Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ୍ ତାରିଖ୍ ଏକ ଘଣ୍ଟା ଏକ୍ ସାଥ୍: ସ୍ୱଚ୍ଛତା ସ୍ୱେଚ୍ଛାସେବା ରଚିଲା ଏକ ନୂଆ ଇତିହାସ 
ଆଜିର ଖବର

ଏକ୍ ତାରିଖ୍ ଏକ ଘଣ୍ଟା ଏକ୍ ସାଥ୍: ସ୍ୱଚ୍ଛତା ସ୍ୱେଚ୍ଛାସେବା ରଚିଲା ଏକ ନୂଆ ଇତିହାସ 

October 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅକ୍ଟୋବର ପହିଲା ପୂର୍ବାହ୍ନ ୧୦ଘଟିକା ସମୟରେ ସ୍ୱଚ୍ଛ ଭାରତ ମିଶନ ଦେଶରେ ଏକ ନୂଆ ଇତିହାସ ସୃଷ୍ଟି କଲ। କୋଟି କୋଟି ଲୋକ ସ୍ୱେଚ୍ଛାକୃତ ଭାବେ ସେ ଦିନ ଆଗେଇ ଆସି ଶ୍ରମଦାନ ମାଧ୍ୟମରେ ଦେଶରେ ଏକ ବୃହତ୍ ସଫେଇ ଅଭିଯାନରେ ସାମିଲ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୟଂ ମଧ୍ୟ ଏହି ସ୍ୱେଚ୍ଛାକୃତ ଶ୍ରମଦାନ କରି ଏଥିରେ ସଫେଇ ଅଭିଯାନରେ ଲୋକପ୍ରିୟ ଫିଟ୍‌ନେସ୍ ଇନ୍‌ଫ୍‌ଏନ୍ସର ଅଙ୍କିତ ବୟନପୁରିଆଙ୍କ ସହ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ “ଦେଶ ଆଜି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇ କାମ କରୁଥିବାବେଳେ ମୁଁ ଓ ଅଙ୍କିତ ମଧ୍ୟ ଏଥିରେ ସାମିଲ ହୋଇ ଶ୍ରମଦାନ କରିଥିଲୁ  ପରିଚ୍ଛନ୍ନତା  ବାହାରେ ଆମେ ମଧ୍ୟ ଫିଟ୍‌ନେସ୍ ଓ ସୁସ୍ଥତା ଉପରେ ଏହି ପ୍ରକ୍ରିୟାରେ ଗୁରୁତ୍ୱ ଦେଇଥିଲୁ। ଏହା ସ୍ୱଚ୍ଛ ଓ ସ୍ୱଚ୍ଛ ଭାରତ ଜିନ୍ଦବାଦ୍‌ର କଥା।”

ଏହି ସ୍ୱେଚ୍ଛାକୃତ ସଫେଇ ଅଭିଯାନର ନେତୃତ୍ୱ ନେଇଥିଲେ ସ୍ୱୟଂ ଜନସାଧାରଣ । ଏଥିରେ ଦେଶର ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଜିଲ୍ଳା, ସହର, ପଞ୍ଚାୟତ ଓ ଗ୍ରାମ ସାମିଲ ହୋଇଥିଲା । ଏହି ଅଭିଯାନରେ ପ୍ରାୟ ୮.୭୫ କୋଟି ଲୋକ ସାମିଲ ହୋଇଥିଲେ । ଦେଶର ମୋଟ ୯ଲକ୍ଷ ସ୍ଥାନରେ ଏହି ସଫେଇ ଅଭିଯାନ ଆୟୋଜିତ ହୋଇଥିଲା । ସଡକ, ରେଳପଥ, ରାଜପଥ, ଟୋଲପ୍ଲାଜା, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଅଙ୍ଗନବାଡି କେନ୍ଦ୍ର, ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳ, ଆବାସିକ କଲୋନୀ, ଜଳାଶୟ, ନଦୀ, ପୁଷ୍କରିଣୀ, ଘାଟ, ବାଟ, ଉପାସନା ସ୍ଥଳ, ବସ୍ତି, ମାର୍କେଟ, ବିମାନ ବନ୍ଦର, ଚିଡିଆଖାନା, ଗୋଶାଳା  ପ୍ରାଣୀ ଉଦ୍ୟାନ ଆଦି ସ୍ଥାନରେ ଏହି ସ୍ୱେଚ୍ଛାକୃତ ସଫେଇ ଅଭିଯାନ କରାଯାଇଥିଲା ।

ଏହି ଦିନ ଅନେକ କ୍ଷେତ୍ରରେ ପ୍ରଥମ ଘଟଣା ଘଟିଛି । ଏହା ବହୁ ସଂଖ୍ୟକ ଲୋକଙ୍କୁ ଗୋଟିଏ ଦିନରେ ଏକତ୍ର କରିଛି । ଗ୍ରାମ ପଞ୍ଚାୟତଠାରୁ ଆରମ୍ଭ କରି ପୌରସଭା, ଜିଲ୍ଲା ଓ ରାଜ୍ୟସ୍ତରରେ ଏହା ଆୟୋଜିତ ହୋଇଥିବାବେଳେ ଏଥିରେ ଅନେକ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ରାଜନୀତିକ ନେତୃବୃନ୍ଦ, ନାଗରିକ ସମାଜର ଲକ୍ଷ ଲକ୍ଷ ଲୋକ, ସର୍ବସାଧାରଣ,ଯବାନ, ଏସ୍‌ଏଚଜି, ଏନ୍‌ଜିଓ, ନେହେରୁ ଯୁବକେନ୍ଦ୍ର ସ୍ୱେଚ୍ଛାସେବୀ ସଂଘ, ବଣିକ ସଂଘ, ବଜାର କମିଟି, ଉଦ୍ୟୋଗ, ଧାର୍ମିକ ନେତା, ସେଲିବ୍ରିଟି, ଇନ୍‌ଫ୍ଲୁଏସର, ୟୁଟ୍ୟୁବର୍ସ, କଳାକାର, ଲେଖକ ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ । ସମସ୍ତଙ୍କ ସହଯୋଗରେ ଏହି ସ୍ୱେଚ୍ଛାକୃତ ମିଳିତ ସଫେଇ ଏକ ବିରାଟ ସଫଳ ଅଭିଯାନର ରୂପ ନେଇଥିଲା ।

ବାବା ରାମଦେବଙ୍କ ଯୋଗପୀଠ ୩୦ହଜାର ନାଗରିକଙ୍କ ସହିତ ୧୦୦୦ ସ୍ଥାନରେ ସଫେଇ କାମ କରିଥିଲା । ମାତା ଅମୃତାନନ୍ଦ ମୟୀ ମଠ, ଆର୍ଟ ଅଫ ଲିଭିଂ, ଇସ୍‌କନ୍‌, କ୍ରେଡାଇ, ସିଆଇଆଇ, ଫିକି, ଆସୋଚାମ୍‌, ବ୍ରିଟାନିଆ, ବଜାଜ, ଆଦିତ୍ୟ ବିର୍ଲା, ଆମାଜନ୍  ଆଦି ସଂସ୍ଥା ଏଥିରେ ଭାଗ ନେଇଥିଲେ । ଅମିତାଭ ବଚ୍ଚନ, ରଜନୀକାନ୍ତ, ଇଲାୟା ରାଜାଙ୍କ ଭଳି ସେଲିବ୍ରିଟି, ଭାରତୀୟ କ୍ରିକେଟ ଦଳର ସଦସ୍ୟଗଣ ଓ ଅନ୍ୟ ଅନେକ ବିଶିଷ୍ଟବ୍ୟକ୍ତି ଏହି ଅଭିଯାନରେ ସାମିଲ ହୋଇ ଲୋକଙ୍କୁ ସଫେଇ ପାଇଁ ଉତ୍ସାହିତ କରିଥିଲେ । ରିକି କେଜ୍‌, ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ, ରାଜ କୁମାର ରାଏଙ୍କ ଭଳି ସିନେମା ଷ୍ଟାର ମଧ୍ୟ ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ୱାକଫ ବୋର୍ଡ, ଗୁରୁଦ୍ୱାର ସ୍ୱେଚ୍ଛାସେବୀ, ରୋଟାରୀ କ୍ଲବ, ଆଗା ଖାଁ ପ୍ରତିଷ୍ଠାନ ଓ ରାମକୃଷ୍ଣ ମିଶନର ପ୍ରତିନିଧି ଓ ସଦସ୍ୟମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ସଫେଇରେ ଭାଗ ନେଇଥିଲେ । ବିଏମ୍‌ଜିଏଫ, ୟୁଏସ୍‌ଏଡ୍‌, ୟୁନିସେଫ, ଗିଜ୍‌ର ପ୍ରତିନିଧି ମଧ୍ୟ ସ୍ୱେଚ୍ଛାକୃତ ଶ୍ରମଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ସବୁ ମନ୍ତ୍ରଣାଳୟ ଓ ବିଭାଗ  ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଏଥିରେ ସରକାରଙ୍କ ସମ୍ପୂର୍ଣ୍ଣ ପ୍ରତିନିଧିତ୍ୱ କରିଥିଲା । ସବୁ  ସ୍ୱଚ୍ଛ ସ୍ୱେଚ୍ଛାସେବୀ ବିଭିନ୍ନ ସ୍ଥାନରୁ ଅଳିଆ, ପ୍ଲାଷ୍ଟିକ ଓ ଆବର୍ଜନା ପରିଷ୍କାର କରିବା ସହିତ ଅନେକ ସଂସ୍ଥା ବିଭିନ୍ନ ଆବର୍ଜନା ପରିଷ୍କାର ବିଭିନ୍ନ ସ୍ଥାନକୁ ପରିଷ୍କାର କରିବାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଲୋକ ପ୍ରିୟ ରେଡିଓ କାର୍ଯ୍ୟକମ୍ର “ମନ୍ କି ବାତ୍‌”ର ୧୦୫ତମ ଅଧ୍ୟାୟରେ ୨୦୨୩ ସେପ୍ଟେମ୍ବର ୨୪ରେ ଅକ୍ଟୋବର ପହିଲା ଦିନ- “ଏକ୍ ତାରିଖ୍‌, ଏକ ଘଣ୍ଟା ଏକ୍ ସାଥ୍‌”ର ସଫେଇ ଅଭିଯାନ ପାଇଁ ଆହ୍ୱାନ ଦେଇଥିଲେ । ଗାନ୍ଧିଜୀଙ୍କ ଜୟନ୍ତୀ ପୂର୍ବଦିନ ତାଙ୍କ ପ୍ରତି ଯଥାର୍ଥ ସମ୍ମାନ  ଓ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ସଫେଇ କାମ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଥିଲେ । ପ୍ରକାଶଯୋଗ୍ୟ ଯେ ଗାନ୍ଧିଜୀ ସ୍ୱଚ୍ଛତା ଓ ପରିଚ୍ଛନ୍ନତାର ବଡ ପୂଜାରୀ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ପରେ ତୁରନ୍ତ ଅକ୍ଟୋବର ୧ରେ ଦେଶବ୍ୟାପୀ କିଏ କେଉଁଠି ସଫେଇ କରିବ ସେଥିପାଇଁ ଗାଁଠାରୁ ସହର, ରାଜ୍ୟଠାରୁ ଦେଶ ପର୍ଯ୍ୟନ୍ତ ଟେ୍‌କ୍‌ନୋଲୋଜି ମାଧ୍ୟମରେ ସ୍ଥାନ ନିରୂପିତ ହୋଇଥିଲା ଏବଂ ସେ ଦିନ ପୂର୍ବାହ୍ନ ଠିକ୍ ୧୦ଟାବେଳେ ସ୍ୱେଚ୍ଛାକୃତ ଶ୍ରମଦାନ ମାଧ୍ୟମରେ ସଫେଇ କାମରେ ଲୋକେ ସାମିଲ ହୋଇଥିଲେ । ସଫେଇ ବେଳର ଫଟୋ ଉଠାଇ ସ୍ୱଚ୍ଛ ଭାରତ ମିଶନ ପୋର୍ଟାଲରେ ଅପ୍‌ଲୋଡ କରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ସ୍ୱଚ୍ଛ ଭାରତ ଅଭିଯାନ ଏବେ ୯ବର୍ଷରେ ପଦାର୍ପଣ କରିଛି । ଏହା ଏକ ଜନ ଆନ୍ଦୋଳନର ରୂପ ନେଇଛି । ଏହାର ପ୍ରଭାବ ମଧ୍ୟ ସ୍ପଷ୍ଟ ଅନୁଭୂତ ହେଉଛି । ସଫା ସୁତୁରା କ’ଣ ତାହା ଜାଣି ହୋଇଯାଉଛି । ଏବେ ସ୍ୱଚ୍ଛ ଭାରତ ଅଭିଯାନ ୨.୦ ଚାଲିଛି । ୨୦୨୬ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ ଦେଶରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ନୂଆ ଇତିହାସ ସ୍ୱଚ୍ଛ ଭାରତ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.