Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»2023-24 ଆର୍ଥିକ ବର୍ଷରେ 100 ନିୟୁତ ଟନ ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ
ଆଜିର ଖବର

2023-24 ଆର୍ଥିକ ବର୍ଷରେ 100 ନିୟୁତ ଟନ ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ

September 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାଲ ପରିବହନ
ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

ଭୁବନେଶ୍ଵର: ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ, ଅର୍ଥାତ୍ 1 ଏପ୍ରିଲ୍ ରୁ 31 ଅଗଷ୍ଟ, 2023 ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ ପଞ୍ଜିକରଣ 97.13ନିୟୁତ ଟନ ତୁଳନାରେ  100.90ନିୟୁତ ଟନ ପଣ୍ୟ ପରିବହନ କରିଛି। ଏହା ସହିତ, ଚଳିତ ଆର୍ଥିକ ବର୍ଷରେ 3.9% ପଞ୍ଜିକରଣ ବୃଦ୍ଧି କରି ଏହା 3.77ନିୟୁତ ଟନ ବର୍ଦ୍ଧିତ ପଣ୍ୟ ବୋଝେଇ କରିଛି।

ପୂର୍ବ ତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର  ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 61.30ନିୟୁତ ଟନ କୋଇଲା, ଇସ୍ପାତ ଶିଳ୍ପ ପାଇଁ କଞ୍ଚାମାଲ 3.33ନିୟୁତ ଟନ, 8.21 ନିୟୁତ ଟନ ଆଇରନ୍ ଏବଂ ଷ୍ଟିଲ୍, 11.68ନିୟୁତ ଟନ ଲୁହାପଥର, 0.76ନିୟୁତ ଟନ ସିମେଣ୍ଟ, 1.29ନିୟୁତ ଟନ ଖାଦ୍ୟ ଶସ୍ୟ, 2.57ନିୟୁତ ଟନ ସାର, 1.24ନିୟୁତ ଟନ ପେଟ୍ରୋଲ ଜାତୀୟ ଦ୍ରବ୍ୟ, 1.76ନିୟୁତ ଟନ ମାଲ ପରିବହନ କଣ୍ଟେନେରରେ ଲୋଡ୍ ହୋଇଛି ଏବଂ ଅନ୍ୟ ପଣ୍ୟ ପରିବହନ ବାବଦରେ 8.76ନିୟୁତ ଟନ ଅନ୍ତର୍ଭୁକ୍ତ।

ପଣ୍ୟ ପରିବହନରେ ପ୍ରମୁଖ ଯୋଗଦାନକାରୀମାନେ ହେଉଛନ୍ତି ତାଲଚର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କେ.କେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ଏବଂ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ୍ୟ ଶିଳ୍ପ ସଂସ୍ଥା।

ଏହି ସମୟ ମଧ୍ୟରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ 63.59ନିୟୁତ ଟନ ପଣ୍ୟ ପରିବହନ, ୱାଲଟିୟର ରେଳମଣ୍ଡଳରୁ 29.75ନିୟୁତ ଟନ ମାଲ ଏବଂ ସମ୍ବଲପୁର ରେଳମଣ୍ଡଳରୁ 7.54ନିୟୁତ ଟନ ପଣ୍ୟ ପରିବହନ କରାଯାଇଅଛି।

କେବଳ ଅଗଷ୍ଟ 2023 ରେ, ପୂର୍ବ ତଟ ରେଳପଥ 20.43ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହା 2022 ର ସମାନ ସମୟରେ ପଞ୍ଜିକୃତ ପରିବହନ ହୋଇଥିବା 19.90ନିୟୁତ ଟନ ତୁଳନାରେ 2.7% ଅଧିକ ମାଲ ପରିବହନ ଅଟେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 29, 2026

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

ଆଜି ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 29, 2026

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.