Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶତାଧିକ କୁମ୍ଭାର ଓ ଜୋତା କାରିଗରଙ୍କୁ ବୃତ୍ତିଗତ ସହାୟତା ଉପକରଣ ବିତରଣ
ଆଜିର ଖବର

ଶତାଧିକ କୁମ୍ଭାର ଓ ଜୋତା କାରିଗରଙ୍କୁ ବୃତ୍ତିଗତ ସହାୟତା ଉପକରଣ ବିତରଣ

September 2, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୦ଜଣ କୁମ୍ଭାରଙ୍କୁ ବିଦ୍ୟୁତ ଚାଳିତ ଚକ, ୭୫ ଜଣ ଜୋତା କାରିଗରଙ୍କୁ ଜୋତା ତିଆରି ଉପକରଣ ଏବଂ ୬୦ ଜଣ କାରୀଗରଙ୍କୁ କାଗଜ ଠୁଙ୍ଗା ତିଆରି ମେସିନ୍‌ ବିତରଣ କରାଯାଇଛି। ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଏବଂ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଏସବୁ ସାମଗ୍ରୀ ବଣ୍ଟନ କରିଛନ୍ତି।

ଶୁକ୍ରବାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ପରିସରରେ ଗ୍ରମୋଦ୍ୟୋଗ ବିକାଶ ଯୋଜନା ଅନ୍ତର୍ଗତ ଉପକରଣ ବିତରଣ କାର୍ଯ୍ୟକ୍ରମ, ଶିଳ୍ପୀ ସମ୍ମିଳନୀ ଓ ମାଟି ତିଆରି ସାମଗ୍ରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ଗତ ୯ ବର୍ଷ ମଧ୍ୟରେ ପ୍ରଶଂସନୀୟ କାର୍ଯ୍ୟ କରିଛି। ଗ୍ରାମୀଣ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ କେଭିଆଇସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରୁଛି। କାର୍ଯ୍ୟକ୍ରମରେ କେଭିଆଇସି ପୂର୍ବ ଜୋନ୍‌ ସଦସ୍ୟ ଶ୍ରୀ ମନୋଜ କୁମାର ସିଂ ଉପସ୍ଥିତ ଥିଲେ।

ବିତରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେଭିଆଇସି ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୯ ବର୍ଷ ମଧ୍ୟରେ ବିଶ୍ୱର ପ୍ରତ୍ୟେକ ମଞ୍ଚରେ ଭାରତର ଜାତୀୟ ଐତିହ୍ୟ ଖଦୀକୁ ପ୍ରୋତ୍ସାହିତ କରିଛନ୍ତି। ତାଙ୍କର ପ୍ରୟାସ ବଳରେ ଖଦୀ ଆଜି ‘ଗ୍ଲୋବାଲ୍‌ ବ୍ରାଣ୍ଡ’ରେ ପରିଣତ ହୋଇଛି। ସେ ଆହୁରି କହିଥିଲେ, ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁ ଖଦୀକୁ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱଦେଶୀ ଆନ୍ଦୋଳନର ଅସ୍ତ୍ର କରିଥିଲେ। ଆଜିର ସମସାମୟିକ ଯୁଗରେ ସେହି ଖଦୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଗତ ୯ ବର୍ଷ ଧରି ଦାରିଦ୍ର୍ୟ ଦୂରୀକରଣ, ଶିଳ୍ପୀଙ୍କ ସଶକ୍ତିକରଣ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ ଓ ବେକାରୀ ଦୂରୀକରଣର ସବୁଠୁ ସଶକ୍ତ, ସକ୍ଷମ ଓ ସଫଳ ‘ଅସ୍ତ୍ର ଓ ଶସ୍ତ୍ର’ରେ ପରିଣତ କରିଛନ୍ତି। ତାଙ୍କ ନେତୃତ୍ୱରେ ବିଗତ ଆର୍ଥିକ ବର୍ଷରେ ଇତିହାସ ରଚିବା ସହିତ ଖଦୀ ଓ ଗ୍ରାମୋଦ୍ୟୋଗ ଉତ୍ପାଦ କାରବାର ୧.୩୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଯାଇଛି।

ନୀତି ଆୟୋଗର ତଥ୍ୟର ଉଦାହରଣ ଦେଇ କେଭିଆଇସି ଅଧ୍ୟକ୍ଷ କହିଥିଲେ ଯେ ବିଗତ ୫ ବର୍ଷ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ବାହାରି ପାରିଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗାଁ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ମୁକ୍ତି ଦେବାରେ ଖଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। କେଭିଆଇସି ୨୦୨୨-୨୩ ଆର୍ଥିକ ବର୍ଷ ସମୟରେ ମୋଟ୍‌ ୯ ଲକ୍ଷ ୫୪ ହଜାର ନୂଆ ରୋଜଗାର ସୃଷ୍ଟି କରିଛି।

ଏହି ଅବସରରେ କିଟ୍‌ ପରିସରରେ ତିନି ଦିନିଆ ମାଟି ତିଆରି ସାମଗ୍ରୀ ପ୍ରଦର୍ଶନୀ ବା ପୋଟେରୀ ଏକ୍ସପୋକୁ ଉଦଘାଟନ କରି ଶ୍ରୀ କୁମାର କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ କେଭିଆଇସି ଦ୍ୱାରା ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅନ୍ତର୍ଗତ ଭାରତୀୟ ପାରମ୍ପରିକ ଉଦ୍ୟୋଗର କାରିଗରଙ୍କୁ ଉପକରଣ ଓ ଯନ୍ତ୍ରାଂଶ ବିତରଣ କରାଯାଉଛି । ଯାହାଫଳରେ ପାରମ୍ପରିକ ଉଦ୍ୟୋଗ କାରିଗରଙ୍କ ଆୟ ବୃଦ୍ଧି ହେବ ଏବଂ ସେମାନଙ୍କ ଜୀବନ ଧାରଣ ମାନରେ ବ୍ୟାପକ ସୁଧାର ଆସିବ । ବର୍ତ୍ତମାନ ସୁଦ୍ଧା ‘କୁମ୍ଭାର ସଶକ୍ତିକରଣ’ ଯୋଜନା ଅନ୍ତର୍ଗତ ସାରା ଦେଶରେ କୁମ୍ଭାରମାନଙ୍କୁ ୨୫,୦୦୦ ହଜାରରୁ ଅଧିକ ବିଦ୍ୟୁତ ଚାଳିତ ଚକ ବିତରଣ କରାଯାଇସାରିଛି । ଓଡ଼ିଶାରେ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅନ୍ତର୍ଗତ ପାଖାପାଖି ୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୯୦୦ରୁ ଅଧିକ ବିଦ୍ୟୁତ ଚାଳିତ ଚକ ବିତରଣ କରାଯାଇଛି। ଯାହାଫଳରେ ସ୍ଥାନୀୟ କୁମ୍ଭାରଙ୍କ ଆୟ ତିନିରୁ ଚାରି ଗୁଣା ବୃଦ୍ଧି ପାଇଛି । ସେ ଆହୁରି କହିଥିଲେ, ଆମକୁ ମେକ୍‌ ଇନ୍‌ ଇଣ୍ଡିଆ ସହିତ ମେକ୍‌ ଫର ୱାର୍ଲ୍ଡ ମନ୍ତ୍ର ସହିତ ଆଗକୁ ବଢ଼ିବାକୁ ହେବ, ତା’ହେଲେ ଯାଇ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ‘ଲୋକାଲ୍‌ ଟୁ ଗ୍ଲୋବାଲ୍‌’ ସଂକଳ୍ପ ସାକାର ହୋଇପାରିବ । ବିତରଣ କାର୍ଯ୍ୟକ୍ରମରେ କୁମ୍ଭାର ସଶକ୍ତିକରଣ ଯୋଜନା ଅନ୍ତର୍ଗତ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାର ୧୦୦ ଜଣ କୁମ୍ଭାରଙ୍କୁ ବିଦ୍ୟୁତ ଚାଳିତ ଚକ ପ୍ରଦାନ କରାଯାଇଥିଲା। ସବୁ ହିତାଧିକାରୀଙ୍କୁ ୧୦ ଦିନର ମାଗଣା ତାଲିମ୍‌ ଦିଆଯାଇଛି । ଯାହା ମାଧ୍ୟମରେ ଏବେ ଏହି କାରୀଗରମାନେ ମାସିକ ୨୫ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

କାରୀଗର ସମ୍ମିଳନୀରେ ଓଡ଼ିଶାର କାରୀଗରମାନଙ୍କୁ ସମ୍ବୋଧିତ କରି କେଭିଆଇସି ଅଧ୍ୟକ୍ଷ ଆହୁରି କହିଥିଲେ ଯେ, ଓଡ଼ିଶାରେ ୬୨ଟି ଖଦୀ ସଂସ୍ଥା କାର୍ଯ୍ୟରତ ଅଛନ୍ତି । ଏହା ମାଧ୍ୟମରେ ୪ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳୁଛି । ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମଇଜିପି) ଅନ୍ତର୍ଗତ ଓଡ଼ିଶା ବିଗତ ତିନି ବର୍ଷ ମଧ୍ୟରେ ୧୧୩୫୨ ପିଏମଇଜିପି ୟୁନିଟ୍‌ ପ୍ରତିଷ୍ଠା କରାଯାଇଛି, ଯେଉଁମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ୩୦୮ କୋଟି ଟଙ୍କାରୁ ଅଧିକ ମାର୍ଜିନ ମନି ସବସିଡି ଆକାରରେ ବିତରଣ କରାଯାଇଛି, ଯାହା ମାଧ୍ୟମରେ ୯୦ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳୁଛି । ବିତରଣ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଏବଂ କେଭିଆଇସିର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ସ୍ୱଚ୍ଛତା ପଖୱାଡା : ପୂର୍ବତଟ ରେଳପଥର ଦୁଇ ସପ୍ତାହୀୟ ସ୍ୱଚ୍ଛତା ଅଭିଯାନ

October 1, 2025

ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 1, 2025

କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମାଙ୍କୁ କଲେ ଦର୍ଶନ

October 1, 2025
Latest News

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

October 1, 2025

ସ୍ୱଚ୍ଛତା ପଖୱାଡା : ପୂର୍ବତଟ ରେଳପଥର ଦୁଇ ସପ୍ତାହୀୟ ସ୍ୱଚ୍ଛତା ଅଭିଯାନ

October 1, 2025

ବାୟୋମେଡିକାଲ ରିସର୍ଚ୍ଚ କ୍ୟାରିୟର ପ୍ରୋଗ୍ରାମର ତୃତୀୟ ପର୍ଯ୍ୟାୟକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

October 1, 2025

ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.