Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ହେବ ଦେବଦତ୍ତ ପଟ୍ଟନାୟକଙ୍କ ବହି ଉନ୍ମୋଚନ, ଆଲୋଚକ ଆର ବାଲକ୍ରୀଷ୍ଣନ୍‌
ଆଜିର ଖବର

ଭୁବନେଶ୍ବରରେ ହେବ ଦେବଦତ୍ତ ପଟ୍ଟନାୟକଙ୍କ ବହି ଉନ୍ମୋଚନ, ଆଲୋଚକ ଆର ବାଲକ୍ରୀଷ୍ଣନ୍‌

September 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଦେବଦତ୍ତ
ଭୁବନେଶ୍ବରରେ ଦେବଦତ୍ତ ପଟ୍ଟନାୟକଙ୍କ ବହି ଉନ୍ମୋଚନ, ଆଲୋଚକ ଆର ବାଲକ୍ରୀଷ୍ଣନ୍‌

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ ଆଜି ଭୁବନେଶ୍ବର ଆସିଛନ୍ତି। ଆସନ୍ତାକାଲି (ଅକ୍ଟୋବର ୧, ୨୦୨୩, ରବିବାର) ତାଙ୍କ ଲିଖିତ ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ ଓ ଏହା ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ (ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଉପକ୍ରମ) ପକ୍ଷରୁ ପୁସ୍ତକ ଦୁଇଟି ପ୍ରକାଶ ପାଇଥିବାବେଳେ ଦେବଦତ୍ତଙ୍କ ଲିଖିତ ମୂଳ ଇଂରାଜୀ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି କବି, ଅନୁବାଦକ ତଥା କିଟ୍‌ ବିଶ୍ବବିଦ୍ୟାଳୟର ଉପକୁଳପତି ତପନ କୁମାର ପଣ୍ଡା।

ଆସନ୍ତାକାଲି ସକାଳ ୧୦ଟାରେ ଉତ୍କଳ ବିଶ୍ବବିଦ୍ୟାଳୟ ସଭାଗୃହରେ ହେବାକୁ ଥିବା ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଲେଖକ, ଗବେଷକ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରୀଷ୍ଣନ୍‌ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏ ଅବସରରେ ‘ସୋମନାଥରୁ ଜଗନ୍ନାଥ’ ଶୀର୍ଷକ ପ୍ରସଙ୍ଗ ଉପରେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ବାଲକ୍ରୀଷ୍ଣନ୍‌ ଆଲୋଚନା କରିବେ। ଉତ୍କଳ ବିଶ୍ବିବଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ଓ ଅନୁବାଦକ ଶ୍ରୀ ପଣ୍ଡା ଏ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ପୂର୍ବରୁ ଦେବଦତ୍ତଙ୍କର ଦୁଇ ପ୍ରସିଦ୍ଧ ପୁସ୍ତକ ସୀତାଙ୍କ ୫ ଇଚ୍ଛା ଓ ପାଣ୍ଡବଙ୍କ ୬ ଯୁଦ୍ଧ ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶ ପାଇ ଓଡ଼ିଶାରେ ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଛି। ଆସନ୍ତାକାଲିର ଉତ୍ସବରେ ସାହିତ୍ୟପ୍ରେମୀ, ବୁଦ୍ଧିଜୀବୀ, ଯୁବକ, ଛାତ୍ର ଓ ଆଗ୍ରହୀ ବ୍ୟକ୍ତି ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁଷ୍ଠାନର ନିର୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଅନୁରୋଧ କରିଛନ୍ତି। ଏ ଅବସରରେ ଲେଖକଙ୍କ ସ୍ବହସ୍ତ ସନ୍ତକ ଥିବା ବହି ଉପଲବ୍ଧ ହେବା ସହ ଲେଖକଙ୍କ ସହ ଭାବବିନିମୟର ସୁଯୋଗ ମିଳିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଦେବଦତ୍ତ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବୋମା ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.