Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫-ଟି ସଚିବଙ୍କ ଗ୍ରସ୍ତର ଦିନଟିଏ ପରେ ଅଭିଯୋଗକାରୀଙ୍କ ପାଖରେ ପହଁଚିଲା ଆର୍ଥିକ ସହାୟତା ରାଶି
ଆଜିର ଖବର

୫-ଟି ସଚିବଙ୍କ ଗ୍ରସ୍ତର ଦିନଟିଏ ପରେ ଅଭିଯୋଗକାରୀଙ୍କ ପାଖରେ ପହଁଚିଲା ଆର୍ଥିକ ସହାୟତା ରାଶି

August 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଗତ ୨୬ ତାରିଖ ଶନିବାର ଦିନ ୫-ଟି ସଚିବଙ୍କ ଆସିକାଗସ୍ତ ବେଳେ ବଡ଼ଖୋଲି ପଂଚାୟତର ସାନ୍ତରାପୁର ଗ୍ରାମର ଝିଅ ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ସୁଜାତା ଜେନା ଆସିକା କଲେଜ ଛକ ପଡ଼ିଆରେ ନିଜର ଅସୁବିଧାକୁ  ୫-ଟି ସଚିବଙ୍କ ଆଗରେ ଗୁହାରି କରିଥିଲେ। ସେହିଭଳି ନିରାଳ ପଂଚାୟତ ରିସିପୁର ଗ୍ରାମର କୃପାସିନ୍ଧୁ ପଣ୍ଡାଙ୍କ ଏକ ମାତ୍ର ପୁଅ ନବମ ଶ୍ରେଣୀର ଛାତ୍ର ବାବୁଲା ପଣ୍ଡା ଗତ ବର୍ଷ କିରୋସିନ ଷ୍ଟୋଭ ଫାଟି ଶରୀରର ଅଧିକାଂଶ ଅଂଶ ପୋଡି ବହୁ ଅସୁବିଧାରେ ରହିଛନ୍ତି। ସେ ନିଜେ ତାଙ୍କ ମା’ ଙ୍କ ସହ ଆସି ୫-ଟି ସଚିବ ପାଣ୍ଡିଆନଙ୍କୁ ନିଜର ଅଭିଯୋଗ ଶୁଣାଣି କରିଥିଲେ।

ଏଭଳି ଦୁଇ ଜଣ ବିଦ୍ୟାର୍ଥୀଙ୍କ ନିବେଦନକୁ ଗୁରୁତର ଭାବେ ବିଚାର କରି ଦୁଇ ଜଣଙ୍କୁ ୬୦ ହଜାର ଟଙ୍କା ଦେବା ଲାଗି ୫-ଟି ସଚିବ ଆସିକା ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଗତକାଲି ଆସିକା ବିଧାୟକ ମଞ୍ଜୁଳା ସାଇଁ, ବି ଡି ଓ ଫକୀର ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟା ତନ୍ମୟୀ ନାହାକ, ଅନିମା ପରିଡା, ପ୍ରମୁଖ ଉପସ୍ଥିତ ରହି ଦୁଇ ଜଣଙ୍କୁ ଆସିଥିବା ଆର୍ଥିକ ରାଶି ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ.ପାଣ୍ଡିଆନ, ବିଧାୟିକା, ଜିଲ୍ଲାପରିଷଦ, ସରପଞ୍ଚ, ପଂଚାୟତ ପ୍ରତିନିଧି, ବିଡ଼ିଓଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆର୍ଥିକ ସହାୟତା ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 15, 2026

ଆଜି ଗଣପର୍ବ ନୂଆଁଖାଇ: ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

September 15, 2026

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 15, 2026

ଆଜି ଗଣପର୍ବ ନୂଆଁଖାଇ: ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

September 15, 2026

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.