Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଟେଲିକମ୍ ପ୍ରଦର୍ଶନର ସମୀକ୍ଷା ବୈଠକରେ ଯୋଗ ଦେଲେ ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ
ଆଜିର ଖବର

ଓଡିଶା ଟେଲିକମ୍ ପ୍ରଦର୍ଶନର ସମୀକ୍ଷା ବୈଠକରେ ଯୋଗ ଦେଲେ ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ

September 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ (ଏଣ୍ଟରପ୍ରାଇଜ୍), ଭି ରମେଶ ବର୍ତ୍ତମାନ ଓଡିଶା ଦୂରସଂଚାର ପରିମଣ୍ଡଳ ଗସ୍ତରେ ଅଛନ୍ତି। ତାଙ୍କର ଚାଲିଥିବା ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରର BSNL ଭବନରେ 07-09-2023 ପୂର୍ବାହ୍ନ 10.30 ରେ ଓଡିଶା ଟେଲିକମ୍ ପ୍ରଦର୍ଶନର ସମୀକ୍ଷା ବୈଠକରେ ଓଡିଶା ବିଏସ୍ଏନ୍ଏଲ୍ ମୂଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇ, ଓଡିଶା ଦୂରସଂଚାର ବ୍ୟବସାୟ କ୍ଷେତ୍ରର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକରେ ଯୋଗ ଦେଇ ଏଣ୍ଟରପ୍ରାଇଜ୍ ବ୍ୟବସାୟ, ଭାରତ ଫାଇବର ଏବଂ 4G ସାଚୁଚରେସନ୍ ପ୍ରକଳ୍ପବିକାଶ ବିଷୟକ ରାଜସ୍ୱ ବୃଦ୍ଧି ଏବଂ ଓଡିଶା ପରିମଣ୍ଡଳ ଅଧିନସ୍ଥ ବିଭିନ୍ନ BSNL 4G ପ୍ରକଳ୍ପ ବିଷୟକ ସମସ୍ୟାର ବିସ୍ତୃତ ସମୀକ୍ଷା କରିଥିଲେ।

ଏଥି ସହିତ ନିର୍ଦ୍ଦେଶକ(ଏଣ୍ଟରପ୍ରାଇଜ୍), ଭୁବନେଶ୍ୱର ବିଜେଡି ନଗରସ୍ଥିତ ଟେଲିଫୋନ୍ ଏକ୍ସଚେଞ୍ଜ ପରିଦର୍ଶନ କରି ଭାରତ ଫାଇବର OLTE (ଅପ୍ଟିକାଲ୍ ଲାଇନ୍ ଟର୍ମିନାଲ୍ ଇକ୍ୟୁପମେଣ୍ଟ) ର ମଧ୍ୟ ଉଦଘାଟନ କରିଛନ୍ତି। ଏହାଦ୍ୱାରା ବିଜେଡି ନଗର ଅଞ୍ଚଳରେ ବିଏସଏନଏଲର ଭାରତ ଫାଇବର ସେବା ଯୋଗାଇ ଦିଆଯିବ। ଗ୍ରାହକମାନେ ଭାରତ ଫାଇବରର ବିଭିନ୍ନ ଯୋଜନାରେ ଯଥା @ 399 @ 499 @ 666 @ 799 ଏବଂ @ 999 ପ୍ଲାନ୍ ରେ OTT ସେବା ପରି ଅନ୍ୟାନ୍ୟ ସୁବିଧା ପାଇପାରିବେ।

ମୂଖ୍ୟ ସୂଚନା

1. BSNL ଭାରତ ଫାଇବର ବ୍ରାଣ୍ଡ ନାମରେ ଓଡିଶାର ସମସ୍ତ 30ଟି ଜିଲ୍ଲାରେ ନିଜସ୍ୱ ଭିତ୍ତିଭୂମି ମାଧ୍ୟମରେ BSNL ଏଥର ପ୍ରତି ସହର ଏବଂ ଗ୍ରାମାଞ୍ଚଳରେ ହାଇ ସ୍ପିଡ୍ ଇଣ୍ଟରନେଟ୍ କନେକ୍ଟିଭିଟି ଯୋଗାଇବ।

2. ଓଡିଶାର ଗ୍ରାମାଞ୍ଚଳରେ ଭାରତ ଫାଇବର ସଂଯୋଗ ଯୋଗାଇବାରେ BSNL ଭାରତନେଟ୍ ପ୍ରଥମ ଫେଜର ଭିତ୍ତିଭୂମି ବ୍ୟବହାର କରୁଛି।

3. ଗ୍ରାହକମାନେ ଏହି ଯୋଜନା ଦ୍ୱାରା @ 666 @ 799 ଏବଂ @ 999 ପ୍ଲାନ୍ ରେ OTT ସେବା ପରି ଅଧିକ ସୁବିଧା ପାଇପାରିବେ।

4. ବିଏସଏନଏଲ 50:50 ପ୍ରତିଶତ ଆଧାରରେ ରାଜସ୍ୱ, ଅଂଶିଦାର ମାନଙ୍କ ସହାୟତାରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ପ୍ରଦାନ କରୁଛି ଯାହା ଏକ ଉଦ୍ୟୋଗୀ ହେବାରେ ମଧ୍ୟ ସାଧାରଣ ଲୋକଙ୍କୁ ସାହାଯ୍ୟ କରୁଛି।

5. ଭାରତ ଉଦ୍ୟମୀ ମାନଙ୍କ ଅଧୀନରେ ଗ୍ରାମୀଣ ଉଦ୍ୟୋଗୀ ଟେଲିଫୋନ ସଂଯୋଗ ଯୋଗାଇବାରେ ନିୟୋଜିତ ହେବେ ଏବଂ 4820/- ଟଙ୍କା ପ୍ରତ୍ୟେକ କନେକ୍ସନ ପାଇଁ ଆୟ କରି ପାରିବେ।

6. ଗ୍ରାମାଞ୍ଚଳର ଗ୍ରାହକଙ୍କୁ ସଂଯୋଗ ପାଇବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ସେମାନେ କେବଳ ମାସିକ ଭିତ୍ତିରେ ସେମାନଙ୍କର ବ୍ୟବହାର ଦେୟ ଦେବେ।

7. ଓଡିଶାରେ 88.4 ହଜାର ଭରତ ଫାଇବର ସଂଯୋଗ ଅଛି ଯେଉଁଥିରେ କେବଳ ଭୁବନେଶ୍ୱରରେ 20 ହଜାରରୁ ଅଧିକ ଗ୍ରାହାକ ଅଛନ୍ତି।

ବିଏସ୍‌ଏନ୍‌ଏଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025

ଦୁବାଇ ଦୁର୍ଘଟଣାର ପ୍ରଭାବ?, ତେଜସ୍ କିଣିବ ନାହିଁ ଆର୍ମେନିଆ, ଭାଙ୍ଗିଗଲା ୧୦୭୦୫୯୮୮୫୬୮୦ ମୂଲ୍ୟର ଚୁକ୍ତି!

November 27, 2025

ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ

November 27, 2025
Latest News

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025

ଦୁବାଇ ଦୁର୍ଘଟଣାର ପ୍ରଭାବ?, ତେଜସ୍ କିଣିବ ନାହିଁ ଆର୍ମେନିଆ, ଭାଙ୍ଗିଗଲା ୧୦୭୦୫୯୮୮୫୬୮୦ ମୂଲ୍ୟର ଚୁକ୍ତି!

November 27, 2025

ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ

November 27, 2025

ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ହେବେ ମନ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗୁଛି କି? ଜାଣନ୍ତୁ କେମିତି

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.