Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ
ଆଜିର ଖବର

ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ

August 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କେ କରାଡ଼ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତୀୟ ରାଜ୍ୟରେ ପିଏମ ସ୍ବନିଧି ଯୋଜନାର ପ୍ରଗତି ଓ ରାଜ୍ୟମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯାଇଛି। ବିଶେଷ କରି ବ୍ୟାଙ୍କମାନଙ୍କ ଦ୍ବାରା ଫେରାଇ ଦିଆଯାଇଥିବା ଆବେଦନଗୁଡ଼ିକର ସଂଖ୍ୟା ହ୍ରାସ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

ଏହି ବୈଠକରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନ୍ୟ ଅଧିକାରୀ, ବିଭିନ୍ନ ରାଜ୍ୟର ମହାନଗର ନିଗମ କମିଶନର ଓ ଏସଏଲବିସି ଆବାହକ, ବିଭିନ୍ନ ସରକାରୀ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଅର୍ଥ ସେବା ବିଭାଗର ଯୁଗ୍ମ ସଚିବ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।

ଅର୍ଥ ରାଷ୍ଟ୍ର ମନ୍ତ୍ରୀ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ପିଏମ ସ୍ବନିଧି ଯୋଜନା ଅଧୀନରେ ଋଣ ବିତରଣ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କେତେଦୂର ଅଗ୍ରଗତି କରିପାରିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଯୋଜନାର ସମୀକ୍ଷା କରିଥିଲେ।

ବ୍ୟାଙ୍କମାନେ ଫେରାଇ ଦେଇଥିବା ଆବେଦନକୁ ସମୀକ୍ଷା କରିବା ନିମନ୍ତେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପୌର ପ୍ରଶାସନଗୁଡ଼ିକୁ ଅନୁରୋଧ କରିବା ସହିତ ଏସବୁ ଆବେଦନକୁ ସଂଶୋଧନ କରି ପୁନର୍ବାର ଋଣ ମଞ୍ଜୁରି ଓ ବିତରଣ ଲାଗି ଦାଖଲ କରିବାକୁ କହିଥିଲେ।

ନିର୍ଦ୍ଧାରିତ ସମୟରେ ଋଣ ବିତରଣ ଲକ୍ଷ୍ୟ ହାସଲ ନିମନ୍ତେ ଶିବିର ଆୟୋଜନ କରିବା ଏବଂ ବ୍ୟାଙ୍କଗୁଡ଼ିକୁ ନୂଆ ଆବେଦନ କରିବାରେ ସହାୟତା ଯୋଗାଇ ଦେବା ଲାଗି ସବୁ ପୌର ପ୍ରଶାସନକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଥିଲେ। ପିଏମ ସ୍ବନିଧି ଯୋଜନାର ଲକ୍ଷ୍ୟ ହାସଲ ନିମନ୍ତେ ପରସ୍ପର ମଧ୍ୟରେ ସମନ୍ବୟ ସ୍ଥାପନ କରି କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସବୁ ବ୍ୟାଙ୍କ ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉଠାଦୋକାନୀମାନଙ୍କର ଡିଜିଟାଲ ପଞ୍ଜୀକରଣ ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣାଇବାକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପିଏମ ସ୍ବନିଧି ଯୋଜନାର ହିତାଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରୋଫାଇଲିଂ ବା ପରିଚୟ ତଥ୍ୟରେ ସୁଧାର ଆଣିବା ଉପରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଯାହାଫଳରେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇପାରିବ।

ସୂଚନାଯୋଗ୍ୟ ଯେ, ରାସ୍ତାକଡ଼ ଉଠା ଦୋକାନୀଙ୍କ ଆର୍ଥିକ ବିକାଶ ପାଇଁ ସେମାନଙ୍କୁ ବାଧାମୁକ୍ତ ଭାବେ ଶସ୍ତା ଋଣ ଯୋଗାଇ ଦେବା ଏବଂ ସେମାନଙ୍କର ଡିଜିଟାଲ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ପିଏମ ସ୍ବନିଧି ଯୋଜନା କାର୍ଯ୍ୟକାରୀ କରାଯାଉଛି ଯଦ୍ଦ୍ବାରା ସେମାନଙ୍କର ସଶକ୍ତିକରଣ ହୋଇପାରିବ।

ଉଠାଦୋକାନୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଏହି ଯୋଜନା ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ଅଧୀନ ଅର୍ଥ ସେବା ବିଭାଗ ଦ୍ବାରା ମିଳିତ ଭାବେ ଏହି ଯୋଜନାର ପ୍ରଦର୍ଶନକୁ ନିୟମିତ ଅନୁଧ୍ୟାନ କରାଯାଉଛି। ଫଳରେ ସାରା ଦେଶରେ ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରୁଛି। ୯ ଅଗଷ୍ଟ ୨୦୨୩ ସୁଦ୍ଧା ୫୬ ଲକ୍ଷ ୭୦ ହଜାର ଆବେଦନକୁ ମଞ୍ଜୁରି ମିଳିଥିବା ବେଳେ ୫୩ ଲକ୍ଷ ୧୯ଟି ଆବେଦନ ବାବଦରେ ୬ ହଜାର ୮୮୩ କୋଟି ଟଙ୍କାର ଋଣ ବିତରଣ କରାଯାଇସାରିଛି।

ଅର୍ଥ ମନ୍ତ୍ରଣାଳୟ ଆଞ୍ଚଳିକ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026
Latest News

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.