Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦର ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି
ଆଜିର ଖବର

ସଂସଦର ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି

September 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏହି ଚିଠିରେ ଲେଖିଛନ୍ତି ଯେ, ପ୍ରଥମ ଥର ପାଇଁ ବିରୋଧୀ ଦଳଙ୍କ ସହ ସଂସଦ ଅଧିବେଶନର ଏଜେଣ୍ଡା ସେୟାର କରାଯାଇ ନାହିଁ। ଏହାପୂର୍ବରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଙ୍ଗଳବାର ଦିନ କହିଛି ଯେ, ସେପ୍ଟେମ୍ବର ୧୮ ତାରିଖରୁ ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ଵତନ୍ତ୍ର ଅଧିବେଶନରେ ଦେଶ ସହ ଜଡିତ ପ୍ରମୁଖ ପ୍ରସଙ୍ଗରେ ସକରାତ୍ମକ ସହଯୋଗ କରିବାକୁ ଚାହୁଁଛୁ, କିନ୍ତୁ ସରକାରଙ୍କୁ ଏହାର ସ୍ୱତନ୍ତ୍ର ଏଜେଣ୍ଡା କ’ଣ କହିବା ଉଚିତ୍। ରାଜ୍ୟସଭାରେ ବିରୋଧୀଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଇଣ୍ଡିଆର ସହଯୋଗୀ ଦଳର ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଧିବେଶନ ସହ ଜଡିତ ରଣନୀତି ଉପରେ ଆଲୋଚନା କରାଯାଇଥିଲା।

୧୭ ତମ ଲୋକସଭାର ୧୩ ତମ ଅଧିବେଶନ ସେପ୍ଟେମ୍ବର ୧୮ ରୁ ଆରମ୍ଭ ହେବ:

ପ୍ରକାଶ ଯେ, ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ଲୋକସଭା ଓ ରାଜ୍ୟସଭା ଏକ ବିଜ୍ଞପ୍ତି ଜାରି କରିଛି। ଏହି ପାଞ୍ଚ ଦିନିଆ ଅଧିବେଶନ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଲୋକସଭା ଏବଂ ରାଜ୍ୟସଭା ସଚିବାଳୟ ଏହି ସୂଚନା ଦେଇଛନ୍ତି।

ମୋଦୀ ସରକାରଙ୍କ କାର୍ଯ୍ୟକାଳର ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଂସଦର ଏଭଳି ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ତେବେ ଏହା ପୂର୍ବରୁ ଜିଏସ୍ଟି ଲାଗୁ ହେବା ଅବସରରେ ଜୁନ୍ ୨୦୧୭ ମଧ୍ୟରାତ୍ରିରେ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକ ଡକାଯାଇଥିଲା। ସୂଚନାନୁସାରେ, ସ୍ଵତନ୍ତ୍ର ଅଧିବେଶନରେ ସଂସଦୀୟ କାର୍ଯ୍ୟକୁ ନୂତନ ସଂସଦ ଗୃହକୁ ସ୍ଥାନାନ୍ତର କରାଯାଇପାରେ ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ମଇ ୨୮ ତାରିଖରେ ଉଦ୍ଘାଟିତ ହୋଇଥିଲା। ସାଧାରଣତଃ ସଂସଦର ତିନୋଟି ଅଧିବେଶନ ଥାଏ। ଏଥିରେ ବଜେଟ୍ ଅଧିବେଶନ, ମୌସୁମୀ ଅଧିବେଶନ ଏବଂ ଶୀତକାଳୀନ ଅଧିବେଶନ ଅନ୍ତର୍ଭୁକ୍ତ। ସ୍ୱତନ୍ତ୍ର ପରିସ୍ଥିତିରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାର ବ୍ୟବସ୍ଥା ଅଛି। ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ସୋନିଆ ଗାନ୍ଧୀ ସ୍ୱତନ୍ତ୍ର ଅଧିବେଶନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.