ନୂଆଦିଲ୍ଲୀ: କେରଳରେ ନିପା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଝିକୋଡରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଏକ ସପ୍ତାହ ଅର୍ଥାତ୍ ଆସନ୍ତା ରବିବାର, ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିରେ ବିଦ୍ୟାଳୟ, ବୃତ୍ତିଗତ କଲେଜ ଏବଂ ଟ୍ୟୁସନ ସେଣ୍ଟର ଅନ୍ତର୍ଭୁକ୍ତ। ସେପଟେ, ସମଗ୍ର ସପ୍ତାହ ପାଇଁ ଅନଲାଇନ୍ କ୍ଲାସ୍ ଉପଲବ୍ଧ ହେବ ବୋଲି ଜିଲ୍ଲା ପ୍ରଶାସନ ଶୁକ୍ରବାର ଦିନ କହିଛି।
ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଶୁକ୍ରବାର ଦିନ କହିଛନ୍ତି ଯେ, ବର୍ତ୍ତମାନ ନିପା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ସହ ସିଧାସଳଖ ଯୋଗାଯୋଗରେ ଆସିଥିବା ଲୋକଙ୍କ ତାଲିକାରେ ୧ ହଜାର ୮୦ ଜଣ ଅଛନ୍ତି, କିନ୍ତୁ ଆଜି ୧୩୦ ଜଣ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରୁ ୩୨୭ ସ୍ୱାସ୍ଥ୍ୟ କର୍ମୀ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
Tags: