
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ମଣ୍ଡପମଠାରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଭାରତର ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି।
ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ମଣ୍ଡପମରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଆମ ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି। ଜି-୨୦ ସମ୍ମିଳନୀ ପାଇଁ ବିଶ୍ୱ ଏକତ୍ରିତ ହେଉଥିବାବେଳେ ଏହା ଭାରତର ପ୍ରାଚୀନ କଳା ଏବଂ ପରମ୍ପରାର ପ୍ରମାଣ ହେବ।’