Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଇ ଭଉଣୀର ଅତୁଟ ବନ୍ଧନର ମୁକ ସାକ୍ଷୀ ହିଁ ରକ୍ଷା ବନ୍ଧନ
ଆଜିର ଖବର

ଭାଇ ଭଉଣୀର ଅତୁଟ ବନ୍ଧନର ମୁକ ସାକ୍ଷୀ ହିଁ ରକ୍ଷା ବନ୍ଧନ

August 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

ସାମାଜିକ ଚଳଣି ମଧ୍ୟରେ ପ୍ରତ୍ୟେକ ସମ୍ପର୍କ ଠାରୁ ଭାଇ ଓ ଭଉଣୀର ସମ୍ପର୍କ ସବୁଠାରୁ ପବିତ୍ର ଓ ଅନନ୍ୟ। ଗୋଟିଏ ପରିବାରର ସନ୍ତାନ ହେଉ କି ଅନ୍ୟ ପରିବାର ମଧ୍ୟରୁ ହୋଇଥାଉ ଯେଉଠି ଭାଇ ଓ ଭଉଣୀର ସମ୍ପର୍କ ଆସି ଯାଇଥାଏ, ସେହି ସମ୍ପର୍କରେ ସବୁବେଳେ ଅଜସ୍ର ଅନାବିଳ ସ୍ନେହ, ଶ୍ରଦ୍ଧା ଏବଂ ସର୍ତ୍ତ ହୀନ ଭଲ ପାଇବା ରହିଥାଏ। ଭାଇ ଭଉଣୀର ସମ୍ପର୍କ ନିଷ୍କପଟ, ନିସ୍ଵାର୍ଥପରତା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ସହଯୋଗ ସହିତ ଏକ ଅନୁପମ ଭାବର ବନ୍ଧନ। ଭାଇ ଭଉଣୀର ସମ୍ପର୍କ ସର୍ବଦା ସତେଜ ଓ ଶାଶ୍ଵତ। ଏହି ପବିତ୍ର ସମ୍ପର୍କକୁ ଅଧିକ ଦୃଢିଭୂତ କରିଥାଏ ରକ୍ଷା ବନ୍ଧନ ପର୍ବ। ରକ୍ଷା ସୂତ୍ର ଯିଏ ଯାହାକୁ ବାନ୍ଧି ପାରେ କିନ୍ତୁ ଭାଇ ହାତରେ ରକ୍ଷା ସୂତ୍ର ମାଧ୍ୟମରେ ଭଉଣୀ ଭାଇର ସୁରକ୍ଷା ଓ ମଙ୍ଗଳ ମନାସି ଥାଏ ଏବଂ ଭାଇ ମଧ୍ୟ ପ୍ରତ୍ୟେକ ପରିସ୍ଥିତିରେ ଭଉଣୀର ସୁରକ୍ଷା ଦେବାର ସଂକଳ୍ପ କରିଥାଏ।

ରକ୍ଷା ବନ୍ଧନ ସମ୍ପର୍କରେ ଏପରିକି ଭଉଣୀର ସୁରକ୍ଷା ପାଇଁ ରକ୍ଷା ବନ୍ଧନର ମହତ୍ତ୍ଵ ସମ୍ପର୍କରେ ଅନେକ ପୌରଣିକ ଓ ଐତିହାସିକ ମତ ରହିଛି। ତନ୍ମଧ୍ୟରୁ ଦେବ ଦାନବ ଯୁଦ୍ଧରେ ପରାଜିତ ଇନ୍ଦ୍ରଙ୍କୁ ଦେବ ଗୁରୁ ବୃହସ୍ପତି ଇନ୍ଦ୍ରଙ୍କ ହସ୍ତରେ ରକ୍ଷା ସୂତ୍ର ବାନ୍ଧିବା ପରେ ଦେବରାଜ ହୃତ ସିଂହାସନ ଫେରି ପାଇବା ଘଟଣା ପୁରାଣରେ ବର୍ଣ୍ଣିତ।

ଭାଇ ଭଉଣୀର ସ୍ନେହ ଶ୍ରଦ୍ଧା ଓ ଦାୟିତ୍ବ ବୋଧ ରକ୍ଷା ବନ୍ଧନର ମହତ୍ଵକୁ ଅଧିକ ପରିବ୍ୟାପ୍ତ କରିଥାଏ। ବଳି ରାଜାଙ୍କୁ ବିପଦ ନ ଆସୁ ବୋଲି ଭକ୍ତ ବତ୍ସଳ ଭଗବାନ ରାଜା ବଳୀଙ୍କ ରାଜ ପ୍ରସାଦରେ ରହିବାକୁ ଲାଗିଲେ। ମାଁ ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳି ର ପ୍ରାସାଦକୁ ଆସି ବଳି ରାଜା ଙ୍କୁ ଏହି ପୂର୍ଣ୍ଣିମା ଦିନ ହିଁ ରକ୍ଷା ସୂତ୍ର ବାନ୍ଧିଥିବା ବେଳେ ଭଉଣୀର କଥାକୁ ଟାଳି ନ ପରି ବଳି ରାଜା ଭଗବାନଙ୍କୁ ବୈକୁଣ୍ଠ ଫେରି ଯିବାକୁ ଅନୁରୋଧ କରିଥିବା ପୁରାଣରୁ ଜଣାପଡେ

ଏହି ଦିନ ବଲଭଦ୍ରଙ୍କ ଜନ୍ମ ତିଥି ଅନୁସାରେ ଭଉଣୀ ଶୁଭଦ୍ରା ବଡ ଭାଇ ବଲଭଦ୍ରଙ୍କ ହସ୍ତରେ ରାକ୍ଷୀ ବାନ୍ଧିଥିବାର ବର୍ଣ୍ଣିତ ରହିଛି। ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବଗିଚାରେ ବୁଲୁଥିବା ବେଳେ କଣ୍ଟା ଫୋଡି ଯାଇ ରକ୍ତାକ୍ତ ହେବା ପରେ ଦୌପଦୀ ରୂପରେ ଜଗଦମ୍ବା କ୍ରୀଷ୍ଣା ନିଜ ପଣତ କାନିରୁ କପଡ଼ା ଚିରି କୃଷ୍ଣ ଙ୍କୁ ବାନ୍ଧି ଥିଲେ।

ଆଉ ଏକ ଉପାଖ୍ୟାନ ଅନୁସାରେ ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିରଙ୍କ ରାଜ ସଭାରେ ଶିଶୁପାଳ ବଧ ବେଳେ ସୁଦର୍ଶନ ଙ୍କ କ୍ରୋଧିତ ଘୂର୍ଣ୍ଣନ ରେ ଆଘାତ ପ୍ରାପ୍ତ କୃଷ୍ଣ ଙ୍କ ଆଙ୍ଗୁଠି ରେ ଦୌପଦୀ ପଣତ କାନି ରୁ କପଡ଼ା ଚିରି କୃଷ୍ଣ ଙ୍କୁ ବାନ୍ଧି ଥିଲେ ଏହି ପୂର୍ଣ୍ଣିମା ଦିନ। କାଳ କ୍ରମେ ଭାଇର କର୍ତ୍ତବ୍ୟ ପାଳନ କରିବାକୁ ଯାଇ କୋଟି ବସ୍ତ୍ର ଦେଇ ଭଉଣୀ ଦୌପଦୀ କ୍ରୀଷ୍ଣା ଙ୍କ ସମ୍ମାନ ରକ୍ଷା କରିଥିଲେ।

ସେହିପରି ଇତିହାସ ପୃଷ୍ଠା କୁ ଦେଖିଲେ ପରାକ୍ରମୀ ରାଜା ପୁରୁଙ୍କ ଠାରୁ ବିଶ୍ବ ବିଜୟୀ ଆଲେକଜାଣ୍ଡାର ପରାସ୍ତ ହେବା ପରେ ଆଲେକଜାଣ୍ଡାର ଙ୍କ ପତ୍ନୀ ରୁକସାନା ରାଜା ପୁରୁଙ୍କ ପାଖକୁ ରାକ୍ଷୀ ପଠାଇ ଥିଲେ ଓ ରାଜା ପୁରୁ ରୁକସାନା ଙ୍କୁ ଭଉଣୀ କରି ନେଲେ। ଚିତୋର ର ରାଣୀ କର୍ଣ୍ଣାବତୀ ସ୍ଵାମୀଙ୍କୁ ହରାଇବା ପରେ ସୁଲତାନ ବାହାଦୁରଶାହା ଙ୍କୁ ପ୍ରତିହତ କରିବା କଷ୍ଟକର ଜାଣିବା ପରେ ମୋଗଲ ସମ୍ରାଟ ହୁମାୟୁନ ଙ୍କୁ ରାକ୍ଷୀ ପଠାଇ ଥିଲେ।

ହୁମାୟୁନ ମଧ୍ୟ ଏହି ରାକ୍ଷୀ ରେ ଭଉଣୀ ର ଅମାପ ସ୍ନେହ ଶ୍ରଦ୍ଧା ଅନୁଭବ କରି ଚିତୋର ର ସୁରକ୍ଷା ଦାୟିତ୍ବ ନିଜ ହାତକୁ ନେଇଥିଲେ। ଏଭଳି ଅନେକ ପୌରଣିକ ଓ ଐତିହାସିକ ସାଂସ୍କୃତିକ ଦୃଷ୍ଟିକୋଣରୁ ରାକ୍ଷୀ ର ଗୁରୁତ୍ବ ସର୍ବଦା ଅଧିକ ରହିଛି । ଭାଇ ଓ ଭଉଣୀର ଅନାବିଳ ସ୍ନେହ ର ନିଦର୍ଶନ ସ୍ବରୂପ ଏହି ରାକ୍ଷୀ ପର୍ବ ସମାଜରେ ଭାଇ ଚାରା ର ବାର୍ତ୍ତା ପ୍ରଚାର କରିବାରେ ସହାୟକ ହୋଇ ପାରିଛି।

ଜୁନାଗଡ, କଳାହାଣ୍ଡି, ୭୬୬୦୧୪

ରକ୍ଷା ବନ୍ଧନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026
Latest News

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.