
ନୂଆଦିଲ୍ଲୀ: ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ପ୍ରତିଭାଶାଳୀ ନୀରଜ ଚୋପ୍ରା ଉତ୍କୃଷ୍ଟତାର ଉଦାହରଣ। ତାଙ୍କ ନିଷ୍ଠା, ସଠିକତା ଏବଂ ଉତ୍ସାହ ତାଙ୍କୁ କେବଳ ଆଥଲେଟିକ୍ସରେ ଚାମ୍ପିୟନ ବନାଇନାହିଁ ବରଂ ସମଗ୍ର କୀଡ଼ା ଜଗତରେ ଉତ୍କର୍ଷର ପ୍ରତୀକ କରିଛି। ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ।’