ବରିଷ୍ଠ ଓକିଲ ଆତ୍ମା ପ୍ରକାଶ ମହାନ୍ତି ରାଜ୍ୟ ଆଇନିଜୀବି ପରିଷଦର ସଦସ୍ୟ ଭାବେ ପୁନଃନିର୍ବାଚିତ

Published: Aug 8, 2023, 6:52 pm IST

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ଓକିଲ ଆତ୍ମା ପ୍ରକାଶ ମହାନ୍ତି ଆଜି ରାଜ୍ୟ ଆଇନିଜୀବି ପରିଷଦର ସଭ୍ୟ ଭାବେ ବିଜୟଲାଭ କରିଛନ୍ତି। ଏ ନେଇ ଆଜି ଭୋଟ ଗଣତି ହୋଇଥିଲା। ଏଥିରେ ସେ ଭଲ ଭୋଟରେ ବିଜୟ ଲାଭ କରିଛନ୍ତି।

ସମଗ୍ର ରାଜ୍ୟର ପ୍ରାୟ ସବୁ ଜିଲ୍ଲା ସବୁ କୋର୍ଟରୁ ସେ ପ୍ରଥମ ପସନ୍ଦ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ସେ ଏହି ପଦବୀରେ ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି। ଗତ ଥର ମଧ୍ୟ ମହାନ୍ତି ରେକର୍ଡ ସଂଖ୍ୟକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।

ଆଜି ଶ୍ରୀ ମହାନ୍ତିଙ୍କ ବିଜୟ ଘୋଷଣା ପରେ ବିଭିନ୍ନ ବରିଷ୍ଠ ଆଇନଜୀବୀମାନେ ଭୁବନେଶ୍ୱର କୋର୍ଟ ପରିସରରେ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସରରେ ଲୟର୍ସ ଗୃପ୍ ପକ୍ଷରୁ ତାଙ୍କୁ କୋର୍ଟ ପରିସରରେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଆଇନଜୀବୀ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ପାତ୍ର, ଅକ୍ଷୟ କୁମାର ଦାଶ, ନବ କିଶୋର ମଲିକ୍‌, ପ୍ରମୋଦକୁମାର ସାହୁ, ମନୋଜ ବଳିଆରସିଂ, ହରିହର ସାହୁ ସମେତ ଶତାଧିକ ଆଇନଜୀବୀ ସମ୍ବର୍ଦ୍ଧନା କରିଥିଲେ ।

Related posts