Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ 2023 ରେ 40ତମ ସ୍ଥାନ ବଜାୟ ରଖିଛି ଭାରତ
ଆଜିର ଖବର

ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ 2023 ରେ 40ତମ ସ୍ଥାନ ବଜାୟ ରଖିଛି ଭାରତ

September 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ବ ବୌଦ୍ଧିକ ସମ୍ପଦ ସଙ୍ଗଠନ ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ 2023 ରାଙ୍କିଂରେ 132 ଅର୍ଥବ୍ୟବସ୍ଥା ମଧ୍ୟରୁ ଭାରତର 40ତମ ସ୍ଥାନ ବଜାୟ ରହିଛି। ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ (ଜିଆଇଆଇ) ରେ ଗତ କିଛି ବର୍ଷ ଧରି ଭାରତ ଉଲ୍ଲେଖନୀୟ ଉନ୍ନତି କରିଛି।  2015 ରେ 81ତମ ସ୍ଥାନରେ ଥିବାବେଳେ, 2023 ରେ 40ତମ ସ୍ଥାନରେ ପହଞ୍ଚିଛି। ମହାମାରୀରୁ ଉତ୍ପନ୍ନ ଅଭୂତପୂର୍ବ ସଙ୍କଟ ବିପକ୍ଷରେ ଆମର ସଂଘର୍ଷରେ ନବୋନ୍ମେଷ ସବୁଠାରୁ ଆଗରେ ରହିଛି ଏବଂ ଦେଶର ମହାମାରୀ ପରିଚାଳନା ସାମର୍ଥ୍ୟରେ ଏହା ନିର୍ଣ୍ଣାୟକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଆହ୍ବାନ ଏଥିରେ ନିହିତ ରହିଛି।

ଜିଆଇଆଇ ରାଙ୍କିଂ ରେ କ୍ରମାଗତ ଉନ୍ନତ ଅପାର ଜ୍ଞାନ ପୁଞ୍ଜି, ଲାଇଭ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ଏବଂ ସାର୍ବଜନିନ ଏବଂ ଘରୋଇ ଗବେଷଣା ସଙ୍ଗଠନ ଦ୍ବାରା କରାଯାଇଥିବା ଅଦ୍ଭୁତ କାର୍ଯ୍ୟ କାରଣରୁ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଯଥା ବୈଜ୍ଞାନିକ ବିଭାଗ ସହିତ ସରକାରଙ୍କ ସମସ୍ତ ବିଭାଗ, ଜୈବ ପ୍ରଯୁକ୍ତି ବିଭାଗ, ମହାକାଶ ବିଭାଗ, ଏବଂ ପରମାଣୁ ଶକ୍ତି ବିଭାଗ ଓ ଇଲେକ୍‌ଟ୍ରୋନିକ୍‌ସ ଏବଂ ଆଇଟି ମନ୍ତ୍ରଣାଳୟ, ଟେଲିକମ୍ୟୁନିକେସନ ବିଭାଗ, କୃଷି ଗବେଷଣା ଓ ଶିକ୍ଷା ବିଭାଗ ଏବଂ ସ୍ବାସ୍ଥ୍ୟ ଗବେଷଣା ବିଭାଗ ରାଷ୍ଟ୍ରୀୟ ନୂତନତା ଇକୋସିଷ୍ଟମକୁ ସମୃଦ୍ଧ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଅଟଳ ଇନୋଭେସନ ମିଶନ୍ ଇନୋଭେସନ ଇକୋସିଷ୍ଟମର ବିସ୍ତାରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ନୀତି ଆୟୋଗ ଇଲେକ୍‌ଟ୍ରିକ୍ ବାହନ, ଜୈବ ପ୍ରଯୁକ୍ତି, ନାନୋ ପ୍ରଯୁକ୍ତି, ମହାକାଶ, ବିକଳ୍ପ ଉର୍ଜା ସ୍ରୋତ ଆଦି ବିଭିନ୍ନ କ୍ଷେତ୍ରରେ ନିତି ଆଧାରିତ ନୂତନତା ପାଇଁ ଉନ୍ନତ ରାଷ୍ଟ୍ରୀୟ ପ୍ରଚେଷ୍ଟା ସୁନିଶ୍ଚିତ କରିବା ପାଇଁ ଏହାର ପ୍ରୟାସ ଜାରି ରଖିଛି। ଏଥିରେ ରାଜ୍ୟ ଓ ଜିଲ୍ଲାରେ ନୂତନତା ଇକୋ-ସିଷ୍ଟମର ବିସ୍ତାରରେ ମଧ୍ୟ ଭୂମିକା ଗ୍ରହଣ କରିଛି। ନୀତି ଆୟୋଗ ଜିଆଇଆଇ ସହିତ ବିଶ୍ବ ରାଙ୍କିଂରେ ଭାରତର ସ୍ଥିତିର ଅନୁଧ୍ୟାନ ଓ ମୂଲ୍ୟାଙ୍କନ ଉପରେ କ୍ରମାଗତ ଭାବରେ ଗୁରୁତ୍ବ ପ୍ରଦାନ କରୁଛି।

ଜିଆଇଆଇ ସାରା ବିଶ୍ବର ଦେଶରେ ନୂତନତାର ନେତୃତ୍ବ ଥିବା ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନର ଆକଳନ କିରବା ପାଇଁ ସାରା ଦୁନିଆର ସରକାରଙ୍କ ପାଇଁ ଏକ ବିଶ୍ବସନୀୟ ଉପକରଣ ଅଟେ। ଗତ କିଛି ବର୍ଷରେ, ଜିଆଇଆଇ ନିଜର ବିଭିନ୍ନ ସରକାରଙ୍କ ପାଇଁ ଏକ ନୀତି ଉପକରଣ ଭାବରେ ସ୍ଥାପିତ କରିଛି ଏବଂ ଏହାକୁ ପ୍ରଚଳିତ ସ୍ଥିତିରେ ବିଚାର କରିବାରେ ସହାୟତା କରିଛି।

ଭାରତୀୟ ଉଦ୍ୟୋଗ ସଂଘ (ସିଆଇଆଇ) ମଧ୍ୟ ନୂତନତା-ସମ୍ପର୍କିତ ଅର୍ଥବ୍ୟବସ୍ଥା ଦିଗରେ ଭାରତର ଯାତ୍ରାରେ ସହଯୋଗ କରୁଛି। ଚଳିତ ବର୍ଷ ସିଆଇଆଇ ଏବଂ ବିଶ୍ବ ବୌଦ୍ଧିକ ସମ୍ପଦ ସଙ୍ଗଠନ (ଡବ୍ଲୁଆଇପିଓ) ସହିତ ଭାଗିଦାରୀରେ, ନୀତି ଆୟୋଗ 29 ସେପ୍ଟେମ୍ବର 2023 ରେ ଜିଆଇଆଇ 2023 ରେ ଏହାର ଶୁଭାରମ୍ଭର ଆୟୋଜନ କରୁଛି।

ଶୁଭାରମ୍ଭ ଅଧିବେଶନରେ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ସୁମନ୍ ବେରି, ନୀତି ଆୟୋଗର ସଦସ୍ୟ ଡା. ବି.କେ ସାରସ୍ବତ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ନୀତି ଆୟୋଗ ଶ୍ରୀ ବିଭିଆର ସୁବ୍ରମଣ୍ୟମ, ଡବ୍ଲୁଆଇପିଓର ମହାନିର୍ଦ୍ଦେଶକ ଶ୍ରୀ ଡାରେନ୍ ଟେଙ୍ଗ, ଜିଆଇଆଇ ର ସହ-ସମ୍ପାଦକ ଓ ଅର୍ଥଶାସ୍ତ୍ର ତଥା ପରିସଂଖ୍ୟାନ ବିଭାଗ, ଡବ୍ଲୁଆଇପିଓର ପ୍ରମୁଖ ଡ. ସଚ୍ଚା ଉନ୍‌ସ ଭିନସେଣ୍ଟ, ସିଆଇଆଇର ପ୍ରଯୁକ୍ତିରେ ରାଷ୍ଟ୍ରୀୟ ସମିତି, ନୂତନତା ଏବଂ ଗବେଷଣା ଅଧ୍ୟକ୍ଷ ଏବଂ ସହ-ଅଧ୍ୟକ୍ଷ, ଫୋର୍ବସ ମାର୍ଶଲଡା. ନୌସାଦ ଫୋର୍ବସ, ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ବାଙ୍ଗାଲୋରର ନିର୍ଦ୍ଦେଶକ ପ୍ରଫେସର ଋଷିକେଶ କୃଷ୍ଣନ ଏବଂ ସିଆଇଆଇ ର ପ୍ରଯୁକ୍ତିରେ ରାଷ୍ଟ୍ରୀୟ ସମିତି, ନୂତନତା ଏବଂ ଗବେଷଣାର ସହ-ଅଧ୍ୟକ୍ଷ ଏବଂ ଜିଇ ଇଣ୍ଡିଆ ଟେକ୍‌ନୋଲୋଜି ସେଣଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଆଲୋକ ନନ୍ଦ ମଧ୍ୟ ସାମିଲ୍ ହେବେ।

ଅର୍ଥବ୍ୟବସ୍ଥା ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ ଜିଆଇଆଇ ବିଶ୍ବ ବୌଦ୍ଧିକ ସମ୍ପଦ ସଙ୍ଗଠନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025

ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ତାଙ୍କୁ ମିଳିବ କି ବଡ଼ ଦାୟିତ୍ୱ?

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025

ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ସ୍ନାୟୁ ଅସ୍ତ୍ରୋପଚାର କଲେ ସମ୍ ଡାକ୍ତର: ପୂର୍ବ ଭାରତରେ ପ୍ରଥମ

July 22, 2025
Latest News

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025

ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ତାଙ୍କୁ ମିଳିବ କି ବଡ଼ ଦାୟିତ୍ୱ?

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025

ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ସ୍ନାୟୁ ଅସ୍ତ୍ରୋପଚାର କଲେ ସମ୍ ଡାକ୍ତର: ପୂର୍ବ ଭାରତରେ ପ୍ରଥମ

July 22, 2025

ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ: ପୁନଃ କାର୍ଯ୍ୟକ୍ଷମ ହେବ ୨୦୨୧ ରେ ବନ୍ଦ ଥିବା ଚିଲିକାର ଏହି ସ୍କୁଲ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.