Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁଢା ରୁପରେ ଦର୍ଶନ ଦେଲେ ମା’ ଖିଲାମୁଣ୍ଡା: ବାଳମୁକୁଳି ପୀଠରୁ ପାଛୋଟି ଆଣିଲେ ରଣପୁର ରାଜା
ଆଜିର ଖବର

ବୁଢା ରୁପରେ ଦର୍ଶନ ଦେଲେ ମା’ ଖିଲାମୁଣ୍ଡା: ବାଳମୁକୁଳି ପୀଠରୁ ପାଛୋଟି ଆଣିଲେ ରଣପୁର ରାଜା

October 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ସଂରକ୍ଷିତ ଜଙ୍ଗଲ ବନ୍ଧମୁଣ୍ଡା ପଚଂୟତରେ ରାଅଁଳା ଗ୍ରାମର ନିଘଚଂ ବଣ ପାହାଡ ଘେରା ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା ଖିଲାମୁଣ୍ଡାଙ୍କ ୧୬ ଦିନର ଯାତ୍ରା ଆଜିଠୁ ଆରମ୍ବ ହୋଇଛି। ପ୍ରତିବର୍ଷ ମା ଆଶ୍ୱିନ ମାସ ଦ୍ୱିତୀୟ ଓଷା ଦିନରେ ୧୬ ଦିନ ପାଇଁ ମା ଖିଲାମୁଣ୍ଡା ରଣପୁର ରାଜବାଟିକୁ ଆସି ଦଶହରା ଦିନ ଫୁଣି ଫେରିଯିବେ। ଆଜି ସକାଳୁ ଖିଲାମୁଣ୍ଡା ପୀଠରେ ଭିଡ ଜମିଥିଲା। ଢୋଲ, ଘଂଟ, ହରିବୋଲ ହୁଳହୁଳିରେ ଏହି ପୀଠ ପ୍ରକମ୍ପିତ ହୋଇଥିଲା। ଚଳିତ ବର୍ଷ ମା ବୁଢା ରୁପରେ ଦର୍ଶନ ଦେଲେ ବୋଲି ଜଣାଇଛନ୍ତି। ଆଜି ମାଙ୍କ ଆଗମନରେ ହଜାର ହଜାର ଲୋକ ଦୁର୍ଗମ ପଥ ଅତିକ୍ରମ କରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମା’ଙ୍କ ପୀଠରେ ରୁଣ୍ଡ ହୋଇଥିଲେ। ରଣପୁର ରାଜାଙ୍କ ଅଗୋଚରରେ ସେଠାରେ ଥିବା ମନ୍ଦିର ଭଙ୍ଗାଯାଇ ପୁନଃ ନିର୍ମାଣ ପାଇଁ ଉଦ୍ୟମ କରାଯାଉଥିବାରୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯଦି ମନ୍ଦିର ନିର୍ମାଣ ପାଇଁ ପୂର୍ବ ମନ୍ଦିରକୁ ଭଙ୍ଗା ଯାଇଛି ତେବେ ମା’ଙ୍କ ଆସ୍ଥାନ ତଳେ ଏକ ୫ ଫୁଟ୍‌ର ଗର୍ତ କାହିଁକି କରାଯାଇଛି ବୋଲି ଭକ୍ତମାନେ ସେଠାରେ ଥିବା ବାବାଜି ଓ ମନ୍ଦିର ପରିଚାଳନା କମିଟିକୁ ପ୍ରଶ୍ନ କରିଥିଲେ।
ସୂଚନା ଥାଉ କି ଦୀର୍ଘ ୩୦୦ ବର୍ଷ ଧରି ମା ଖିଲାମୁଣ୍ଡା ରାଆଁଳା ରୁ ରଣପୁର ରାଜ ପ୍ରସାଦ କୁ ଆସୁଥିବା ଜଣାଯାଇଛି। ଆଜି ବିଧି ମୁତାବକ ପୂଜା ପାଠ ପରେ ମା ସବାର ହୋଇଥିଲେ। ପରେ ସେଠାରେ ରୁଣ୍ଡ ହୋଇଥିବା ଭକ୍ତ ମାନଙ୍କ ମଧ୍ୟରୁ କେତେକଙ୍କୁ ଡାକିଆଣି ହୁକୁମ୍ ଦେଇଥିଲେ। ଦୀର୍ଘସମୟ ଧରି ଭକ୍ତ ମାନଙ୍କର ହୁକୁମ୍ ଦେବାପରେ ଏକ ବିରାଟ ବାଉଁଶ ଦଣ୍ଡରେ ଝୁଲି ପଡିଥିଲେ। ମଧ୍ୟହ୍ନ ୧ ଟାରେ ରାଜ ପ୍ରସାଦ କର୍ମଚାରୀମାନେ ମା ଙ୍କୁ ରଣପୁର ଅଭିମୁଖେ ଯାତ୍ରା ଆରମ୍ବ କରିଥିଲେ।

ରଣପୁର ଠାରୁ ୨୫ କିମି ଦୂର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଣ ପାହାଡ ଘେରା ଦୂର୍ଗମ ଅଚଂଳରେ ଅପୂର୍ବ ପ୍ରାକୃତିକ ପରିବେଶରେ ମା ଖିଲାମୁଣ୍ଡା ପୂଜା ପାଆନ୍ତି। ପ୍ରତି ବର୍ଷ ୧୬ ଦିନ ପାଇଁ ରଣପୁର ରାଜ ପ୍ରସାଦ କୁ ମା ଆସନ୍ତି ଓ ପୂଜା ପାଆନ୍ତି। ଦ୍ୱିତୀୟା ଓଷା ପୂର୍ବ ଦିନ ସ୍ଥାନୀୟ ରାଜ ପ୍ରସାଦ କର୍ମ ଚାରି ମାନେ ରାଜବାଟି ପରିସରରେ ଥିବା ଏକ ବିରାଟ ବାଉଁଶ ଖଣ୍ଡ କୁ ରାଅଁଳ ଅଭି ମୁଖେ ନେଇଥାନ୍ତି। ଖିଲାମୁଣ୍ଡା ପୀଠକୁ ବାଉଁଶ ଖଣ୍ଡ ନେଇ ସେଠାରେ ପୂଜା ପାଠ କଲାପରେ କାଳେସୀ ସବାର ହୋଇଥାଏ। ପ୍ରଥମେ ଦେଶ ଓ ରାଜ୍ୟର ସାଂଫ୍ରତିକ ସ୍ଥିତି କିଭଳି ରହିବ ବୋଲି ମତ ନେଇଥାନ୍ତି। ଖିଲାମୁଣ୍ଡା ସେଠାରେ ବୁଢା ବୁଢୀ , ପୁଅ ପାତିଆକାର , ବୋହୁ ଗୁପତସିଂ ନାମରେ ରହିଥାନ୍ତି। ଯଦି ସେହି ବର୍ଷ ଠାକୁର ବୁଢା ବୁଢୀ ରୁପରେ ଦର୍ଶନ ଦେବେ ସେହି ବର୍ଷ ଭଲ ଫସଲ ହେବବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ମାବୁଢା ରୂପେ ଦର୍ଶନ ଦେଲେ ବୋଲି ଜଣାଯାଇଛି।

ଆଜି ରଣପୁର ଅଚଂଳରେ ଭକ୍ତ ମାନେ ନିଘଚଂ ମାଳ ଭିତରକୁ ଯାଇ ମା ଙ୍କ ମନ୍ଦିର ପାଖେ ରୁଣ୍ଡ ହୋଇଥିଲେ। ହରିବୋଲ , ହୁଳହୁଳିରେ ମା ଙ୍କ ମନ୍ଦିର ପରିସର ଏକ ଭକ୍ତମୟ ପରିବେଶ ସୃଷ୍ଟି ହୋଇଥିଲା। ମା ଜଙ୍ଗଲ ମଧ୍ୟରୁ ଆସୁଥିବାରୁ ସେହି ରାସ୍ଥାରେ ପଡୁଥିବା ଗ୍ରାମ ବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ପ୍ରତି ଛକ ସ୍ଥାନରେ ଗ୍ରାମ ବାସୀମାନେ ଧୁଆ ଲିପା କରିବା ସହ ମାଙ୍କ ପାଇଁ ଭୋଗ ଲଗାଇଥିବା ଦେଖିବାକୁ ମିଳିଛି। ଖିଲାମୁଣ୍ଡା ନୂଆଗାଁ ନିକଟସ୍ଥ ବାଳମୁକୁଳି ପୀଠରେ ପହଂଚିବା ପରେ ରଣପୁର ରାଜା ଦିଲିପ ଚନ୍ଦ୍ର ସିଂଦେଓ ସେଠାରେ ପୂଜା ପାଠ କରି ପଛୋଟି ଆଣିଥିଲେ। ସେହିପରି ରଣପୁର ଅଚଂଳରେ ହଜାର ହଜାର ମା ଙ୍କ ଭକ୍ତ ଉପବାସ ରେ ରହି ମା ଙ୍କ ଦର୍ଶନ କଲେ ଜଳ ଗ୍ରହଣ କରିବେ ବୋଲି ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ବିଧି ଅନୁଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ମହାପ୍ରସାଦ ମା ଖିଲାମୁଣ୍ଡା ଙ୍କୁ ଅର୍ପଣ କରାଯାଇଛି।

କିମ୍ବଦନ୍ତିରୁ ଜଣାଯାଏ ରଣପୁର ତତ୍‌କାଳୀନ ରାଜା ନାରାୟଣସିଂହ ନରେନ୍ଦ୍ର ଙ୍କ ରାଜତ୍ୱ କଲାବେଳେ (୧୬୭୫-୧୬୯୧) ମଧ୍ୟରେ ପୁରୀର ତତ୍କାଲିନ ଗଜପତି ରଣପୁର ଆକ୍ରମଣକରି ରାଜ୍ୟ ଅଧିକାର କଲେ। ଭୟରେ ଯୁବରାଜ ନାରାୟଣ ଶଙ୍ଖ ଯୋଡି ମାଳ ମଧ୍ୟରେ ଆତ୍ମ ଗୋପନ କରିଥିଲେ। ପୁରୀ ଗଜପତିଙ୍କ ଲୋକମାନେ ରଣପୁର ନିକଟସ୍ଥ ରାଜନଗଡରେ କ୍ୟମ୍ପ ପକାଇ ୭ ବର୍ଷ କାଳ ରଣପୁର ଶାସନ କରିଥିଲେ। ସାତ ବର୍ଷ ଧରି ରଣପୁର ରେ ଚାଲିଲା ଅତ୍ୟାଚାର ଲୁଣ୍ଠନ। ଏତିକିରେବି ଅତ୍ୟାଚାର ଓ ଲୁଣ୍ଠନ ସରିନଥିଲା।

ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ପ୍ରସିଦ୍ଧ ସିହଂ ୨ଟିକୁ ପୁରୀ ସ୍ଥାନାନ୍ତର କରିବାକୁ ଯୋଜନା କରି ବିଫଳ ହୋଇଥିଲେ ଗଜପତି ଙ୍କ ଲୋକମାନେ। ପୁରୀ ଗଜପତିଙ୍କ ଲୋକମାନ ଙ୍କ ଭୟରେ ଯୁବରାଜ ନାରାୟଣ ଶଙ୍ଖ ଯୋଡିରେ ଲୁଚି ରହିଲେ ଓ ସେଠାରେ ଅଧିବାସୀଙ୍କ ଠାରୁ ଖିଲାମୁଣ୍ଡା ଙ୍କ ମହିମା ବିଷୟରେ ଜାଣି ମା ଙ୍କ ଆଶ୍ରିତ ହେଲେ ପରେ ମା ଙ୍କ ପୂଜା ପାଠ କରି ସରଣାପ୍ନ ହେଲାପରେ ପୁରୀ ଗଜପତୀଙ୍କୁ ପରାସ୍ତ କରି ରଣପୁର ରାଜ୍ୟ ପୁଣି ଫେରିପାଇଥିଲେ। ସେହିଦିନଠାରୁ ଦୀର୍ଘ ୩୦୦ ବର୍ଷ ରୁ ଉଦ୍ଧ ଧରି ପ୍ରତିବର୍ଷ ମା ୧୬ ଦିନ ପଇଁ ରାଜପ୍ରସାଦରେ ଦର୍ଷନ ଦେଉଥିବା ଜଣାଯାଇଛି। ଆଜି ଠାରୁ ମା ରାଜପ୍ରଶାଦରେ ଦର୍ଶନ ଦେବେ ବୋଲି ଜଣାଯାଇଛି।

DurgaPuja ମା' ଖିଲାମୁଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମୟୀ କହିଲେ- ଦିଲ୍ଲୀ ରେ ଡିଲ୍ କରିଦେଲେ କହ୍ନେଇ, କର୍ମୀ ବସିଛନ୍ତି ଅନାଇ…ରାଜନୀତିରେ ହଇଚଇ

October 11, 2025

ଏବେ ସି ଜିନପିଙ୍ଗଙ୍କ ଉପରେ ଟ୍ରମ୍ପଙ୍କ କ୍ରୋଧ!: ଚୀନ୍ ଉତ୍ପାଦ ଉପରେ ଲାଗୁ କଲେ ୧୦୦% ଶୁଳ୍କ

October 11, 2025

ନୂଆପଡା ଉପନିର୍ବାଚନ: ବିଜେଡି ଛାଡି ବିଜେପିରେ ମିଶିବେ ଜୟ ଢୋଲକିଆ !!!!!

October 11, 2025

ପାଖେଇଲା ଦୀପାବଳି, ଦୟାକରି ଏହି ସାତୋଟି କଥା ଉପରେ ଧ୍ୟାନ ରଖନ୍ତୁ

October 11, 2025
Latest News

ବିହାର ନିର୍ବାଚନ: ଆସନ ବଣ୍ଟନକୁ ନେଇ ଦ୍ଵନ୍ଦ୍ଵ, କଂଗ୍ରେସକୁ ୫୦ ଆସନ ଦେବାକୁ ପ୍ରସ୍ତୁତ ଲାଲୁ ଯାଦବ

October 11, 2025

ଶ୍ରୀମୟୀ କହିଲେ- ଦିଲ୍ଲୀ ରେ ଡିଲ୍ କରିଦେଲେ କହ୍ନେଇ, କର୍ମୀ ବସିଛନ୍ତି ଅନାଇ…ରାଜନୀତିରେ ହଇଚଇ

October 11, 2025

ଏବେ ସି ଜିନପିଙ୍ଗଙ୍କ ଉପରେ ଟ୍ରମ୍ପଙ୍କ କ୍ରୋଧ!: ଚୀନ୍ ଉତ୍ପାଦ ଉପରେ ଲାଗୁ କଲେ ୧୦୦% ଶୁଳ୍କ

October 11, 2025

ନୂଆପଡା ଉପନିର୍ବାଚନ: ବିଜେଡି ଛାଡି ବିଜେପିରେ ମିଶିବେ ଜୟ ଢୋଲକିଆ !!!!!

October 11, 2025

‘ଏୟାର ଇଣ୍ଡିଆର ବୋଇଂ 787 ବିମାନ ବନ୍ଦ କର,’ ସରକାରଙ୍କୁ ଚିଠି ଲେଖିଲା ପାଇଲଟ୍ ସଂଘ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.