Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିମ୍ ଇଣ୍ଡିଆର ବୃହତ୍ତ ବିଜୟ: ଶ୍ରୀଲଙ୍କାକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଜିତିଲା ଏସିଆ କପ୍ ଟାଇଟଲ୍
ଆଜିର ଖବର

ଟିମ୍ ଇଣ୍ଡିଆର ବୃହତ୍ତ ବିଜୟ: ଶ୍ରୀଲଙ୍କାକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଜିତିଲା ଏସିଆ କପ୍ ଟାଇଟଲ୍

September 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୩ ଏସିଆ କପ୍ ର ଫାଇନାଲରେ ଟିମ୍ ଇଣ୍ଡିଆ ସହଜରେ ଶ୍ରୀଲଙ୍କାକୁ ପରାସ୍ତ କରି ଟାଇଟଲ୍ ଜିତିଛି। ଭାରତ ରେକର୍ଡ ଅଷ୍ଟମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଛି। ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ୍ ରେ ଅଟକିଯାଇଥିଲା। ଏହା ପରେ ଭାରତୀୟ ଦଳ ସହଜରେ ୬.୧ ଓଭରରେ ଟାର୍ଗେଟକୁ ପୂରଣ କରିଛି।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ମାତ୍ର ୫୧ ରନ୍‌ର ଟାର୍ଗେଟ ଦିଆଯାଇଥିଲା। ଭାରତୀୟ ଦଳ କୌଣସି ୱିକେଟ୍ ନ ହରାଇ ମାତ୍ର ୩୭ବଲରେ ଏହି ସାମାନ୍ୟ ଲକ୍ଷ୍ୟ ହାସଲ କରିଥିଲା। ୧୯ ବଲରେ ୨୭ ରନ ସ୍କୋର କରି ଶୁଭମାନ ଗିଲ ଅପରାଜିତ ଫେରିଥିଲେ ଏବଂ ୧୮ ଟି ବଲରେ ୨୩ ରନ୍ ସ୍କୋର କରି ଇଶାନ କିଶନ ଅପରାଜିତ ରହିଥିଲେ। ଗିଲ ୬ ଟି ଚୌକା ମାରିଥିବାବେଳେ ଇଶାନ ତିନିଟି ଚୌକା ମାରିଥିଲେ।

୯ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚି ପାରି ନାହାଁନ୍ତି:

ଭାରତୀୟ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଶ୍ରୀଲଙ୍କାର ୯ ଖେଳାଳି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। କେବଳ କୁସାଲ ମେଣ୍ଡିସ୍ (୧୭) ଏବଂ ଦୁଶନ୍ ହେମନ୍ତା (୧୩) ଦୁଇ ଅଙ୍କ ଛୁଇଁ ପାରିଥିଲେ|

ଦ୍ରୁତ ବୋଲରମାନେ ସମସ୍ତ ୧୦ ୱିକେଟ୍ ନେଇଥିଲେ:

ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ମାନେ ସିରାଜଙ୍କ ସମ୍ମୁଖରେ ଅସହାୟ ମନେ ହେଉଥିଲେ। କୌତୁହଳର ବିଷୟ ହେଉଛି ଶ୍ରୀଲଙ୍କାର ସମସ୍ତ ୧୦ ୱିକେଟ୍ ଭାରତର ଦ୍ରୁତ ବୋଲରମାନେ ନେଇଥିଲେ। ଏସିଆ କପ୍ ଇତିହାସରେ ଏହା ଦ୍ୱିତୀୟ ଥର ଘଟିଛି, ଯେତେବେଳେ ଦ୍ରୁତ ବୋଲରମାନେ ସମସ୍ତ ୧୦ ୱିକେଟ୍ ନେଇଛନ୍ତି। ଭାରତ ପାଇଁ ମହମ୍ମଦ ସିରାଜ ୬ ଟି ୱିକେଟ୍ ନେଇଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ୩ ୱିକେଟ୍ ନେଇଥିଲେ ଏବଂ ଜସପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ।

asiacup ଏସିଆ କପ୍‌ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.