Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ର ଭଲ୍ୟୁମ -୨ ଓ ୩ ଉନ୍ମୋଚିତ
ଆଜିର ଖବର

‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ର ଭଲ୍ୟୁମ -୨ ଓ ୩ ଉନ୍ମୋଚିତ

August 26, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଭୋପାଳର କୁଶାଭାଉ ଠାକରେ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ଦ୍ୱିତୀୟ ପାଳି ସମୟରେ ଦେଇଥିବା ଭାଷଣ ଏବଂ ସମ୍ବୋଧନରୁ ସଂକଳିତ ଦୁଇ ଖଣ୍ଡ ସ୍ୱତନ୍ତ୍ର ପୁସ୍ତକ ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ’ ଉନ୍ମୋଚନ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ପକ୍ଷରୁ ଏହି ପୁସ୍ତକ ଗୁଡ଼ିକୁ ସଂକଳିତ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଗୁଡିକ କ୍ରମାଗତ ଭାବରେ ପ୍ରେରଣାର ଉତ୍ସ ଭାବେ କାର୍ଯ୍ୟ କରୁଛି ବୋଲି ଉଲ୍ଲେଖ କରିଥିଲେ।

ତାଙ୍କର ପ୍ରତ୍ୟେକ ଭାଷଣରେ ଶିଖିବା ପାଇଁ ଅନେକ ଉପାଦେୟ କଥା ରହିଛି। ତାଙ୍କର ଭାଷଣରେ ପ୍ରଚୁର ପରିମାଣରେ ଜ୍ଞାନବର୍ଦ୍ଧକ ବିଷୟବସ୍ତୁ ଥିବାରୁ ପୁସ୍ତକ ପ୍ରସ୍ତୁତ ପାଇଁ ସେଗୁଡିକ ମଧ୍ୟରୁ ଭାଷଣ ଚୟନ କରିବା ଆହ୍ୱାନମୂଳକ ହୋଇ ପଡିଥିଲା।

ଏହି ପୁସ୍ତକର ଗୋଟିଏ ବିଭାଗରେ ୮୬ଟି ପ୍ରେରଣାଦାୟୀ ଭାଷଣ ଏବଂ ଅନ୍ୟ ବିଭାଗରେ ୮୦ଟି ପ୍ରେରଣାଦାୟକ ଭାଷଣ ସାମିଲ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଧାରିତ ବଛାବଛା ଭାଷଣକୁ ସଂକଳିତ କରାଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ, ସୁଶାସନ, ମହିଳା ସଶକ୍ତିକରଣ, ରାଷ୍ଟ୍ର ଶକ୍ତି, ଆତ୍ମନିର୍ଭର ଭାରତ, ଜୟ ବିଜ୍ଞାନ, ଜୟ କିଷାନ ଆଦି ପ୍ରସଙ୍ଗରେ ସାଧାରଣ ନାଗରିକଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣ ଗୁଡିକୁ ଏଥିରେ ଅନ୍ତର୍ଭୁକ୍ତ ହୋଇଛି।

ଯୁବଗୋଷ୍ଠୀ ଓ ଗବେଷକମାନେ ଏହି ପୁସ୍ତକ ପଢ଼ିବା ଦରକାର ବୋଲି ମନ୍ତ୍ରୀ ନିବେଦନ କରି କହିିଥିଲେ। ଏଥିରେ ଅନେକ କିଛି ଜାଣିବା ଏବଂ ଶିଖିବା ପାଇଁ ଅଛି। ଶ୍ରୀ ଠାକୁର ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିଥିଲେ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତାରେ ଭାରତର ପ୍ରୟାସକୁ ଚିହ୍ନିତ କରିଥିଲେ।

ୟୁପିଆଇ ଏବଂ ଭୀମ ଆପ୍ ଭଳି ଆପ୍ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱର ଡିଜିଟାଲ ଦେୟ ମଧ୍ୟରୁ ଏବେ ଭାରତରେ ସର୍ବାଧିକ ପରିମାଣରେ ଅର୍ଥାତ୍ ୪୬ ପ୍ରତିଶତ କାରବାର ହେଉଛି।

ସେ ଉଲ୍ଲେଖ କରିଛନ୍ତି ଯେ ପୂର୍ବ ତୁଳନାରେ ୪୫ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି ଏବଂ ବର୍ତ୍ତମାନ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀ ମାନଙ୍କ ପାଖରେ ଟଙ୍କା ସଫଳତାର ସହ ପହଂଚ ପାରିଛି। ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଠାକୁର କହିଥିଲେ ଯେ ଭାରତର ଯୁବପିଢ଼ି ଏବେ ନିଯୁକ୍ତି ଦାତା ହୋଇ ପାରିଛନ୍ତି। ବିଶ୍ୱ ତୁଳନାରେ ଭାରତରେ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି।

ଶ୍ରୀ ଠାକୁର ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱର ସବୁଠାରୁ ଶସ୍ତା ଡାଟା ଏବେ ଭାରତରେ ଉପଲବ୍ଧ ହେଉଛି। ଦେଶ ନିଜର ୫ଜି ଟେକ୍ନୋଲୋଜି ତିଆରି କରିଛି ଏବଂ ଭବିଷ୍ୟତରେ ୬ଜି ଟେକ୍ନୋଲୋଜି ତିଆରି କରିବାକୁ ଯାଉଛି। ଅମୃତ ମହୋତ୍ସବର ୭୫ ତମ ବର୍ଷରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।

ମଧ୍ୟପ୍ରଦେଶ ରାଜ୍ୟର ଅଗ୍ରଗତିକୁ ପ୍ରଶଂସା କରି ଶ୍ରୀ ଠାକୁର କହିଥିଲେ ଯେ, ପୂର୍ବରୁ ମଧ୍ୟପ୍ରଦେଶକୁ ବିମାରୁ (ରୋଗଗ୍ରସ୍ତ) ବୋଲି କୁହାଯାଉଥିଲା, କିନ୍ତୁ ନୂଆ ସରକାର ଗଠନ ପରେ ଏହି ରାଜ୍ୟ ଦେଶର ଅନ୍ୟତମ ଅଗ୍ରଣୀ ଓ ପ୍ରଗତିଶୀଳ ରାଜ୍ୟ ଭାବେ ଉଭା ହୋଇଛି।

ସେ କହିଛନ୍ତି ଯେ ଆମେ ଆମ ମାତୃଭାଷାରେ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ବହୁତ ଅଗ୍ରଗତି କରିଛୁ ଏବଂ କେବଳ ମଧ୍ୟପ୍ରଦେଶରେ ଡାକ୍ତରୀ ଅଧ୍ୟୟନ ପାଇଁ ସିଲାବସ୍ ହିନ୍ଦୀରେ ପ୍ରସ୍ତୁତ କରାଯାଇଛି । ମନ୍ତ୍ରୀ କହିଥିଲେ ଯେ ଶିଖୋ କମାଓ ଯୋଜନା (ଶିକ୍ଷା ଲାଭ କର, ରୋଜଗାର କର) ଏକ ଅନନ୍ୟ ଯୋଜନା ଏବଂ ବର୍ତ୍ତମାନ ସୁଦ୍ଧା ଏଥିରେ ୮୬ ହଜାରରୁ ଅଧିକ ପଞ୍ଜୀକରଣ ହୋଇ ସାରିଛି ଏବଂ ମଧ୍ୟପ୍ରଦେଶ ମଧ୍ୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ସଫଳତାର ସହ ଆୟୋଜନ କରିଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ଅଭିଭାଷଣରେ ଯୁବକ ମାନଙ୍କୁ ଏହି ପୁସ୍ତକ ପଢ଼ିବାକୁ ନିବେଦନ କରିଥିଲେ। ଏହା ଏକ ଅମୂଲ୍ୟ ସମ୍ପଦ ଏବଂ ଏଥିରେ ଜ୍ଞାନର ମୋତି ମିଳିଯିବ ବୋଲି ସେ କହିଥିଲେ।

ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ହେଉଛି, ସାଧାରଣ ନାଗରିକ ମାନଙ୍କର ସ୍ୱର, ଯାହା ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାର ସମାଧାନ ପାଇଁ ଏକ ମଂଚ ପ୍ରଦାନ କରୁଛି। ଏହା ଏକ ଚମତ୍କାର ପଦକ୍ଷେପ ଯାହା ନିଜ ଭିତରେ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାର ସାରତତ୍ତ୍ୱକୁ ବହନ କରୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି ଏହି ପୁସ୍ତକ ନିଶ୍ଚିତ ଭାବରେ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ନିବେଦନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ରହିଥିବା ତାଙ୍କ ସ୍ମୃତିକୁ ମନେ ପକାଇଥିଲେ।

ଦେଶବ୍ୟାପୀ ସ୍ମାର୍ଟ ସିଟି କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିଷ୍ଠା କରି ଇନ୍ଦୋର ସମ୍ମାନଜନକ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାରରେ ସମ୍ମାନିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ସେହିପରି ଭାରତୀୟ ସ୍ମାର୍ଟ ସିଟି ବର୍ଗରେ ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ହେଉଛି , ସ୍ୱଚ୍ଛତା ସର୍ବେକ୍ଷଣରେ ଇନ୍ଦୋର କ୍ରମାଗତ ଭାବେ ଶୀର୍ଷ ସ୍ଥାନ ହାସଲ କରିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ ସ୍ୱାଗତ ଭାଷଣ ଦେବା ପରେ ପୁସ୍ତକ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଖଜୁରାହୋ ସାଂସଦ ଭି.ଡି. ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ପ୍ରକାଶନ ବିଭାଗର ମହାନିର୍ଦ୍ଦେଶିକା ସୁଶ୍ରୀ ଅନୁପମା ଭଟ୍ଟନାଗର ଧନ୍ୟବାଦ ଅର୍ପଣ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବରୁ ‘୯ ବର୍ଷ: ସେବା, ସୁଶାସନ ଓ ଗରିବ କଲ୍ୟାଣ’ ଶୀର୍ଷକ ‘ନୂଆ ଭାରତ: ସଶକ୍ତ ଭାରତ’ ଶୀର୍ଷକରେ ଆୟୋଜିତ ମଲ୍ଟି ମିଡିଆ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ପ୍ରକାଶନ ବିଭାଗ ପକ୍ଷରୁ ଏକ ଷ୍ଟଲ୍ ଖୋଲା ଯାଇଥିଲା, ଯେଉଁଥିରେ ସେମାନଙ୍କ ପ୍ରକାଶିତ ପୁସ୍ତକ ଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା, ଯେଉଁଠି ଉପସ୍ଥିତ ଲୋକ ମାନଙ୍କୁ ସେଗୁଡ଼ିକ ସମ୍ପର୍କରେ ଜାଣିବା ଏବଂ କ୍ରୟ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ସବକା ବିକାଶ ସବକା ବିଶ୍ୱାସ ସବକା ସାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.