ଓ ସମସ୍ତଙ୍କ ପ୍ରିୟ ଝିଅ ଯିଏକି ଏକଦା ମିଠା ମହଲରେ ସମସ୍ତଙ୍କ ପ୍ରିୟ ଥିଲା । ସେ କେବଳ ଏକ ପରିବାରକୁ ଏକାଠି କରିନଥିଲା ବରଂ ଆଶ୍ଚର୍ଯ୍ୟ ଭାବରେ ପୁରା ପରିବାର ଉପରେ ଏକ ପ୍ରକାରର ଯାଦୁ ମଧ୍ୟ କରିଥିଲା । ଟିଙ୍ଗା ବାବୁ ସିଦ୍ଧାର୍ଥ ମହାପାତ୍ରକୁ ଏକ ଯତ୍ନଶୀଳ ଓ ସ୍ନେହୀ ସ୍ବାମୀ ଭାବରେ ପରିଣତ କରିଥିଲା । କିନ୍ତୁ ସମୟଚକ୍ରରେ ଝିଲିର ଭାଗ୍ୟ ପରିବର୍ତ୍ତନ ହୁଏ, ପୁରା ପରିବାର ଏବଂ ସିଦ୍ଧାର୍ଥ ମଧ୍ୟ ପରିସ୍ଥିତରେ ପଡି ଏକ ପାରିବାରିକ ଷଡଯନ୍ତ୍ର ର ଶିକାର ହୁଅନ୍ତି ଏବଂ ଝିଲି ଉପରେ ସେମାନଙ୍କର ବିଶ୍ୱାସ ହରାନ୍ତି । ଏକଦା ଅନ୍ଧଭାବରେ ଭଲପାଉଥିବା ମହାପାତ୍ର ପରିବାର ଠାରୁ ବିଦାୟ ନିଏ ଝିଲି କିନ୍ତୁ ଶପଥ କରିଯାଏ ଯେ ଖୁବ ଶୀଘ୍ର ଫେରିବ ଏବଂ ଷଡଯନ୍ତ୍ର ପଛରେ ଥିବା ମନ୍ଦ ଶକ୍ତିଗୁଡ଼ିକର ମୁଖା ସମସ୍ତଙ୍କ ଆଗରେ ଖୋଲିବ ।

ସମୟ ଅତିବାହିତ ହେଇଛି ଏବଂ ମାତ୍ର ଗୋଟିଏ ବର୍ଷରେ ମହାପାତ୍ର ପରିବାର ଧ୍ୱଂସ ମୁଖରେ ଅଛି । ତେବେ ଝିଲି ପୁଣି ପ୍ରତ୍ୟାବର୍ତ୍ତନ କରିଛି ଏକ ନୂଆ ଅବତାରରେ । ଏକଦା ସାଇକେଲରେ ମିଠା ବିକ୍ରି କରୁଥିବା ଝିଅ ବର୍ତ୍ତମାନ ନିଜେ ଏକ ବଡ଼ ମିଠା ଦୋକାନର ମାଲିକ । ଯଦିଓ ଝିଲିର କୌତୁକିଆ ମନୋଭାବ ଏବଂ ଆକସ୍ମିକ ଭୁଲ୍ ଭାଲ୍ ଇଂରାଜୀ କହିବାରେ କିଛି ଅଧିକ ପରିବର୍ତ୍ତନ ହୋଇନାହିଁ, ହେଲେ ବର୍ତ୍ତମାନ ସେ ଦୃଷ୍ଟିକୋଣରେ ଅଧିକ ଆତ୍ମବିଶ୍ୱାସୀ ଏବଂ ସଂକଳ୍ପବଦ୍ଧ ।

ହେଲେ ପୁଣିଥରେ ଭାଂଗିଯାଇଥିବା ମହାପାତ୍ର ପରିବାରକୁ ଝିଲି ନିଜର ଭଲ ପାଇବା, ପ୍ରେମ,ନିଷ୍ଠା ଓ ବିଶ୍ୱାସ ବଳରେ ଗଢି ତୋଳିବାରେ ସଫଳ ହେବ ତ? ସେ ତା’ର ଟିଙ୍ଗା ବାବୁ ମାନେ ସିଦ୍ଧାର୍ଥକୁ ଫେରିପାଇବ ତ ? ଏମିତି ବହୁ ସମାହିତ ପ୍ରଶ୍ନର ଉତ୍ତର ନେଇ ଝିଲି ଜୀବନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଉଛି । ଦେଖନ୍ତୁ ପ୍ରଦ୍ୟୁମ୍ନ ଲେଙ୍କା ପ୍ରଯୋଜିତ ‘ଆମ ଝିଲି’, ଆରମ୍ଭ ହେଉଛି ଅଗଷ୍ଟ ୭ ରୁ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକରେ ।

ଧାରାବାହିକ ‘ଆମ ଝିଲି’ର ମୁଖ୍ୟ ଚରିତ୍ର ଝିଲି ଚରିତ୍ରରେ ନିକିତା ମିଶ୍ର ଥିବା ବେଳେ ସିଦ୍ ଚରିତ୍ରରେ ଅମର ଛିଂଚନୀ ଅଛନ୍ତି, ଜେଜେ ଭୂମିକାରେ ଅନ୍ତର୍ଯାମୀ ପଣ୍ଡା ଓ ଜେଜେମା ଭୂମିକାରେ ପ୍ରଭାତୀ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି ।

ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଆମ ଧାରାବାହିକ ଗୁଡିକର ପ୍ରତ୍ୟେକ ଚରିତ୍ର ହେଉଛି ନୂତନ ଉଦୀୟମାନ ଓଡିଆ ମହିଳାମାନଙ୍କର ପ୍ରତିଫଳନ, ଯେଉଁମାନେ ନିଜର ତଥା ନିଜ ପରିବାରର ସ୍ୱପ୍ନକୁ ସାକାର କରିବାରେ ସର୍ବଦା ଚେଷ୍ଟାରତ । ‘ଆମ ଝିଲି’ର ଚରିତ୍ର ମଧ୍ୟ ସେହିପରି ଯିଏ ନିଜର ଓ ନିଜ ପରିବାର ପାଇଁ ଦେଖିଥିବା ସ୍ବପ୍ନକୁ ସାକାର କରିବାପାଇଁ ସମସ୍ତ ପଦକ୍ଷେପ ନେଇଛି ତେଣୁ ‘ଆମ ଝିଲି’ ଧାରାବାହିକ ମାଧ୍ୟମରେ ଝିଲି ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମର ଆଶା” ।

‘ଆମ ଝିଲି’ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

୧୯୫୪ କୋଟି ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

November 15, 2025
Latest News

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.