ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୪୧ ଟି ଜିଲ୍ଲାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣକୁ ନେଇ ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖ୍ୟ ବିଷ୍ଣୁ ଦତ୍ତ ଶର୍ମା ପ୍ରତିକ୍ରିୟା ଦେଇଛନ୍ତି। ଏହା ଏକ ଗମ୍ଭୀର ବିଷୟ ବୋଲି ସେ କହିଛନ୍ତି। ଏତେ ବଡ ଜାତୀୟ ଦଳ ମିଥ୍ୟା ଚିଠି ଆଧାରରେ ଅଭିଯୋଗ ଆଣିଛନ୍ତି।
ସାଂସଦ ତଥା ବିଜେପି ମୁଖ୍ୟ ଦାବି କରିଛନ୍ତି ଯେ, ଏହି ଚିଠିକୁ ପ୍ରସ୍ତୁତ କରାଯାଇ ଭାଇରାଲ କରାଯାଇଛି। ମିଥ୍ୟା ଏବଂ ପ୍ରତାରଣାର ଏହା ଏକ ଉଦାହରଣ। ଦିଗବିଜୟ ସିଂ ଏହା ଉପରେ ଟ୍ୱିଟ କରିନାହାଁନ୍ତି। କମଲ ନାଥ ବର୍ତ୍ତମାନ ମିଥ୍ୟାନାଥ ବୋଲି ପ୍ରମାଣିତ ହୋଇଛନ୍ତି। ଏହା ଏକ ଷଡଯନ୍ତ୍ର। ସରକାରଙ୍କୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର ଚାଲିଛି।
ଏହା ଏକ ଅପରାଧିକ ମାମଲା ବୋଲି ସେ କହିଛନ୍ତି। ସାଇବର କ୍ରାଇମ ଅନୁଯାୟୀ ଅଭିଯୋଗ କରାଯାଇଛି। ଯୋଜନାବଦ୍ଧ ଭାବେ କଂଗ୍ରେସ ଏହା କରିଛି।
ବିଜେପିର ଲିଗାଲ୍ ସେଲ୍ ଏକ ଏଫ୍ଆଇଆର୍ ଦାଖଲ କରିଥିଲା:
ପ୍ରକାଶ ଯେ, ପ୍ରିୟଙ୍କା ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ୫୦ ପ୍ରତିଶତ କମିଶନ ନିଆଯାଉଛି ବୋଲି ଦାବି କରାଯାଇଥିଲା। ତେବେ ବିଜେପି ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି। କେବଳ ପ୍ରିୟଙ୍କାଙ୍କ ବିରୋଧରେ ନୁହେଁ, କମଲ ନାଥ, ଅରୁଣ ଯାଦବଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ୪୧ ଟି ଜିଲ୍ଲାରେ ଏଫଆଇଆର ପଞ୍ଜୀକୃତ ହୋଇଛି।