Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଆଇଇଇଇର ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍‌ଯାପିତ
ଆଜିର ଖବର

ସୋଆରେ ଆଇଇଇଇର ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍‌ଯାପିତ

August 14, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ ଆୟୋଜିତ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍ (ସେଫେଟ-୨୦୨୩)” ଶୀର୍ଷକ ୪ ଦିନିଆ ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ୫୦୦ ରୁ ଊର୍ଦ୍ଧ୍ୱ ଗବେଷକ ଯୋଗ ଦେଇଥିଲେ।

ଶନିବାର ଆୟୋଜିତ ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ସମ୍ମିଳନୀର ପ୍ରସଙ୍ଗକୁ ଉଚ୍ଚକୋଟୀର ବୋଲି କହିବା ସହ ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନିଜର ଷ୍ଟାର୍ଟଅପ୍ ଗଢ଼ିବା ଓ ଫ୍ୟାକଲ୍ଟିମାନେ ଗବେଷଣା ଦ୍ୱାରା ଉପକୃତ ହେବେ ବୋଲି କହିଥିଲେ।

ଗବେଷଣାକୁ ସୋଆ ଅଧିକ ମାତ୍ରାରେ ଗୁରୁତ୍ୱ ଦେଉଥିବା ବେଳେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଓ କ୍ୟୁଏସ୍ ର‌୍ୟାଙ୍କିଙ୍ଗ୍‌ରେ ସୋଆର ସଫଳତା ବେଶ ଉଚ୍ଚକୋଟୀର ବୋଲି ପ୍ରଫେସର ରଥ କହିଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମିଳନୀର ପ୍ରସଙ୍ଗ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ଅଧିକ ଉପକୃତ ହେବେ ଓ ଅଧିକ ସନ୍ଦର୍ଭ ପ୍ରକାଶ କରିବାରେ ସହାୟତା ପାଇବେ ବୋଲି କହିଥିଲେ। ଏଭଳି ସମ୍ମିଳନୀ ଅଧିକ ମାତ୍ରାରେ ହେବା ଉଚିତ୍ ବୋଲି ମଧ୍ୟ ସେ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆବୁଧାବି, ୟୁଏଇର ଖଲିଫା ୟୁନିଭର୍ସିଟିର ପ୍ରଫେସର ତଥା ଆଇଇଇଇ ଫେଲୋ ଡକ୍ଟର ବିନୋଦ ଖଡ୍‌କିକର ଯୋଗ ଦେଇ ସମ୍ମିଳନୀ ଆୟୋଜନ କରିବାରେ ସୋଆର ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ସମ୍ମିଳନୀର ପ୍ରଥମ ସଂସ୍କରଣ ଅନ୍‌ଲାଇନ୍ ଓ ଦ୍ୱିତୀୟ ସଂସ୍କରଣ ହାଇବ୍ରିଡ ମୋଡ ଯୋଗେ ହୋଇଥିବା ବେଳେ ତୃତୀୟ ସଂସ୍କରଣ ସୋଆ (ଭୁବନେଶ୍ୱର)ରେ ଅଗଷ୍ଟ ୯ ରୁ ୧୨ ତାରିଖ ମଧ୍ୟରେ ଆୟୋଜିତ ହୋଇଛି। ତେବେ ଏହାର ଚତୁଃର୍ଥ ସଂସ୍କରଣ ୨୦୨୪ ମସିହା ଜୁଲାଇ ୩୧ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ଠାରେ ଆୟୋଜନ କରାଯିବ ବୋଲି ଡକ୍ଟର ଖଡ୍‌କିକର କହିଛନ୍ତି।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଆଇଟିଇଆର୍‌ର ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ତଥା ସେଫେଟ୍‌-୨୦୨୩ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେବା ଅବସରରେ ସୋଆରେ କିଭଳି ବିଭିନ୍ନ ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମର ନିୟମିତ ଭାବେ ଆୟୋଜନ କରାଯାଉଛି ସେ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ଅନେକ ଗବେଷଣା ପ୍ରସୂତ ସନ୍ଦର୍ଭ ସଂଗ୍ରହ କରାଯାଇଛି। ଏହି ସନ୍ଦର୍ଭଗୁଡ଼ିକ ଆଇଇଇଇ ଏକ୍ସପ୍ଲୋରରେ ପ୍ରକାଶନ କରାଯିବ ବୋଲି ସେ କହିଥିଲେ।
ଏହି ଅବସରରେ ଆଇଇଇଇ ଫେଲୋ ତଥା ସିଙ୍ଗାପୁର ସ୍ଥିତ ସିଙ୍ଗାପୁର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଓ ପ୍ରୋଗ୍ରାମ ଲିଡର ଡକ୍ଟର ଅକ୍ଷୟ କୁମାର ରାଠୋର ମଧ୍ୟ ଉପସ୍ଥିତ ଥିଲେ।

ମନୋନୀତ ସନ୍ଦର୍ଭଗୁଡ଼ିକର ଲେଖକ ତଥା ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଆଇଟିଇଆର୍‌ର ପ୍ରଫେସର ତଥା ସେଫେଟ -୨୦୨୩ର ଅର୍ଗାନାଇଜିଂ ଚେୟାର ଡକ୍ଟର ମନୋଜ କୁମାର ଦେବନାଥ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମ୍ମିଳନୀରେ ଇଞ୍ଜିନିୟର, ଗବେଷକ, ବୈଜ୍ଞାନିକ ଓ ଶିକ୍ଷାବିତ୍‌ମାନେ ରିନ୍ୟୁବଲ୍ ଏନର୍ଜି, ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍‌, ପାୱାର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଡ୍ରାଇଭ୍‌ସ, କଂଟ୍ରୋଲ୍ ଟେକ୍ନିକ୍ସ, ସ୍ମାର୍ଟ ଗ୍ରୀଡ୍‌ସ, କମ୍ୟୁନିକେସନ୍ ପ୍ରୋଟୋକଲ୍ସ, ଇନ୍‌ଟେଲିଜେଂଟ ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆଣ୍ଡ ଷ୍ଟାଣ୍ଡାର୍ଡ୍‌ସ ଇତ୍ୟାଦି ପ୍ରସଙ୍ଗରେ ନିଜର କାର୍ଯ୍ୟ ପ୍ରଦର୍ଶନ କରିବା ସହ ଅଭିଜ୍ଞତା ଓ ଧାରଣାକୁ ବ୍ୟକ୍ତ କରିଥିଲେ।

ୟୁନାଇଟେଡ୍ ଷ୍ଟେଟ୍‌ସ, ୟୁନାଇଟେଡ୍ କିଙ୍ଗଡମ୍‌, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜାପାନ, ଚୀନ୍‌, ନେଦରଲ୍ୟାଣ୍ଡ, ତାଇୱାନ୍‌, କାତାର ଏବଂ ଥାଇଲାଣ୍ଡ ସହିତ ଅନ୍ୟ କେତେକ ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ଆଇଇଇଇ ଇଣ୍ଡଷ୍ଟ୍ରି ଆପ୍ଲିକେସନ୍ସ ସୋସାଇଟି (ଆଇଏଏସ୍‌) ଏକ ସ୍ୱେଚ୍ଛାସେବୀ ପ୍ରୋତ୍ସାହିତ ଅନୁଷ୍ଠାନ ଯାହାକି ଇଞ୍ଜିନିୟରିଂ ବୃତିଧାରୀଙ୍କ ଦ୍ୱାରା ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ ସିଷ୍ଟମ୍‌ସର ଥିଓରି ଓ ପ୍ରାକ୍ଟିସ୍‌କୁ ଆଗକୁ ନେବା ନିମନ୍ତେ କାର୍ଯ୍ୟ କରିଥାଏ। ସେହିପରି ଆଇଇଇଇ ପାୱାର ଆଣ୍ଡ ଏନର୍ଜି ସୋସାଇଟି ଆଇଇଇଇର ସର୍ବ ପୁରାତନ ସୋସାଇଟି ଯାହାକି ଇଲେକ୍ଟ୍ରିକ୍ ପାୱାର ଓ ଏନର୍ଜି ସମ୍ପର୍କିତ ସାଇନ୍‌ଟିଫିକ୍ ଓ ଇଞ୍ଜିନିୟରିଂ ଜ୍ଞାନ ଉପରେ ଗୁରୁତ୍ୱ ଦେଇଥାଏ।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.