Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ
ଆଜିର ଖବର

ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

August 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁପ୍ରିମକୋର୍ଟ
"ବୁଦ୍ଧିଜୀବୀମାନେ ଆତଙ୍କବାଦୀ ହୋଇଗଲେ ଅଧିକ ବିପଦପୂର୍ଣ୍ଣ ହୋଇଯାଆନ୍ତି": ସୁପ୍ରିମକୋର୍ଟରେ କହିଲା ପୋଲିସ

ନୂଆଦିଲ୍ଲୀ: ଗୁଜରାଟର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ସମାଜରେ ବିବାହ ଅନୁଷ୍ଠାନରେ ଗର୍ଭଧାରଣ ଏକ ଦମ୍ପତି ଏବଂ ସମାଜ ପାଇଁ ଖୁସିର ଉତ୍ସ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି। ତେବେ ଯେତେବେଳେ ଜଣେ ମହିଳା ତାଙ୍କ ଇଚ୍ଛା ବିନା ଗର୍ଭବତୀ ହୁଅନ୍ତି ତେବେ ଏହା ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ପୀଡ଼ିତାଙ୍କ ଡାକ୍ତରୀ ରିପୋର୍ଟକୁ ବିଚାରକୁ ନେଇ ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟ ଗର୍ଭପାତ ଆବେଦନକୁ ଖାରଜ କରିବା ଠିକ ନୁହେଁ।

ଗୁଜରାଟ ହାଇକୋର୍ଟଙ୍କ ରାୟକୁ ବିରୋଧ କଲେ ସୁପ୍ରିମକୋର୍ଟ

ଏହା ପୂର୍ବରୁ ଅଗଷ୍ଟ ୧୯ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟଙ୍କ ଆଭିମୁଖ୍ୟକୁ ନେଇ ଚିନ୍ତା ପ୍ରକଟ କରିବା ସହ ମେଡ଼ିକାଲ ବୋର୍ଡଠାରୁ ନୂଆ ରିପୋର୍ଟ ମାଗିଥିଲେ। କୋର୍ଟ କହିଥିଲେ ଯେ ଗୁଜରାଟ ହାଇକୋର୍ଟ ଏହି ମାମଲାର ଶୁଣାଣି ରେ ବହୁତ ସମୟ ବିତାଇଛନ୍ତି।

ଗୁଜରାଟ ହାଇକୋର୍ଟ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇଥିଲେ

ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ବୟସ ୨୫ ବର୍ଷ ହୋଇଥିବାରୁ ସେ ସୁପ୍ରିମକୋର୍ଟରେ ଗର୍ଭପାତ ପାଇଁ ଆବେଦନ କରିଥିଲେ। ଗୁଜୁରାଟ ହାଇକୋର୍ଟ ସରକାରୀ ନୀତି ଏବଂ ଡାକ୍ତରୀ ବିପଦ କାରଣ ଦର୍ଶାଇ ପୀଡ଼ିତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଗୁଜରାଟ ହାଇକୋର୍ଟଙ୍କ ଏହି ଆଦେଶକୁ ପୀଡ଼ିତା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା।

ଗୁଜରାଟ ହାଇକୋର୍ଟଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ଶନିବାର ଗୁଜରାଟ ହାଇକୋର୍ଟ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବିରୋଧ କରିଥିଲେ। ଗୁଜରାଟ ହାଇକୋର୍ଟ କ’ଣ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ପ୍ରଶ୍ନ କରିଛନ୍ତି।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଭି.ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗୁଜରାଟ ହାଇକୋର୍ଟରେ କ’ଣ ଘଟୁଛି? ହାଇକୋର୍ଟଙ୍କ ଆଦେଶ ବିରୋଧରେ ଭାରତର କୌଣସି ଅଦାଲତ ଆଦେଶ ଦେଇପାରିବେ ନାହିଁ। ଏହା ସମ୍ବିଧାନ ବିରୋଧୀ।

ଶନିବାର ହାଇକୋର୍ଟ କାହିଁକି ଏହି ରାୟ ଦେଇଛନ୍ତି ତାହା ତୁଷାର ମେହେଟ୍ଟା ସ୍ପଷ୍ଟ କରିଛନ୍ତି

ଗୁଜରାଟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ କ୍ଲରିକାଲ ତ୍ରୁଟିକୁ ସୁଧାରିବା ପାଇଁ ଶନିବାର ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ଆଦେଶରେ କ୍ଲରିକାଲ ତ୍ରୁଟି ଥିଲା ଏବଂ ଶନିବାର ଏହାକୁ ସଂଶୋଧନ କରାଯାଇଥିଲା। ଏହା ଏକ ଭୁଲ ବୁଝାମଣା ଥିଲା। ରାଜ୍ୟ ସରକାର ହିସାବରେ ଆମେ ବିଚାରପତିଙ୍କୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ ଅନୁରୋଧ କରିବୁ।

ଗର୍ଭପାତ ଦୁଷ୍କର୍ମ ପୀଡ଼ିତା ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ

January 19, 2026

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026
Latest News

ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ

January 19, 2026

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026

ଶ୍ରୀ ସତ୍ୟ ସାଇ ସେବା ସଂଗଠନର ୫୦ତମ ରାଜ୍ୟ ସମ୍ମିଳନୀ ଓ ଦିବ୍ୟ ପାଦୁକା ଯାତ୍ରାର ସମାବର୍ତ୍ତନ ଉତ୍ସବ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.