Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଓ ଅଲ୍ ଷ୍ଟାର୍ସ ସେଲ୍ ଶୁଭାରମ୍ଭ ଘୋଷଣା; ୫୦୦ ନୂତନ ବ୍ରାଣ୍ଡ, ୧.୫ ମିଲିୟନରୁ ଉର୍ଦ୍ଧ୍ୱ ଷ୍ଟାଇଲକୁ ସଂପ୍ରସାରିତ
ଆଜିର ଖବର

ଆଜିଓ ଅଲ୍ ଷ୍ଟାର୍ସ ସେଲ୍ ଶୁଭାରମ୍ଭ ଘୋଷଣା; ୫୦୦ ନୂତନ ବ୍ରାଣ୍ଡ, ୧.୫ ମିଲିୟନରୁ ଉର୍ଦ୍ଧ୍ୱ ଷ୍ଟାଇଲକୁ ସଂପ୍ରସାରିତ

September 21, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବାଙ୍ଗାଲୋର /ଭୁବନେଶ୍ୱର: ଭାରତର ପ୍ରିମିୟମ ଫେସନ ଇ-ଟେଲର ଆଜିଓ ଆଜି ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଅଲ୍ ଷ୍ଟାର୍ସ ସେଲ୍‌’ ସମ୍ପର୍କରେ ଘୋଷଣା କରିଛି। ମାର୍କସ୍ ଆଣ୍ଡ ସ୍ପେନ୍‌ସର ଏବଂ ଲି ଓ ରାଙ୍ଗଲର ସହଭାଗିତାରେ କରାଯାଉଥିବା ଏହି ‘ଅଲ୍ ଷ୍ଟାର୍ସ ସେଲ୍‌’ ୨୨ ସେପ୍ଟେମ୍ବର ୨୦୨୩ ରୁ ଆରମ୍ଭ ହେଉଛି। ପୂର୍ବରୁ ଗ୍ରାହକମାନେ ୧୭ ସେପ୍ଟେମ୍ବର ୨୦୨୩ ରୁ ପ୍ରତିଦିନ ୬ ଘଂଟା ର ଲିମିଟେଡ୍ ଆକ୍ସେସ୍ ଲାଭ କରିଛନ୍ତି। ଆଜିଓ ଅଲ୍ ଷ୍ଟାର୍ସ ସେଲ୍ (ଏଏଏସଏସ୍‌) ଅବଧିରେ ଗ୍ରାହକମାନେ ୫୫୦୦ ରୁ ଅଧିକ ବ୍ରାଣ୍ଡ ମଧ୍ୟରୁ କ୍ରୟ କରିପାରିବେ ଯେଉଁଥିରେ ରହିଛି ଅତୁଳନୀୟ ସପିଂ ଅନୁଭବ ପ୍ରଦାନ କରୁଥିବା ୧.୫ ମିଲିୟନରୁ ଅଧିକ ଫେସନ ଷ୍ଟାଇଲ୍।

ଏହି ଘୋଷଣା ସମ୍ପର୍କରେ ସୂଚନା ପ୍ରଦାନ କରି, ବିନୀଥ ନାୟର, ସିଇଓ, ଆଜିଓ କହିଛନ୍ତି ଯେ, “ଅଲ୍ ଷ୍ଟାର୍ସ ସେଲ୍ ଫେସନର ସର୍ବବୃହତ୍ ବ୍ରାଣ୍ଡକୁ ଗ୍ରାହକଙ୍କ ନିକଟକୁ ଆଣି ଏକ ବାସ୍ତବିକ ଆକର୍ଷଣୀୟ ସପିଂ ଅନୁଭବ ପ୍ରଦାନ କରିଥାଏ। ଏହି ସଂସ୍କରଣରେ, ଆମେ ଛୋଟ ସହର ଓ ନଗରରୁ କ୍ରମାଗତ ଚାହିଦା ଓ ଅଧିକ ଅର୍ଡ଼ରର ଆଶା କରୁଛୁ। ଇଂଟରନେଟର ବହୁଳ ବ୍ୟବହାର ସହିତ ୫ଜିର ଶୁଭାରମ୍ଭ ଦ୍ୱାରା, ଅଧିକରୁ ଅଧିକ ଭାରତୀୟମାନେ ଅନଲାଇନ୍ ସପିଂକୁ ଆପଣାଇଛନ୍ତି ଓ ଆମେ ଆଶା କରୁଛୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଥମ ଥର କ୍ରେତାମାନେ ଆଜିଓରେ ଥିବା ୧.୫ ମିଲିୟନ + ଷ୍ଟାଇଲରୁ କିଣାକିଣି କରିପାରିବେ।”

ଆଗାମୀ ପାର୍ବଣ ଋତୁରେ, ଏଥିନିକ୍ ବ୍ରାଣ୍ଡର ନୂତନ ଷ୍ଟାଇଲ୍ ସାରା ଭାରତର ଗ୍ରାହକମାନଙ୍କ ନିକଟରେ ଲୋକପ୍ରିୟତା ହାସଲ କରିଛି। ଏହି ସେଲରେ ନୂତନ ଏଥିନିକ୍ ବ୍ରାଣ୍ଡ ରିୱା କୁ ଆଜିଓରେ ଶୁଭାରମ୍ଭ କରାଯିବ। ମିଡ-ପ୍ରିମିୟମ ବ୍ରାଣ୍ଡରେ ୨୦୦୦+ ଷ୍ଟାଇଲର ଶୁଭାରମ୍ଭ କରାଯିବ ଓ ଏଥିରେ ରହିଛି ସମୟାତୀତ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଫିଟନେସ୍‌, ଯାହାକି ଭାରତୀୟ ମହିଳାମାନଙ୍କୁ ଏକ ବ୍ୟାପକଶ୍ରେଣୀୟ ଡିଜାଇନ୍ ପ୍ରଦାନ କରୁଛି ଯାହାକୁ ସେମାନେ ସ୍ୱତନ୍ତ୍ର ଅବସରରେ ପରିଧାନ କରିପାରିବେ। ରିୱା ର ଡିଜାଇନ୍ ଦର୍ଶନ ବହୁ ପୁରୁଣା ମୋଟିଫ୍ ରୁ ଅନୁପ୍ରେରିତ ଓ ଏଥିରେ ଏକ ସମସାମୟିକ ରୂପ ପ୍ରଦାନ କରାଯାଇଛି ତଥା ଏହାକୁ ଏକ ଆକର୍ଷଣୀୟ ଓ ନୂତନ ରୂପରେ ପ୍ରସ୍ତୁତ କରାଯାଇଛି। ଗ୍ରାହକମାନେ ସର୍ବାଧିକ ପସନ୍ଦ କରୁଥିବା ଅନ୍ୟାନ୍ୟ ଲୋକପ୍ରିୟ ବ୍ରାଣ୍ଡ ଗୁଡ଼ିକ ହେଉଛି ଇଣ୍ଡି ପିକ୍‌ସ, ଡବ୍ଲୁ, ବିବା, ଗ୍ଲୋବାଲ୍ ଦେଶୀ, କଳାନିକେଥନ୍‌, ଆଭାସା, ଗୁଲମୋହର ଜୟପୁର ଇତ୍ୟାଦି।

୫୦୦ ନୂତନ ବ୍ରାଣ୍ଡ ସାମିଲ୍ ହେବା ସହିତ ଏଏଏସଏସ୍ ରେ ସାରା ଭାରତର ୧୯,୦୦୦ ରୁ ଅଧିକ ପିନ କୋଡର ଗ୍ରାହକମାନେ ବ୍ୟାପକ ସ୍ତରୀୟ ସିଲେକ୍‌ସନରୁ କିଣାକିଣି କରିପାରିବେ ଯେଉଁଥିରେ ରହିଛି ଏକ୍ସକ୍ଲୁସିଭ୍ ଇଂଟରନାସନାଲ୍ ବ୍ରାଣ୍ଡ, ନିଜସ୍ୱ ଲେବଲ୍ ଓ ହୋମଗ୍ରୋନ୍ ବ୍ରାଣ୍ଡ ସହିତ ବିଭିନ୍ନ ବର୍ଗରେ ପ୍ରଦାନ କରାଯାଉଥିବା ଆକର୍ଷଣୀୟ ଡିଲ୍ ଓ ଅଫର। ଏଥିରେ ରହିଛି ଫେସନ, ଲାଇଫଷ୍ଟାଇଲ୍‌, ହୋମ୍ ଓ ଡେକୋର, ଜୁଏଲାରୀ, ବିଉଟି ଓ ପର୍ସନାଲ୍ କେୟାର।

ଗ୍ରାହକମାନେ ଏହି ଅବସରରେ ଅଧିକ ସଂଚୟ କରିପାରିବେ ଓ ଟପ୍ ବ୍ରାଣ୍ଡ ତଥା ବର୍ଗରେ ୫୦ ପ୍ରତିଶତ ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ସଂଚୟ କରିପାରିବେ ଯେଉଁଥିରେ ଆଇସିଆଇସିଆଇ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ର ବ୍ୟବହାର ଦ୍ୱାରା ଅତିରିକ୍ତ ୧୦% ର ରିହାତି ସୁବିଧା ରହିଛି। ଆଡିଡାସ, ନାଇକି, ପୁମା, ସୁପରଡ୍ରାଏ, ଗ୍ୟାପ, ୟୁଏସପିଏ, ଷ୍ଟିଭ୍ ମାଡେନ୍‌, ଲିଭାଇସ୍‌, ମାର୍କସ୍ ଆଣ୍ଡ ସ୍ପେନ୍‌ସର, ଓନଲି, ଅର୍ମାନି ଏକ୍ସଚେଞ୍ଜ, ରିତୁ କୁମାର, ଆଲଡୋ, ବୁଦା ଜିନ୍‌ସ କୋ, ଫାୟାର ରେଜ୍‌, ଏନକ୍ରଷ୍ଟେଡ୍‌, ସାମ୍‌, ପୋର୍ଟିକୋ, ହୋମ୍ ସେଂଟର, ମେବିଲିନ୍‌, ମେଲୋରା ଓ ଆହୁରି ଅନେକ ଲୋକପ୍ରିୟ ବ୍ରାଣ୍ଡରେ ଆକର୍ଷଣୀୟ ଡିଲ୍ ମାନ ପ୍ରଦାନ କରାଯାଉଛି।

ବଲିଉଡ୍ ଷ୍ଟାର ଶ୍ରଦ୍ଧା କପୁର, ବାଣୀ କପୁର, ବାଦଶାହ ଓ ଜିମ୍ ସର୍ଭ ଅଲ୍ ଷ୍ଟାର କ୍ୟାମ୍ପେନ ଫିଲ୍ମ ସହିତ ପୁଣି ଥରେ ଆସିଛନ୍ତି ଓ ସେମାନଙ୍କୁ ବିଶ୍ୱର ସର୍ବବୃହତ୍ ବ୍ରାଣ୍ଡ ସହିତ ଦେଖା ଯାଇଛି । ୱେଷ୍ଟର୍ଣ୍ଣ ଉୟର, ଆଥଲିଜର, ସ୍ନିକର, ଟପ୍ ଡେନିମ୍ ବ୍ରାଣ୍ଡ ଇତ୍ୟାଦିରେ ସେମାନେ ସେମାନଙ୍କର ପ୍ରିୟ ଷ୍ଟାଇଲକୁ ପ୍ରଦର୍ଶିତ କରିଛନ୍ତି। ୩୬୦-ଡିଗ୍ରୀ କ୍ୟାମ୍ପେନ ସମସ୍ତ ଓଟିଟି, ସୋସିଆଲ୍ ଓ ଡିଜିଟାଲ୍ ମାଧ୍ୟମରେ କରାଯିବ।

ଏଏଏସଏସ୍ କୁ ଅଧିକ ରିୱାର୍ଡ଼ିଂ କରିବାର ସୁଯୋଗ ନିଅନ୍ତୁ:

– ସୁପର ଆୱାର୍ସ, ଆକର୍ଷଣୀୟ ଓ ଅତୁଳନୀୟ ଡିଲ୍ ଏବଂ ଆହୁରି ଅନେକ

– ଟପ୍ ସପର : ଏଏଏସଏସ୍ ସମୟରେ ଟପ୍ ସପର ମାନେ ଆକର୍ଷଣୀୟ ପୁରସ୍କାର ଲାଭ କରିବାର ସୁଯୋଗ ରହିଛି ଯଥା ଆଇଫୋନ୍ ୧୪, ପ୍ରୋ ମାକ୍ସ, ଆପଲ୍ ମାକବୁକ୍ ଏୟାର ଏମ୨, ସୁନା ଟ.୧ ଲକ୍ଷ ମୂଲ୍ୟର ଓ ସାମସଙ୍ଗ ଏସ୨୩ ଅଲ୍‌ଟ୍ରା ପ୍ରତି ୬ ଘଂଟାରେ

– ଏଏଏସଏସ୍ ସମୟରେ ଟପ୍ ୩ କ୍ରେତାମାନେ ପ୍ରତ୍ୟେକ ୩ ଲକ୍ଷ ଟଙ୍କାର ସୁନା ଜିତିବାର ସୁଯୋଗ ଲାଭ କରିବେ

–  ୪,୯୯୯ ତାଙ୍କ ବା ଅଧିକ ମୂଲ୍ୟର କିଣାକିଣି କରନ୍ତୁ ଓ ପୋଲିସ୍ ତଥା କ୍ରସ ପକ୍ଷରୁ ଆସିଓରଡ୍ ଉପହାର ଲାଭ କରନ୍ତୁ।

-୪୦,୦୦୦+ ଷ୍ଟାଇଲରେ ଫ୍ଲାଟ୍ ୮୧% ରିହାତି; ସ୍ପେଶିଆଲ୍ ବାଏ ୧ ଗେଟ୍ ୪ ଅଫର।

– ସର୍ବନିମ୍ନ ୫୦% + ଏକ୍ସଟ୍ରା ୩୫% ପ୍ରିମିୟମ ବ୍ରାଣ୍ଡରେ

– ଗ୍ରାହମାନେ ସମସ୍ତ ପ୍ରିପେଡ୍ ଟ୍ରାଞ୍ଜାକ୍‌ସନରେ ୧୦% ପର୍ଯ୍ୟନ୍ତ ଅତିରିକ୍ତ ଡିସକାଉଂଟ ଲାଭ କରିପାରିବେ।

– ଗ୍ରାହକମାନେ ପ୍ରତିଥର କ୍ରୟ କରିବା ସମୟରେ ଆଜିଓ ପଏଂଟ ଓ ରିଲାଏନ୍‌ସ ୱାନ୍ ପଏଂଟ ଲାଭ କରିପାରିବେ; ସେମାନେ ମଧ୍ୟ ସେମାନଙ୍କର ଆଜିଓ ପଏଂଟର ବ୍ୟବହାର କରି ଅତିରିକ୍ତ ୫% ରିହାତି ଲାଭ କରିପାରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.