
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ଦ୍ୱି-ମାସିକ ମୁଦ୍ରା ସମୀକ୍ଷା ବୈଠକ (MPC ମିଟ୍) ବୁଧବାର ଠାରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍ ଶୁକ୍ରବାର ଦିନ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଗଭର୍ଣ୍ଣର ଘୋଷଣା କରିଛନ୍ତି। ଆର୍ବିଆଇ ରେପୋ ରେଟକୁ ୬.୫୦ ପ୍ରତିଶତରେ ବଜାୟ ରଖିଛି। ଏହାର ଅର୍ଥ ହେଉଛି ଆପଣଙ୍କର ଘର ଋଣ, କାର ଋଣ ଏବଂ ଅନ୍ୟାନ୍ୟ ଋଣ ଉପରେ EMI ରେ କୌଣସି ପରିବର୍ତ୍ତନ ହେବ ନାହିଁ।
ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏମପିସିର ସମସ୍ତ ୬ ଜଣ ସଦସ୍ୟ ସର୍ବସମ୍ମତି କ୍ରମେ ରେପୋ ରେଟକୁ ୬.୫ ପ୍ରତିଶତ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।