Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ: ବିଜେଡ଼ି ବିରୋଧରେ ଆଣିଲା ଅଭିଯୋଗ
ଆଜିର ଖବର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ: ବିଜେଡ଼ି ବିରୋଧରେ ଆଣିଲା ଅଭିଯୋଗ

August 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାଧାରଣ ଭୋଟରଙ୍କୁ ପ୍ରଲୋଭିତ କରି ଜୋର ଜବରଦସ୍ତ ଭୋଟ ହାତେଇବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ। ଦୀର୍ଘ ୨୩ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରୁଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ଦ୍ୱାରା ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ କରି ଦଳୀୟ ସ୍ୱାର୍ଥରେ ଖର୍ଚ୍ଚ କରୁଛି। ବିଜୁ ଜନତା ଦଳ ନିର୍ବାଚନ ବୈତରଣୀପାର ହେବା ପାଇଁ ଏସ୍‌ଏଚଜି ମା’ମାନଙ୍କୁ ଅସ୍ତ୍ର କରିଛି।

ସିଆରପିମାନେ ମିଶନଶକ୍ତି ମା’ମାନଙ୍କୁ ଏକଜୁଟ୍ କରି ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ଯାହା ଗଣତନ୍ତ୍ର ବିରୋଧୀ। ବିଜୁ ଜନତା ଦଳ ସର୍ବଦା ନିର୍ବାଚନ ହେଉ ଅବା ଉପନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ।

ଧର୍ମଶାଳା ବ୍ଲକର କୋତପୁର ଗାଁରେ ସିଆରପି ସୁକାନ୍ତି ଜେନା ମିଶନଶକ୍ତିର ମା’ମାନଙ୍କୁ କୋଟପୁର ଗାଁର ସରସ୍ୱତୀ ଶିଶୁ ମନ୍ଦିରରେ ବୈଠକ କରିଥିଲେ । ଏହି ବୈଠକରେ ଶାସକ ଦଳ କିଭଳି ଜିତିବ ସେ ନେଇ ରଣନୀତି ପ୍ରସ୍ତୁତ କରିବା ସହ ସେମାନଙ୍କୁ ଖାଦ୍ୟ ପୁଡିଆ ଓ ୫ଶହ ଟଙ୍କା ବାଂଟିଥିଲେ। ଏନେଇ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି।

୧୫ନଂ ଜୁନ୍ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୯ତାରିଖ ଦିନ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଭୋଟକୁ ଶାସକ ଦଳ ନିଜ ସପକ୍ଷରେ ନେବା ପାଇଁ ଦଳୀର ବିଧାୟକ, ବ୍ଲକ ଚେୟାରମ୍ୟାନ, କର୍ମୀ, ସରପଂଚଙ୍କ ସହ କିଛି ସରକାରୀ କଳ ଅନୈତିକ କାର୍ଯ୍ୟ ନିୟୋଜିତ ହୋଇଛନ୍ତି। ମିଶନଶକ୍ତି ମା’ମାନଙ୍କର ବୈଠକ କରି ସେମାନଙ୍କୁ ଖାଦ୍ୟ ପୁଡିଆ ଓ ୫୦୦ଟଙ୍କା ଦେଉଛନ୍ତି। ଏନେଇ ବିଜେପି ଧର୍ମଶାଳା ବିଡିଓ ଓ ବ୍ଲକ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏଯାଏଁ କିଛି ସୁଫଳ ମିଳିନାହିଁ।

ନିର୍ବାଚନରେ ଜିତିବା ପାଇଁ ବିଜୁ ଜନତା ଦଳ ଟଙ୍କା ବାଂଟୁଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା। ଯାହା ସ୍ପଷ୍ଟ ଦିବାଲୋକରେ ପରିଦୃଷ୍ଟ ହେଉଛି । ସିଆରପି ସୁକାନ୍ତି ଜେନା ଟଙ୍କା ବାଂଟିବା ଫଟୋ ଓ ଭିଡିଓ ଭାରତୀୟ ଜନତା ପାର୍ଟି ପାଖରେ ରହିଛି। ଶ୍ରୀମତୀ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛି ବିଜେପି। ଧର୍ମଶାଳା ବ୍ଲକରେ ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ସଂପୃକ୍ତ ସିଆରପି, ଶିକ୍ଷକମାନଙ୍କୁ ତୁରନ୍ତ ବହିଷ୍କାର କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ଦାବି କରିଛି। ଭାରତୀୟ ଜନତା ପାର୍ଟି ଉତେଜନତାପୂର୍ଣ୍ଣ ବୁଥ୍ ଗୁଡିକ ଚିହ୍ନଟ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026

ବିଜେପି ଜିତିଲା ଚନ୍ଦ୍ରପୁର ମେୟର ନିର୍ବାଚନ: ସବୁଠୁ ବଡ ଦଳ ସତ୍ତ୍ୱେ କେମିତି ହାରିଲା କଂଗ୍ରେସ?

February 10, 2026

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏବେ ପୁସ୍ତକକୁ ନେଇ ପ୍ରତିକ୍ରିୟା ଦେଲେ ଜେନେରାଲ ନରବଣେ

February 10, 2026

ଆୟୁଷ ଡାକ୍ତରଙ୍କ ବଢିଲା ଦରମା, ଏଣିକି ବରିଷ୍ଠତା ଭିତ୍ତିରେ ସେମାନେ ମାସକୁ ପାଇବେ..

February 10, 2026
Latest News

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026

ବିଜେପି ଜିତିଲା ଚନ୍ଦ୍ରପୁର ମେୟର ନିର୍ବାଚନ: ସବୁଠୁ ବଡ ଦଳ ସତ୍ତ୍ୱେ କେମିତି ହାରିଲା କଂଗ୍ରେସ?

February 10, 2026

ଭାରତୀୟ ଚାଷୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ଭାରତ-ଆମେରିକା ବାଣିଜ୍ୟ ରାଜିନାମା

February 10, 2026

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏବେ ପୁସ୍ତକକୁ ନେଇ ପ୍ରତିକ୍ରିୟା ଦେଲେ ଜେନେରାଲ ନରବଣେ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.