Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଆଲୋଏଣ୍ଡୋସ୍କୋପି ମାଧ୍ୟମରେ ଲାଳଗ୍ରନ୍ଥିରେ ଥିବା ବ୍ୟାଧିର ଚିକିତ୍ସା କଲେ ସମ୍ମମ୍ ସର୍ଜନ
ଆଜିର ଖବର

ସିଆଲୋଏଣ୍ଡୋସ୍କୋପି ମାଧ୍ୟମରେ ଲାଳଗ୍ରନ୍ଥିରେ ଥିବା ବ୍ୟାଧିର ଚିକିତ୍ସା କଲେ ସମ୍ମମ୍ ସର୍ଜନ

October 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସିଆଲୋଏଣ୍ଡୋସ୍କୋପି ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରକ୍ରିୟା ତାହା ମାଧ୍ୟମରେ ଜଣେ ଯୁବକଙ୍କର ଲାଳଗ୍ରନ୍ଥିରେ ସମସ୍ୟାର ପରୀକ୍ଷଣ ଓ ଚିକିତ୍ସା କରି ତାଙ୍କର ସବ୍‌ମାଣ୍ଡିବୁଲାର ଡକ୍ଟରୁ୨୭ଟି ପଥର କାଢ଼ିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍।

୧.୩ ମିଲିମିଟର ପରିମାପର ଏକ ଅତି ଛୋଟ ଏଣ୍ଡୋସ୍କୋପ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିବା ବେଳେ ଲାଳଗ୍ରନ୍ଥି ବାଟ ଦେଇ ସିଧା ସଳଖ ପଥର ଥିବା ସ୍ଥାନରେ ଏହି ଏଣ୍ଡୋସ୍କୋପ୍‌କୁ ପ୍ର୍ରବେଶ କରାଯାଇଥିଲା ବୋଲି ଏହି ଅସ୍ତ୍ରୋପଚାର କରିଥିବା ସମ୍ମମ୍‌ର ଇଏନ୍‌ଟି ଓ ସ୍କଲବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ଗ୍ରନ୍ଥିଟି ପୁଣି କାର୍ଯ୍ୟକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି।

ଲାଳଗ୍ରନ୍ଥିରେ ଥିବା ବିଭିନ୍ନ ସମସ୍ୟାର ଚିକିତ୍ସା ଓ ଅସ୍ତ୍ରୋପଚାର ନିମନ୍ତେ ଓଡିଶାରେ ପ୍ରଥମ ଥର ପାଇଁ ସମ୍ମମ୍‌ରେ ୨୦୨୧ ଅଗଷ୍ଟ ମାସରେ ସିଆଲୋଏଣ୍ଡୋସ୍କୋପି ପଦ୍ଧତି ଆରମ୍ଭ କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ଅନେକ ଚିକିତ୍ସା କେନ୍ଦ୍ରରେ ଲାଳଗ୍ରନ୍ଥିରେ ପଥର ଭଳି ସମସ୍ୟା ଦେଖାଦେଲେ ରୋଗୀର ସଂପୂର୍ଣ୍ଣ ଗ୍ରନ୍ଥିଟିକୁ କାଢ଼ି ଦିଆଯାଏ ଯାହା ଫଳରେ ବେକରେ ଏକ ବଡ଼ ଦାଗ ସୃଷ୍ଟି ହୋଇଥାଏ । ତେବେ ସମ୍ମମ୍‌ରେ ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବିଭିନ୍ନ ବୟସର ଅନେକ ରୋଗୀ ଏହି ଚିକିତ୍ସାର ସୁବିଧା ଉଠାଇ ପାରୁଛନ୍ତି ଏବଂ ଏହା ଦ୍ୱାରା ରୋଗୀର ଲାଳଗ୍ରନ୍ଥିକୁ ସୁରକ୍ଷିତ ରଖାଯାଇପାରୁଛି ବୋଲି ସେ କହିଛନ୍ତି ।

ଦୁଇ ବର୍ଷ ମଧ୍ୟରେ ସମ୍ମମ୍‌ରେ ସିଆଲୋଏଣ୍ଡୋସ୍କୋପି ପଦ୍ଧତି ଆରମ୍ଭ ହେବା ଯୋଗୁଁ ପୂର୍ବ ଭାରତ ସମେତ ଅନ୍ୟ ଦେଶର ମଧ୍ୟ ଅନେକ ରୋଗୀ ଏହି ଚିକିତ୍ସା ନିମନ୍ତେ ଆସୁଛନ୍ତି ୟୁଏଇ, ନ୍ୟୁଜିଲାଣ୍ଡ, ନାଇଜେରିଆ ଏବଂ ଓମାନ୍‌ରେ ବାସ କରୁଥିବା ଅନେକ ପ୍ରବାସୀ ଭାରତୀୟ ଏହି ଚିକିତ୍ସା ନିମନ୍ତେ ଏହି ହସ୍ପିଟାଲକୁ ଆସିଥିବା ଡାକ୍ତର ସାହୁ କହିଛନ୍ତି ।

ସିଆଲୋଏଣ୍ଡୋସ୍କୋପି ଭଳି ପ୍ରକ୍ରିୟା ବ୍ୟବହାର ଦ୍ୱାରା ସିଆଲାଡେଂଟିସ୍ , ସିଆଲୋଥିଆସିସ୍ ଏବଂ ଲାଳଗ୍ରନ୍ଥିର ଅନ୍ୟାନ୍ୟ ଅବରୋଧକାରୀ ସମସ୍ୟାର ପରୀକ୍ଷଣ, ଚିକିତ୍ସା ଏବଂ ସର୍ଜରୀ ପରବର୍ତୀ ଚିକିତ୍ସା ସମ୍ଭବ ହୋଇପାରୁଛି ବୋଲି ଡାକ୍ତର ସାହୁ କହିଛନ୍ତି ।

ରୋଗୀଙ୍କ ସମ୍ପର୍କରେ ସଂପୂର୍ଣ୍ଣ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ଯୁବକ ଜଣକ ତାଙ୍କର ବାମ ପଟ ସବ୍‌ମାଣ୍ଡିବୁଲାର ଗ୍ରନ୍ଥିଟି ବାରମ୍ବାର ଫୁଲିବାର ଅଭିଯୋଗ ନେଇ ହସ୍ପିଟାଲ୍‌କୁ ଆସିଥିଲେ । ରୋଗୀଙ୍କୁ ମୁଖ୍ୟ ସମସ୍ୟା ଥିଲା ସେ ଯେତେବେଳେ କୌଣସି ମସଲାଯୁକ୍ତ ଖାଦ୍ୟ ଖାଉଥିଲେ ତାଙ୍କର ଗ୍ରନ୍ଥିଟି ଫୁଲିଯାଉଥିଲା ଏବଂ କିଛି ଘଂଟା ମଧ୍ୟରେ ଅପସରି ମଧ୍ୟ ଯାଉଥିଲା । ତେବେ ଏଥିରେ କୌଣସି ଯନ୍ତ୍ରଣା ନଥିଲା । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ସବ୍‌ମାଣ୍ଡିବୁଲାର ଡକ୍ଟରେ ଅନେକ ଗୁଡ଼ିଏ ପଥର ଥିବା ଜଣାପଡ଼ିଥିଲା ।

ସିଆଲୋଏଣ୍ଡୋସ୍କୋପି ଦ୍ୱାରା ଲେଜର୍ ଡର୍ମିଆ ବାସ୍କେଟ ପ୍ରକ୍ରିୟାରେ ୨୭ଟି ପଥର ବାହାର କରାଯାଇଛି ବୋଲି ଡାକ୍ତର ସାହୁ କହିଛନ୍ତି ।

ସମ୍ମମ୍ ସର୍ଜନ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026
Latest News

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.