Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟ ଶାସନ ସଚିବଙ୍କ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ
ଆଜିର ଖବର

ମୁଖ୍ୟ ଶାସନ ସଚିବଙ୍କ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ

August 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ଶାସନ ସଚିବଙ୍କ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ଭୁବନେଶ୍ୱର ଅନ୍ଧାରୁଆସ୍ଥିତ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ କରିଥିଲେ। ଓଡ଼ିଶାରେ ବାୟୋଟେକ୍ନୋଲୋଜି ଏବଂ ଜୈବ-ସୂଚନା ପ୍ରଯୁକ୍ତି ଶିଳ୍ପକୁ ଆନୁଷଙ୍ଗିକ ସୁବିଧା ସହିତ ଆକୃଷ୍ଟ ଓ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏହା ଏକ ସମନ୍ୱିତ ଶିଳ୍ପ ପାର୍କ।

ରାଜ୍ୟ ସରକାରଙ୍କ ଇଡକୋ ଦ୍ୱାରା ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ଓଡ଼ିଶା ବାୟୋଟେକ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍ (ଓବିପିପିଏଲ୍) କୁ ପ୍ରଦତ୍ତ ଜମିରେ ଏହି ପାର୍କରେ ସ୍ଥାପିତ ପ୍ରକଳ୍ପରେ ହାଇଦରାବାଦର ସାପିଜେନ୍ ବାୟୋଲୋଜିକ୍ସ ତରଫରୁ ପ୍ରାଥମିକ ପର‌୍ୟ୍ୟାୟରେ ମ୍ୟାଲେରିଆ, ନାଜାଲ କରୋନା ଭ୍ୟାକ୍ସିନ୍ ଆଦି ଔଷଧ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।

ମୁଖ୍ୟଶାସନ ସଚିବ ଏହି ପରିପ୍ରେକ୍ଷୀରେ ଏଠାରେ ଅତ୍ୟାଧୁନିକ ଶୈଳୀରେ ଉତ୍ପାଦନ ହେବାକୁ ଥିବା ଔଷଧର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଏହି ପ୍ରକଳ୍ପର କାର‌୍ୟ୍ୟକାରିତା ନେଇ ଓ ପାର୍କର ଅଧିକ ବିକାଶ ନେଇ ରହିଥିବା ବିଭିନ୍ନ ଆବଶ୍ୟକତା ସଂପର୍କରେ ସେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ଶ୍ରୀ ହେମନ୍ତ ଶର୍ମା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମଙ୍କ ସହ ଆଲୋଚନା କରିଥିଲେ।

ସାପିଜେନ୍ ବାୟୋଲୋଜିକ୍ସର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡା. କ୍ରୀଷ୍ଣମୋହନ,ମୁଖ୍ୟ ବିତ୍ତ ଅଧିକାରୀ ଟି.ଶ୍ରୀନିବାସ, ପ୍ରକଳ୍ପ ଇନ୍ ଚାର୍ଜ ଏ.ଅରୁଣାଚଳମ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆନ୍ତଃ ବିଭାଗୀୟ ପରିଦର୍ଶନରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଜଙ୍ଗଲ ଓ ପରିବେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ସଂପୃକ୍ତ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଜେନା ବାୟୋଟେକ୍ ପାର୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୧୫ରେ କଣ ରହିଛି ଆପଣଙ୍କର ରାଶିଫଳ: ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

August 15, 2026

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026
Latest News

ଆଜି ଅଗଷ୍ଟ ୧୫ରେ କଣ ରହିଛି ଆପଣଙ୍କର ରାଶିଫଳ: ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

August 15, 2026

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.