Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜର ସମସ୍ୟା ଓ ଭବିଷ୍ୟତର ଆକାଂକ୍ଷା ବଖାଣିଲେ ଗ୍ରାମାଂଚଳ ବାସୀ
ଆଜିର ଖବର

ନିଜର ସମସ୍ୟା ଓ ଭବିଷ୍ୟତର ଆକାଂକ୍ଷା ବଖାଣିଲେ ଗ୍ରାମାଂଚଳ ବାସୀ

August 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ, ମୃତିକା କ୍ଷୟ, ଆଦିବାସୀଙ୍କ ଶୋଷଣ ଓ ମହିଳାଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଆଜି ଏଠାରେ ଉଦ୍‌ଯାପିତ ହୋଇଥିବା ଏକ ଦୁଇ ଦିନିଆ ସମ୍ମିଳନୀରେ ଗ୍ରାମାଂଚଳରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଆଲୋଚନା କରାଯାଇଛି।

ଡିଜିଟାଲ୍ ନ୍ୟୁଜ ପ୍ଲାଟଫର୍ମ, ରୁରାଲ ଭଏସ୍‌, ବେଙ୍ଗାଲୁରୁସ୍ଥିତ ସକ୍ରାଟସ୍ ଫାଉଣ୍ଡେସନ୍ ଓ ଏକ ସାମାଜିକ ଅନୁଷ୍ଠାନ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସ ଦ୍ୱାରା ଆୟୋଜିତ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶାର ୨୧ ଟି ଜିଲ୍ଲାରୁ ପ୍ରାୟ ୫୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ପ୍ରତିନିଧିମାନଙ୍କ ମଧ୍ୟରେ କୃଷକ, କାରିଗର, କ୍ଷୁଦ୍ର ଉଦ୍ୟୋଗୀ, ରାଜନୈତିକ କର୍ମୀ, ମହିଳା ଉଦ୍ୟୋଗୀ, ସାମାଜିକ କର୍ମୀ, ଗ୍ରାମାଂଚଳର ସାମ୍ବାଦିକ ଓ ଜଳବାୟୁ ପରିବର୍ତନ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷମାନେ ସାମ୍ନା କରୁଥିବା ସମସ୍ୟା ଓ ସେମାନଙ୍କର ଆକାଂକ୍ଷା ସମ୍ପର୍କରେ ମତ ରଖିଥିଲେ।

ଭାରତର ଗ୍ରାମାଂଚଳରେ ଏଭଳି ସମ୍ମିଳନୀର ଆୟୋଜନ କରିବା ନେଇ ଯୋଜନା ରଖିଥିବା ରୁରାଲ ଭଏସ୍ ଓ ସକ୍ରାଟସ୍ ଫାଉଣ୍ଡେସନ୍ ପକ୍ଷରୁ ଏହି କାର୍ଯକ୍ରମ ହାତକୁ ନିଆଯାଇଛି ଏବଂ ଗ୍ରାମାଂଚଳ ବାସିନ୍ଦାଙ୍କର ସମସ୍ୟାକୁ ସମାଧାନ କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରୁରାଲ ଭଏସ୍‌ର ପ୍ରତିଷ୍ଠା ଶ୍ରୀ ହରଭୀର ସିଂ।

ଶ୍ରୀ ସିଂ କହିଛନ୍ତି ଯେ ପ୍ରଥମ ସମ୍ମିଳନୀଟି ଉତର ପ୍ରଦେଶର ମୁଜାଫରନଗରରେ ଆୟୋଜିତ ହୋଇଥିବା ବେଳେ ଭୁବନେଶ୍ୱରରେ ଏହାର ଦ୍ୱିତୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏହାର ପରବର୍ତୀ କାର୍ଯ୍ୟକ୍ରମ ରାଜସ୍ଥାନ ଏବଂ ଦକ୍ଷିଣ ଭାରତ ଓ ଉତର ପୂର୍ବ ଭାରତରେ ଆୟୋଜନ କରାଯିବାର ଯୋଜନା ରହିଛି।

ଗ୍ରାମାଂଚଳରେ ରହୁଥିବା ବାସିନ୍ଦାଙ୍କର ସମସ୍ୟାର ସମାଧାନ ଏବଂ ତାଙ୍କ ଜୀବନଶୈଳୀରେ ଉନ୍ନତି ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା କହିଛନ୍ତି ସକ୍ରାଟସ୍ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶ୍ରୀ ପ୍ରଚୁର ଗୋଏଲ।

ଏହି ଅବସରରେ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସର ପ୍ରତିଷ୍ଠାତା ଶ୍ରୀ ସମ୍ବିତ ତ୍ରିପାଠୀ କହିଥିଲେ ଯେ ଏହି ସମ୍ମିଳନୀରେ ପ୍ରତିଯୋଗୀମାନେ ସ୍ୱଚ୍ଛ ପାନୀୟ ଜଳ, ଜଳସେଚନ ସୁବିଧା, ଶିକ୍ଷାର ଗୁଣାବତା ଓ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ମଦ୍ୟପାନ ଏବଂ ନିଶା ସେବନ ଭଳି ସମସ୍ୟା ଜଟିଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଗ୍ରାମାଂଚଳଗୁଡ଼ିକୁ ନିଶାମୁକ୍ତ କରିବା ନେଇ ପ୍ରତିନିଧିମାନେ ଗୁରୁତ୍ୱାରୋପ କରିଥିଲେ।

ଗ୍ରାମାଂଚଳରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଶେଷ ହେବା ପରେ ଏହାର ଏକ ବିସ୍ତୃତ ତଥ୍ୟ ଜାତୀୟ ସ୍ତରୀୟ ନୀତିନିର୍ଦ୍ଧାରଣକାରୀ ଓ ବିଶେଷଜ୍ଞଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସିଂ କହିଥିଲେ।

ଜଳବାୟୁ ପରିବର୍ତନ ଦ୍ୱାରା ସମୁଦ୍ରର ସ୍ତର କିଭଳି ବୃଦ୍ଧି ପାଇବାରେ ଲାଗିଛି ଓ ଏହା ଦ୍ୱାରା କୃଷି ଉପରେ ଏହାର ପ୍ରଭାବ ପଡ଼ୁଛି ବୋଲି ସେମାନେ କହିଥିଲେ। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ନେଇ ପଦକ୍ଷେପ ନେବାର ଆବଶ୍ୟକତା ଥିବା ଏହି ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ଏକ ପାନେଲ ଆଲୋଚନାରେ ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନସଚିବ ଯୁଗଳ କିଶୋର ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ମିତାଲି ଚିନାରା ଓ ହରଭୀର ସିଂ ଯୋଗ ଦେଇଥିଲେ।

ଶ୍ରୀ ମହାପାତ୍ର ଗତ ୪ ଦଶନ୍ଧି ମଧ୍ୟରେ ହୋଇଥିବା ବିକାଶ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିବା ବେଳେ ପ୍ରଫେସର ଚିନାରା ବିକାଶ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଆଲୋକପାତ କରିଥିଲେ।

ସେହିପରି ଶ୍ରୀ ସିଂ ପ୍ରସ୍ତାବିତ କୃଷି ଆଇନ୍ ଓ ଏ ସମ୍ପର୍କିତ ଜାତୀୟ ସ୍ତରୀୟ ବିଚାରଧାରା ଉପରେ ମତବ୍ୟକ୍ତ କରିଥିଲେ।

ଜଳବାୟୁ ପରିବର୍ତ୍ତନ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.