Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଶୁ ଉପନ୍ୟାସ ‘କୁନିବଣି’ ଓ ‘ମୁଁ ବି ଆମ୍ବେଦକର’ ଉନ୍ମୋଚିତ
ଆଜିର ଖବର

ଶିଶୁ ଉପନ୍ୟାସ ‘କୁନିବଣି’ ଓ ‘ମୁଁ ବି ଆମ୍ବେଦକର’ ଉନ୍ମୋଚିତ

September 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ଲୋହିଆ ଏକାଡ଼େମୀ ସଭାଗୃହରେ ଡ଼ ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଓଡ଼ିଆ ଶିଶୁ ଉପନ୍ୟାସ ‘କୁନିବଣି’ ଓ କନ୍ନଡ଼ରୁ ଅନୁବାଦିତ ଶିଶୁ ଉପନ୍ୟାସ ‘ମୁଁ ବି ଆମ୍ବେଦକର’ ଉନ୍ମୋଚିତ ହୋଇଯାଇଛି।

ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର‌୍ୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ବୀରେନ୍ଦ୍ର ମହାନ୍ତି, ବିଶେଷ ଅତିଥି ଭାବେ କନ୍ନଡ ଭାଷା ପାଇଁ ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଏଚ. ଏସ. ବ୍ୟାକୋଡ଼ ଯୋଗ ଦେଇଥିଲେ।

ଉତ୍ସବ ଆରମ୍ଭରେ ବିଶିଷ୍ଟ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର‌୍ୟ “କୁନିବଣି” ଏକ ଯୁଗସ୍ରଷ୍ଟା ଶିଶୁ ଉପନ୍ୟାସ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଲେଖକ ବୀରେନ୍ଦ୍ର ମହାନ୍ତି ଶିଶୁ ଉପନ୍ୟାସ ଅଧିକରୁ ଅଧିକ ଲିଖନ ପାଇଁ ପରାମର୍ଶ ଦେଇଥିଲେ।

ଶିକ୍ଷାବିତ ତଥା ଶିଶୁ ସାହିତ୍ୟିକ ସନାତନ ପଣ୍ଡା ଶିଶୁ ଉପନ୍ୟାସକୁ ବିଦ୍ୟାଳୟରେ ଅଧିକରୁ ଅଧିକ ଶିଶୁପ୍ରିୟ କରିବା ପାଇଁ ଆହ୍ଵାନ ଦେଇଥିବା ବେଳେ ମୁଖ୍ୟବକ୍ତା ତଥା ଶିଶୁ-ସାହିତ୍ୟିକ ଦାଶ ବେନହୁର ଶିଶୁ ସାହିତ୍ୟ ଆଜିକାଲି ପାଠକାଦୃତ ହେଉଥିବା ବ୍ୟକ୍ତ କରିଥିଲେ ଏବଂ ଶିଶୁ ଉପନ୍ୟାସ ପିଲାଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।

ସଭାମୁଖ୍ୟ ତଥା ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ଶିଶୁ ସାହିତ୍ୟ ଏବଂ ସମାଜ ଗଠନରେ ଶିଶୁ ଉପନ୍ୟାସର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ‘କୁନିବଣି’ ଭଳି ଏକ ଭଲ ଶିଶୁ ଉପନ୍ୟାସକୁ ଉପହାର ଦେବା ନିମନ୍ତେ ସମସ୍ତଙ୍କୁ କହିଥିଲେ।

ବିଶେଷ ଅତିଥି ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଏଚ ଏସ ବ୍ୟାକୋଡ଼ ଆଞ୍ଚଳିକ ଭାଷାରେ ଶିଶୁସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଅନୁବାଦଧର୍ମୀ ଲିଖନ ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ କନ୍ନଡ ଭାଷାରୁ ଓଡିଆକୁ ପ୍ରଥମ ଥର ପାଇଁ ଶିଶୁଉପନ୍ୟାସ ଅନୁବାଦିତ ହୋଇଥିବାରୁ ଅନୁବାଦକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମୀକ୍ଷକ ଡ. ହେମନ୍ତ କୁମାର ଛୋଟରାୟ ଉନ୍ମୋଚିତ ଶିଶୁ ଉପନ୍ୟାସ ଦ୍ୱୟ ଓଡିଆ ଶିଶୁସାହିତ୍ୟକୁ ସମୃଦ୍ଧ କରିବ ବୋଲି ମତପ୍ରକାଶ କରିଥିବାବେଳେ ଶିଶୁଉପନ୍ୟାସ ‘କୁନିବଣି’କୁ ସମୀକ୍ଷା କରି ଶିଶୁସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ତାହା ଶିଶୁ ପ୍ରିୟ ଓ ଶିଶୁ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ।

ଉତ୍ସବର ପ୍ରାରମ୍ଭରେ  କ୍ରୀଷ୍ଣା ମହାପାତ୍ର ଓ ନଳିନୀପ୍ରଭା ଦାଶଙ୍କ ସଂଯୋଜନାରେ ଶିଶୁ-କିଶୋର କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଶିଶୁସାହିତ୍ୟିକ ଡକ୍ଟର ଶରତ କୁମାର ବିଶ୍ଵାଳ ସଭାପତିତ୍ୱ କରିଥିଲେ। ୬୦ରୁ ଊର୍ଦ୍ଧ୍ଵ କବି ସ୍ଵରଚିତ ଶିଶୁ କବିତା ପାଠ କରିଥିଲେ।

ଏହି ଅବସରରେ କନ୍ନଡ ଭାଷାର ଶିଶୁସାହିତ୍ୟିକ ତଥା ଆନ୍ତର୍ଜାତିକ ବନ୍ୟପ୍ରାଣୀ ଫଟୋଗ୍ରାଫର ଏଚ. ଏସ. ବ୍ୟାକୋଡ, ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜ୍ଞାନ ଲେଖକ ହିମାଂଶୁ ଶେଖର ଫତେସିଂହଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହିତ ଶିଶୁ-ପ୍ରତିଭା ଶେଖର କୁମାର ସ୍ଵାଇଁ, ବିଜୟଲକ୍ଷ୍ମୀ ସାହୁ, କୁମାରୀ ରତ୍ନମଞ୍ଜରୀ ବାରିକଙ୍କୁ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଏଚ.ଏସ.ବ୍ୟାକୋଡଙ୍କ କନ୍ୟା ଯମୁନେଶ୍ୱରୀ ଉନ୍ମୋଚିତ ପୁସ୍ତକର ମୂଳ କନ୍ନଡ଼ ବହିଟି ମୈତ୍ରୀ ମିଶନକୁ ପ୍ରଦାନ କରିଥିବା ବେଳେ, ମୈତ୍ରୀ ମିଶନ ତରଫରୁ ତାଙ୍କୁ ଓଡ଼ିଆ ଅନୁବାଦଟି ପ୍ରଦାନ କରାଯାଇଥିଲା।

ଉନ୍ମୋଚିତ ବହି ଦୁଇଟିକୁ ନେଇ ଲେଖକ ପ୍ରଶାନ୍ତ କୁମାର ମଙ୍ଗରାଜ ନିଜ ଲେଖକୀୟ ଅନୁଭୂତି ବର୍ଣ୍ଣନା କରିଥିଲେ। କାର‌୍ୟକ୍ରମର ସଫଳତା ନିମନ୍ତେ ଶିଶୁସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର‌୍ୟକ୍ରମଟିକୁ ‘ଶିଶୁ କିଶୋର ସୃଜନୀ-ସଖା ଆସର’ ତରଫରୁ ଆୟୋଜନ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026
Latest News

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.