Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଏକକାଳୀନ ନିର୍ବାଚନ ଆୟୋଜନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ
ଆଜିର ଖବର

ଦେଶରେ ଏକକାଳୀନ ନିର୍ବାଚନ ଆୟୋଜନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ

September 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।

ଏହି ବୈଠକରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍. କେ. ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁଭାଷ ସି. କଶ୍ୟପ, ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଆଭାଷୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ଲୋକସଭାର ବିରୋଧୀ ଦଳର ସର୍ବବୃହତ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ନଥିଲେ।

ଉଚ୍ଚସ୍ତରୀୟ କମିଟିର ସଦସ୍ୟ ମାନଙ୍କୁ ସ୍ୱାଗତ କରି କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ବୈଠକର କାର୍ଯ୍ୟସୂଚୀର ରୂପରେଖ ପ୍ରସ୍ତୁତ କରିଥିଲେ।

କମିଟି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରି, କମିଟି ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ, ରାଜ୍ୟରେ ସରକାରରେ ଥିବା ରାଜନୈତିକ ଦଳ, ସଂସଦରେ ପ୍ରତିନିଧି ଥିବା ରାଜନୈତିକ ଦଳ, ଅନ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ସେମାନଙ୍କର ପରାମର୍ଶ / ଦୃଷ୍ଟିକୋଣ ଜାଣିବା ପାଇଁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ବ୍ୟତୀତ ଏହି କମିଟି ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ନିଜର ପରାମର୍ଶ / ଦୃଷ୍ଟିକୋଣ ରଖିବା ପାଇଁ ଭାରତୀୟ ଆଇନ ଆୟୋଗଙ୍କୁ ମଧ୍ୟ ନିମନ୍ତ୍ରଣ କରିବ। ଧନ୍ୟବାଦ ଅର୍ପଣ ସହିତ ସଭା ସମାପ୍ତ ହୋଇଥିଲା।

ଉଚ୍ଚସ୍ତରୀୟ କମିଟି ଏକକାଳୀନ ନିର୍ବାଚନ ରାମନାଥ କୋବିନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ହର୍ମୁଜ୍ ଖୋଲିଲା ଇରାନ: ଧନ୍ୟବାଦ ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

April 17, 2026
Latest News

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.