Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର ୧୦କୁ ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ ଘୋଷଣା: WHO
ଆଜିର ଖବର

ସେପ୍ଟେମ୍ବର ୧୦କୁ ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ ଘୋଷଣା: WHO

September 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସେପ୍ଟେମ୍ବର ୧୦ ତାରିଖକୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ WHO ଘୋଷଣା କରିଛନ୍ତି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଆତ୍ମହତ୍ୟାର ସଚେତନତା ବାଣ୍ଟିବା ଏବଂ ଏକାଠି ମିଶି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିମାନଙ୍କର ମାନସିକତା ଓ ବ୍ୟବହାରକୁ ପରିବର୍ତ୍ତନ କରିବା। ତେଣୁ ପ୍ରଥମେ ନିଜେ ଓ ନିଜର ପରିବାରବର୍ଗଙ୍କ ସାମାଜିକ ଏବଂ ମାନସିକ ଭାରସାମ୍ୟରୁ ନିବୃତ ରଖିଲେ ଆତ୍ମହତ୍ୟା କମିଯାଇ ପାରିବ।

୧୫-୩୦ ବୟସ୍କ ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ହେଉଛି ୨ୟ ମୃତ୍ୟୁଜନିତ କାରଣ। ଆତ୍ମହତ୍ୟା ପାଇଁ ମଣିଷ ସମାଜ ବହୁତ ପିଡିତ ହୋଇଥାଏ। କେବଳ ଯେ ପରିବାର ନୁହେଁ ସମାଜକୁ ମଧ୍ୟ ବହୁତ ପିଡା ସହିବାକୁ ପଡେ ତେଣୁ ଆମେ ଆଉ ଚୁପ୍ ନରହି ଏଥିରେ ଆତ୍ମହତ୍ୟା ବିଷୟରେ ସାଙ୍ଗ ହୋଇ କଥା ହେବା।

ଆତ୍ମହତ୍ୟା ବିଷୟରେ ଆଉ ଚୁପ୍ ନରହି ଅନ୍ୟର ଭାବନା କୁ ବୁଝିବା ଏବଂ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ମଣିଷଙ୍କ ସହ ମିଶିବା ଏହା ହେଉଛି ବିଶ୍ଵ ଆତ୍ମହତ୍ୟା ଦିବସର ପରିପ୍ରେକ୍ଷିତା। ଏହି ଦିନ ଆମେ ପୃଥବୀ ସାରା ଆତ୍ମହତ୍ୟା ବିଷୟରେ କଥା ହେଉ ଏବଂ ତାକୁ ରୋକିବା ପାଇଁ ଚେଷ୍ଟା କରୁ।

WHO ଅନୁସାରେ ପ୍ରତିବର୍ଷ ୧୦ ଲକ୍ଷ ଲୋକ ଆତ୍ମହତ୍ୟାର ଶିକାର ହୋଇଥାଏ। ଏହା ଅର୍ଥ ୪୦ ସେକେଣ୍ଡ ଭିତରେ ପୃଥିବୀରେ କେହି ଜଣେ ଆତ୍ମହତ୍ୟା ପାଇଁ ଉଦ୍ୟମ କରେ। ଆଜିକାଲି ଏହି ଆତ୍ମହତ୍ୟାର ସଂଖ୍ୟା ବଢିବାରେ ଲାଗିଛି। କାରଣ ଗୋଟେ ଘରେ ଏକା ରହିବା, ଇଣ୍ଟରନେଟ /ମୋବାଇଲ ର ବହୁଳ ବ୍ୟବହାର ଦ୍ୱାରା, କାହା ସହ ନମିଶିବା, ବ୍ୟବସାୟରେ ଅତ୍ୟଧିକ କ୍ଷତି, ପାରିବାରିକ କଳହ, ନିଶାସେବନ, ଅଭିଭାବକ ମାନଙ୍କ ଚାପ ଯୋଗୁଁ ଅତ୍ୟଧିକ ମାନସିକ ଚାପରେ ଗ୍ରସ୍ତ କରୁଛନ୍ତି।

ମଣିଷ ଶାରିରୀକ, ମାନସିକ, ଭୌତିକ ସମସ୍ୟା ଭିତରେ ନିଜକୁ ଆବଦ୍ଧ କରି ରଖିବା ଦ୍ଵାରା ମଣିଷ ମନରେ କୌଣସି ପ୍ରକାରର ପରିବର୍ତ୍ତନ ଦେଖାଯାଏନି। ତେଣୁ ସେ ନିଜକୁ ହରାଇବାକୁ ଚାହିଁଥାଏ। ଯାହା ଦ୍ଵାରା କେବଳ ପଡ଼ିତା ନୁହେଁ ତାଙ୍କ ସହ ତାଙ୍କ ପରିବାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି। “ ଯଦି କୌଣସି ବ୍ୟକ୍ତି ଗୋଟିଏ ସମସ୍ୟାର ସମାଧାନ କରିନପାରି ଆତ୍ମହତ୍ୟାର ପଥ ବାଛୁଛନ୍ତି ସେମାନେ ଯଦି ଏହି ସମସ୍ୟା କାହା ସହ ଆଲୋଚନା କରିବେ (ପରିବାର ବର୍ଗ, ଶିକ୍ଷକ ଓ ମାନସିକ ରୋଗ ବିଶେଷଜ୍ଞ) ଏହାର ଅତ୍ୟଧିକ ସମାଧାନ ବାହାର କରିପାରିବେ। ”ମାନସିକ ସ୍ୱାସ୍ଥ୍ୟ ସଂଘ ଓଡିଶା ଶାଖା ତରଫରୁ ପ୍ରତି ବର୍ଷ ଆତ୍ମହତ୍ୟା ନିବାରଣ ପାଇଁ ସଚେତନ କାଯ୍ୟକ୍ରମ ହୋଇଥାଏ। ଏହା ଦ୍ୱାରା ଆମେମାନେ କେମିତି ଆତ୍ମହତ୍ୟାକୁ ରୋକି ପାରିବା ଏବଂ ସଚେତନ କରିପାରିବା ସେଥିପାଇଁ ପ୍ରୟାସ କରାଯାଇଥାଏ।

ଆଜି ଏହି ପ୍ରେସ୍ ମୀଟିଙ୍ଗ ରେ ସଭାପତି ପ୍ରଫେସର ଡାକ୍ତର ଅମ୍ରିତ ପଟ୍ଟଯୋଶୀ, ସମ୍ପାଦକ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଅଶ୍ରୁମୋଚନ ସାହୁ, ଡାକ୍ତର ସମ୍ରାଟ କର, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଦେବଦତ୍ତା ମହାପାତ୍ର (ଏମ୍ସ ହସ୍ପିଟାଲ) ଏବଂ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର (ସମ ହସ୍ପିଟାଲ) ଉପସ୍ଥିତ ଥିଲେ।

who ସେପ୍ଟେମ୍ବର ୧୦
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

“ବନ୍ଦେ ମାତରମ୍” ର ନୂତନ ନିୟମକୁ ବିରୋଧ କଲେ ମୁସଲିମ ନେତା: ଅର୍ଶଦ ମଦନୀ କହିଲେ……

February 12, 2026

“ବନ୍ଦେ ମାତରମ୍” ପଢିବା ସମୟରେ ଠିଆ ନହେବା ପାଇଁ କ’ଣ ହେବ ଦଣ୍ଡ, ପୋଲିସ କରିପାରିବ କି ଗିରଫ?

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026
Latest News

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

“ବନ୍ଦେ ମାତରମ୍” ର ନୂତନ ନିୟମକୁ ବିରୋଧ କଲେ ମୁସଲିମ ନେତା: ଅର୍ଶଦ ମଦନୀ କହିଲେ……

February 12, 2026

“ବନ୍ଦେ ମାତରମ୍” ପଢିବା ସମୟରେ ଠିଆ ନହେବା ପାଇଁ କ’ଣ ହେବ ଦଣ୍ଡ, ପୋଲିସ କରିପାରିବ କି ଗିରଫ?

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.