Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ଜାରି
ଆଜିର ଖବର

ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ଜାରି

October 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବିକାଶ ତଥା ଅଭିବୃଦ୍ଧି ସମ୍ପର୍କରେ କାମ କରିବ।

ହଳଦୀ ସମ୍ବନ୍ଧୀୟ ବିଷୟରେ ଏହି ବୋର୍ଡ ନେତୃତ୍ୱ ଭୂମିକା ନେବ। ଏହା ଦେଶରା ଜାତୀୟ ମସଲା ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି ହଳଦୀ ଓ ଏହାର ବିଭିନ୍ନ ସାମଗ୍ରୀର ବ୍ୟବହାର ତଥା ବିକ୍ରିବଟାକୁ ବଢାଇବାକୁ କାମ କରିବ।

ଏବେ ସମଗ୍ର ବିଶ୍ୱରେ ହଳଦୀର ବ୍ୟବହାର ଓ ଉପାଦେୟତା  ବଢାଇବାକୁ ପ୍ରଚୁର ସୁଯୋଗ ରହିଛି। ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେବା ସହିତ ପ୍ରାକୃତିକ ବ୍ୟାଧି ନିରୋଧକ ହଳଦୀର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ଆନ୍ତର୍ଜାତିକ ସ୍ତରରେ ହଳଦୀର ଗୁରୁତ୍ୱ ବଢିଛି। ତେଣୁ ଉଭୟ ଦେଶ ଓ ବିଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବ୍ୟବହାର ତଥା ଏ  ସଂକ୍ରାନ୍ତ ସଚେତନତା ବୃଦ୍ଧି ଦିଗରେ ଏହି ଜାତୀୟ ବୋର୍ଡ କାମ କରିବ । ଏହା ବିଦେଶରେ ହଳଦୀର ନୂଆ ବଜାର ସୃଷ୍ଟି କରି ଏହାର ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ୱ ଦେବ । ଏହା ଛଡା ହଳଦୀର ନୂଆ ଉତ୍ପାଦ ବିକଶିତ କରିବାକୁ ଏହି ବୋର୍ଡ  ଗବେଷଣାକୁ ପ୍ରୋତ୍ସାହିତ କରିବ । ହଳଦୀର ମୂଲ୍ୟ ମିଶ୍ରିତ ସାମଗ୍ରୀ ଉତ୍ପାଦନ ପାଇଁ ଆମର ଯେଉଁ ପାରମ୍ପରିକ ଜ୍ଞାନ କୌଶଳ ଅଛି ତାହାର ବିକାଶ କ୍ଷେତ୍ରରେର କାମ କରିବାକୁ ଏହି ବୋର୍ଡ ପଦକ୍ଷେପ ନେବ ।

ନିର୍ଦ୍ଦିଷ୍ଟ ଭାବେ ଏହି ବୋର୍ଡ ହଳଦୀ ଚାଷୀଙ୍କ ଦକ୍ଷତା ବିକାଶ ଓ ହଳଦୀର ଉତ୍ପାଦନ ବୃଦ୍ଧି ଉପରେ ସ୍ୱତନ୍ତ୍ର ଧ୍ୟାନ ହେବ । ମୂଲ୍ୟ ମିଶ୍ରଣ କରି ଚାଷୀ ହଳଦୀ ଓ ଏହାର ସାମଗ୍ରୀରୁ କିପରି ଅଧିକ ଆୟ କରିପାରିବେ  ସେ ବିଷୟରେ ବୋର୍ଡ କାମ କରିବ  । ସେହିଭଳି ହଳଦୀର ମାନ ଓ ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନ ଦେବ । ହଳଦୀର ଯେଉଁ ପ୍ରାକୃତିକ ଉପାଦେୟତା ରହିଛି ତାହାର ଲାଭ ସମଗ୍ର ମାନବ ସମାଜ ଯେପରି ପାଏ ସେ ଦିଗରେ ଏହି ବୋର୍ଡ କାମ କରିବ ।

ଜାତୀୟ ହଳଦୀ ବୋର୍ଡ ହଳଦୀ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ । ହଳଦୀ ଚାଷୀଙ୍କ ଆୟ ଓ ଉତ୍ପାଦନ ଯେପରି ବଢିବ ସେଥି ପାଇଁ ଏହା ଉତ୍ପାଦିତ ସାମଗ୍ରୀର ମୂଲ୍ୟ ମିଶ୍ରଣ ଓ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦେବ । ହଳଦୀ ଚାଷୀ ଚାଷ ଜମି ନିକଟରେ ଯେପରି ଉତ୍ତମ ପ୍ରକ୍ରିୟାକରଣ ସୁବିଧା ପାଇବେ ଓ ସେମାନଙ୍କ ଉତ୍ପାଦ ଗୁଣମାନ ଦୃଷ୍ଟିରୁ ଉତ୍କୃଷ୍ଟ ତଥା ରପ୍ତାନୀ ଉପଯୋଗୀ ହେବ ସେ ଦିଗରେ ବୋର୍ଡ ବିଭିନ୍ନ ପଦକ୍ଷେପ ନେବ । ଏହି ବୋର୍ଡ ହଳଦୀ ଓ ଏହାର ବିଭିନ୍ନ ଉତ୍ପାଦନର ଗବେଷଣା, ଉନ୍ନୟନ, ବଜାର ବିକାଶ , ବିକ୍ରିବଟା, ବ୍ୟବହାର ବୃଦ୍ଧି, ମୂଲ୍ୟ ମିଶ୍ରଣ, ବ୍ୟବସାୟ ତଥା ରପ୍ତାନୀ କ୍ଷେତ୍ରରେ କାମ କରିବ । ବିଶେଷକରି ବିଦେଶକୁ ଅଧିକ ପରିମାଣର ଉତ୍କୃଷ୍ଟ ହଳଦୀ ଏବଂ ହଳଦୀଜାତ ସାମଗ୍ରୀ ରପ୍ତାନୀ କରି ଭାରତ ତାହାର ଅଗ୍ରଣୀ ସ୍ଥିତିକୁ ଆହୁରି ଯେପରି ସୁଦୃଢ କରିପାରିବ ସେ ଦିଗରେ ଏହି ବୋର୍ଡ ଉଦ୍ୟମ ଜାରି ରଖିବ ।

ଏହି ବୋର୍ଡର ଜଣେ ଅଧ୍ୟକ୍ଷ ରହିବେ ଓ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ହେବେ । ଏହାର ସଦସ୍ୟଭାବେ ଆୟୁଷ, ଭେଷଜ, କୃଷି ଓ କୃଷକ କଲ୍ୟାଣ, ବାଣିଜ୍ୟ ଓ ଶିଳ୍ପ ବିଭାଗର ପ୍ରତିନିଧିମାନେ ନିଯୁକ୍ତି ପାଇବେ । ଏହି ସଭ୍ୟମାନେ ପାଳି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରୁ ବୋର୍ଡକୁ ମନୋନୀତ ହେବେ । ଆବଶ୍ୟକସ୍ଥଳେ ହଳଦୀ ଚାଷ, ଗବେଷଶା, ବ୍ୟବସାୟ ଓ ରପ୍ତାନୀ କ୍ଷେତ୍ରରେ ପ୍ରତିନିଧିମାନଙ୍କୁ ମଧ୍ୟ ବୋର୍ଡର ସଦସ୍ୟଭାବେ ଗ୍ରହଣ କରାଯିବ । ବୋର୍ଡର ସଚିବ ନିଯୁକ୍ତି କାର୍ଯ୍ୟ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ କରିବ ।

ଭାରତ ବିଶ୍ୱର ସର୍ବବୃହତ୍ ହଳଦୀ ଉତ୍ପାଦନକାରୀ ଦେଶ । ଦଳଦୀର ବ୍ୟବହାର ଓ ରପ୍ତାନୀରେ ମଧ୍ୟ ଭାରତ ବିଶ୍ୱରେ ଏକ ନମ୍ବର ।୨୦୨୨-୨୩ରେ ଭାରତରେ ୩.୨୪ ଲକ୍ଷ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲା । ସେ ବର୍ଷ  ଉତ୍ପାଦିତ ହଳଦୀର ପରିମାଣ ଥିଲା ୧୧. ୬୧ ଲକ୍ଷ ଟନ । ଏହା ବିଶ୍ୱର ମୋଟ ହଳଦୀ ଉତ୍ପାଦନର ୭୫ଭାଗରୁ ଅଧିକ । ଭାରତରେ ୩୦ପ୍ରକାରରୁ ଅଧିକ କିସମର ହଳଦୀ ଉତ୍ପାଦିତ ହୋଇଥାଏ । ଏହା ଦେଶର ୨୦ଟି ରାଜ୍ୟରେ ଚାଷ ହୁଏ । ମହାରାଷ୍ଟ୍ର, ତେଲଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ଅଧିକ ହଳଦୀ ଚାଷ ହୁଏ ।

ବିଶ୍ୱ ହଳଦୀ ବ୍ୟବସାୟରେ ଭାରତର ଅଂଶ ୬୨ ଶତାଂଶରୁ ଅଧିକ । ୨୦୨୨-୨୩ରେ  ୩୮୦ରୁ ଅଧିକ ରପ୍ତାନୀକାରୀ ଭାରତରୁ ୧.୫୩୪ ଲକ୍ଷ ଟନ ହଳଦୀ ରପ୍ତାନୀ କରିଥିଲେ । ଏହାର ମୂଲ୍ୟ ଥିଲା ୨୦୭.୪୫ ନିୟୁତ ଆମେରିକୀୟ ଡଲାର । ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଆମେରିକାର ଓ ମାଲେସିଆରେ ଭାରତୀୟ ହଳଦୀର ଚାହିଦା ଅଧିକ । ନବଗଠିତ ହଳଦୀ ବୋର୍ଡ ତାହାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ  କରି ୨୦୩୦ସୁଦ୍ଧା ଭାରତରୁ ଏକ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ହଳଦୀ ଓ ହଳଦୀଜାତ ସାମଗ୍ରୀ ରପ୍ତାନୀ କରିବାକୁ ଆଶା ରଖିଛି ।

ଜାତୀୟ ହଳଦୀ ବୋର୍ଡ ସରକାରୀ ବିଜ୍ଞପ୍ତି ହଳଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.