Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ମାଇଲ୍‌ଖୁଂଟ ହାସଲ କଲା ଜଳ ଜୀବନ ମିଶନ
ଆଜିର ଖବର

୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ମାଇଲ୍‌ଖୁଂଟ ହାସଲ କଲା ଜଳ ଜୀବନ ମିଶନ

September 5, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଜଳ ଜୀବନ ମିଶନ
ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ଜଳ ଜୀବନ ମିଶନ (ଜେଜେଏମ୍‌) ଆଜି ୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ‘ସ୍ପିଡ୍ ଆଣ୍ଡ ସ୍କେଲ’ ମାଧ୍ୟମରେ କାର୍ଯ୍ୟ କରି ଏହି ଜୀବନ ପରିବର୍ତ୍ତନକାରୀ ଅଭିଯାନ ମାତ୍ର ୪ ବର୍ଷ ମଧ୍ୟରେ ୧୩ କୋଟି ଗ୍ରାମୀଣ ପରିବାରକୁ ସଂଯୋଗ ପରିସରଭୁକ୍ତ କରିଛି। ଅଗଷ୍ଟ, ୨୦୧୯ରେ ମିଶନ ଆରମ୍ଭ ହେବା ବେଳକୁ ଗ୍ରାମୀଣ କ୍ଷେତ୍ରରେ ନଳ ମାଧ୍ୟମରେ ଜଳ ସଂଯୋଗର ପରିସରରେ ମାତ୍ର ୩.୨୩ କୋଟି ପରିବାର ସାମିଲ୍ ହୋଇଥିଲେ। ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ, ୨୦୧୯ରେ ଲାଲକିଲ୍ଲା ପ୍ରାଚୀରରୁ ଜଳ ଜୀବନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ୬ଟି ରାଜ୍ୟ , ଯଥା ଗୋଆ, ତେଲଙ୍ଗାନା, ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ) ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳ – ପୁଡୁଚେରୀ, ଡାମନ ଆଣ୍ଡ ଡିୟୁ (ଡି ଆଣ୍ଡ ଡି) ଏବଂ ଦାଦରା ନଗର ହାବେଲି (ଡି ଆଣ୍ଡଏନଏଚ୍‌) ଏବଂ ଆଣ୍ଡାମାନ ଏବଂ ନିକୋବର (ଏ ଆଣ୍ଡ ଏନ୍‌) ଦ୍ୱୀପପୁଞ୍ଜରେ ୧୦୦ ପ୍ରତିଶତ ନଳ ମାଧ୍ୟମରେ ଜଳ ସଂଯୋଗ ହୋଇଛି। ଏହା ପଛକୁ ବିହାର ରହିଥିବାବେଳେ ସେଠାରେ ୯୬.୩୯% ଗ୍ରାମାଂଚଳ ଏହାର ପରିସରଭୁକ୍ତ ହୋଇଛି ଏବଂ ଏହା ମିଜୋରାମରେ ୯୨.୧୨% ରହିଛି। ଗୋଆ, ହରିୟାଣା, ପଞ୍ଜାବ, ଏ ଆଣ୍ଡ ଏନ୍ ଦ୍ୱୀପପୁଞ୍ଜ, ପୁଡୁଚେରୀ, ଡି ଆଣ୍ଡ ଏନ୍‌ଏଚ୍ ଏବଂ ଡି ଆଣ୍ଡ ଡି ହେଉଛନ୍ତି ‘ପ୍ରତି ଘରକୁ ଜଳ ପ୍ରମାଣିତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଅର୍ଥାତ୍ ଏହି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରାମବାସୀମାନେ ଗ୍ରାମସଭା ମାଧ୍ୟମରେ ନିଶ୍ଚିତ କରିଛନ୍ତି ଯେ ଗ୍ରାମର ‘ସମସ୍ତ ପରିବାର ଏବଂ ସରକାରୀ ଅନୁଷ୍ଠାନ ଗୁଡିକୁ ‘ ପର୍ଯ୍ୟାପ୍ତ, ସୁରକ୍ଷିତ ପରିମାଣରେ ଏବଂ ନିୟମିତ ରୂପେ ଜଳ ଯୋଗାଣ କରାଯାଉଛି। ଦେଶର ୧୪୫ଟି ଜିଲ୍ଲା ଓ ୧,୮୬,୮୧୮ଟି ଗ୍ରାମରେ ଶତପ୍ରତିଶତ ନଳ ମାଧ୍ୟମରେ ଜଳ ଯୋଗାଣ ହୋଇଛି।

ଏହି ମିଶନ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭାଗିଦାରୀରେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି ଏବଂ ବିକାଶ ସହଯୋଗୀ ମାନଙ୍କ ସମେତ ସମସ୍ତଙ୍କ ମିଳିତ ପ୍ରୟାସ କାରଣରୁ ତୃଣମୂଳ ସ୍ତରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ପ୍ରତି ସେକେଣ୍ଡରେ , ଗୋଟିଏ ଟ୍ୟାପ୍ ପାଣି ସଂଯୋଗ ଲଗାଯାଉଛି, ଯାହା ଦେଶର ଗ୍ରାମୀଣ ଚିତ୍ରକୁ ବଦଳାଇ ଦେଉଛି। ୨୦୨୩ ଜାନୁଆରୀ ମାସ ପହିଲାରୁ ଦୈନିକ ହାରାହାରି ୮୭,୫୦୦ ଜଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରାଯାଉଛି। ୨୦୨୩ ଜାନୁଆରୀ ମାସରୁ ୬୧.୦୫ ଲକ୍ଷ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ (ଏଫ୍‌ଏଚ୍‌ଟିସି) ସ୍ଥାପନ କରି ଉତ୍ତରପ୍ରଦେଶ ଚଳିତ ବିତ୍ତୀୟ ବର୍ଷରେ ଅଗ୍ରଗତି ତାଲିକାର ଶୀର୍ଷ ସ୍ଥାନରେ ରହିଛି।

କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କର ନିରନ୍ତର ପ୍ରୟାସ ଫଳରେ ଦେଶର ୯.୧୫ ଲକ୍ଷ (୮୮.୭୩%) ବିଦ୍ୟାଳୟ ଏବଂ ୯.୫୨ ଲକ୍ଷ (୮୪.୬୯%) ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ନଳ ମାଧ୍ୟମରେ ଜଳ ଯୋଗାଣ ସୁନିଶ୍ଚିତ ହୋଇଛି। ଆମ ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ମିଶନ ଆରମ୍ଭ ହେବା ବେଳକୁ ମାତ୍ର ୨୧.୪୧ ଲକ୍ଷ (୭.୮୬%) ପରିବାରକୁ ନଳ ମାଧ୍ୟମରେ ଜଳ ଯୋଗାଣ ସୁନିଶ୍ଚିତ ହୋଇଥିଲା , ଯାହା ବର୍ତ୍ତମାନ ୧.୮୧ କୋଟି (୬୬.୪୮%) କୁ ବୃଦ୍ଧି ପାଇଛି।

‘ହର ଘର ଜଳ’ (ପ୍ରତି ଘରକୁ ଜଳ) ଯୋଜନା ଅଧୀନରେ କାମ କରିବା ଫଳରେ ଗ୍ରାମୀଣ ଜନସାଧାରଣଙ୍କୁ ଯଥେଷ୍ଟ ସାମାଜିକ – ଅର୍ଥନୈତିକ ଲାଭ ମିଳୁଛି। ନିୟମିତ ନଳ ମାଧ୍ୟମରେ ଜଳ ଯୋଗାଣ ଦ୍ୱାରା ଲୋକମାନେ, ବିଶେଷ କରି ମହିଳା ଏବଂ ଯୁବତୀମାନେ ସେମାନଙ୍କ ଦୈନନ୍ଦିନ ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ଓଜନିଆ ବାଲଟି ବୋଝେଇ ପାଣି ବୋହିବା ଭଳି ଶହ ଶହ ବର୍ଷ ପୁରୁଣା କଷ୍ଟରୁ ମୁକ୍ତି ପାଇଛନ୍ତି। ସେମାନଙ୍କର ଏହି କାରଣରୁ ଯେଉଁ ସମୟ ସଞ୍ଚୟ ହେଉଛି, ତାହାକୁ ସେମାନେ ରୋଜଗାର କାର୍ଯ୍ୟକଳାପ, ନୂତନ କୌଶଳ ଶିଖିବା ଏବଂ ପିଲାଙ୍କ ଶିକ୍ଷାରେ ସହାୟତା କରିବାରେ ବିନିଯୋଗ କରି ପାରିବେ।

ଯୋଜନା ଗୁଡ଼ିକର ଦୀର୍ଘକାଳୀନ ସ୍ଥାୟୀତା ହାସଲ କରିବା ପାଇଁ ଗ୍ରାମୀଣ ନଳ ମାଧ୍ୟମରେ ଜଳ ଯୋଗାଣ କାର୍ଯ୍ୟକ୍ରମ ସମ୍ପର୍କରେ ଯୋଜନା, ଏହାର କାର୍ଯ୍ୟକାରିତା, ପରିଚାଳନା ଏବଂ ରକ୍ଷଣାବେକ୍ଷଣ (ଓ ଆଣ୍ଡ ଏମ୍‌)ର କେନ୍ଦ୍ରରେ ଆରମ୍ଭରୁ ଗୋଷ୍ଠୀର ଭାଗିଦାରୀ ରହି ଆସିଛି। ଦେଶରେ ୫.୨୭ ଲକ୍ଷରୁ ଅଧିକ ଗ୍ରାମ୍ୟ ଜଳ ଓ ପରିମଳ ସମିତି (ଭିଡବ୍ଲ୍ୟୁଏସ୍‌ସି) / ଜଳ ସମିତି ଗଠନ କରାଯାଇଛି ଏବଂ ପାନୀୟ ଜଳ ଉତ୍ସ ବୃଦ୍ଧି, ମଇଳା ଜଳର ଉପଚାର ଏବଂ ଏହାର ପୁନଃବ୍ୟବହାର ଯୋଜନା ଏବଂ ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥାର ନିୟମିତ ଓ ଆଣ୍ଡ ଏମ୍ କୁ ମିଶାଇ ୫.୧୨ ଲକ୍ଷ ଭିଲେଜ ଆକ୍ସନ ପ୍ଲାନ୍ / ଗ୍ରାମୀଣ କାର୍ଯ୍ୟକାରୀ ଯୋଜନା (ଭିଏପି) ପ୍ରସ୍ତୁତ କରାଯାଇଛି।

ଜଳ ଜୀବନ ମିଶନର ଶୁଭାରମ୍ଭ ସମୟରେ ୧.୭୯ କୋଟି ଜନସଂଖ୍ୟା ବିଶିଷ୍ଟ ୨୨,୦୧୬ ବସ୍ତି (ଆର୍ସେନିକ୍ – ୧୪,୦୨୦, ଫ୍ଲୋରାଇଡ୍ – ୭,୯୯୬), ପାନୀୟ ଜଳ ଉତ୍ସରେ ଆର୍ସେନିକ୍ / ଫ୍ଲୋରାଇଡ୍ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥିଲା। ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମସ୍ତ ଆର୍ସେନିକ୍ / ଫ୍ଲୋରାଇଡ୍ ପ୍ରଭାବିତ ବସ୍ତିରେ ନିରାପଦ ପାନୀୟ ଜଳ ଉପଲବ୍ଧ ହେଉଛି।

ଜଳ ଜୀବନ ମିଶନ କେବଳ ଜଳ ଯୋଗାଣ ନୁହେଁ , ବରଂ ପ୍ରତି ଥର ଗୁଣାତ୍ମକ ଜଳ ଯୋଗାଣ ସୁନିଶ୍ଚିତ କରିବାରେ ବିଶ୍ୱାସ କରେ। ଏହି ପରିପ୍ରେକ୍ଷୀରେ , ଉତ୍ସ ଓ ଡେଲିଭରି ପଏଣ୍ଟରୁ ନିୟମିତ ଜଳ ନମୁନା ପରୀକ୍ଷା କରାଯାଇ ଯାଞ୍ଚ କରାଯାଏ। ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ଦେଇ ଚଳିତ ବର୍ଷ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ “ନାଗରିକ କେନ୍ଦ୍ରିକ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଉଦୀୟମାନ ଜ୍ଞାନକୌଶଳର ପ୍ରୟୋଗ” ଶ୍ରେଣୀରେ ଡବ୍ଲୁକ୍ୟୁଏମ୍‌ଆଇଏସ୍‌କୁ ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବକା ପ୍ରୟାସ ଉଦ୍ଦେଶ୍ୟରେ କାର୍ଯ୍ୟ କରି ଜଳ ଜୀବନ ମିଶନ ଗ୍ରାମାଞ୍ଚଳର ସମସ୍ତ ପରିବାର, ବିଦ୍ୟାଳୟ, ଅଙ୍ଗନବାଡ଼ି ଏବଂ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ଗୁଡିକୁ ନଳ ମାଧ୍ୟମରେ ଜଳ ଯୋଗାଣ ଦ୍ୱାରା ଏସଡିଜି ୬ ଅର୍ଥାତ୍ ସମସ୍ତଙ୍କୁ ସୁରକ୍ଷିତ ଏବଂ ସୁଲଭ ଜଳ ଯୋଗାଇବା ଦିଗରେ ଅଗ୍ରସର ହେଉଛି।

ଜଳ ଜୀବନ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.