Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ପ୍ରକୃତ ରଙ୍ଗକୁ ଫେରି ଆସିଲେ କେଏଲ …’: ରାହୁଲଙ୍କ ପ୍ରଶଂସା ଗାନ କଲେ ଅନିଲ କୁମ୍ବଲେ
ଆଜିର ଖବର

‘ପ୍ରକୃତ ରଙ୍ଗକୁ ଫେରି ଆସିଲେ କେଏଲ …’: ରାହୁଲଙ୍କ ପ୍ରଶଂସା ଗାନ କଲେ ଅନିଲ କୁମ୍ବଲେ

October 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେଏଲ ରାହୁଲ
କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଜିତିବାରେ ଭାରତକୁ ସାହାଯ୍ୟ କରିବାରେ କେ.ଏଲ୍ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାହୁଲ ବିରାଟ କୋହଲିଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୬୫ ରନ୍ ଭାଗିଦାରୀ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ସେ ଗୋଟିଏ ଛକା ମାରି ମ୍ୟାଚ ଶେଷ କରିଥିଲେ। ଏହି ସମୟରେ ସେ ୮ ଟି ଚୌକା ଓ ୨ ଟି ଛକା ସହାୟତାରେ ୯୭* (୧୧୫) ରନର ଅପରାଜିତ ଇନିଂସ ଖେଳିଥିଲେ। ରାହୁଲଙ୍କ ଏହି ଇନିଂସ ଦେଖି ପୂର୍ବତନ ଭାରତୀୟ ଭେଟେରାନ ସ୍ପିନର ଅନିଲ କୁମ୍ବଲେ ତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ପ୍ରକୃତ ରଙ୍ଗକୁ ଫେରିଛନ୍ତି।

‘ESPNcricinfo’ କୁ ଅନିଲ କୁମ୍ବଲେ କହିଛନ୍ତି ଯେ, “ଲାଗୁଛି ଯେ କେ.ଏଲ୍ ରାହୁଲ ତାଙ୍କ ପ୍ରକୃତ ରଙ୍ଗକୁ ଫେରି ଆସିଛନ୍ତି ଏବଂ ଆମେ ଜାଣୁ ସେ ପଡ଼ିଆରେ କଣ କରିପାରିବେ। ତାଙ୍କର କୌଶଳ ଯେକୌଣସି ପିଚରେ ସ୍ପିନ୍ ହେଉ ବା ଦ୍ରୁତ ବୋଲିଂ, ସବୁ ବୋଲରଙ୍କୁ ଖେଳିବାର କ୍ଷମତା ଅଛି। ତାଙ୍କର ସ୍ଥିରତା ଆଶ୍ଚର୍ଯ୍ୟଜନକ ଅଟେ।”

କୁମ୍ବଲେ ଆହୁରି କହିଛନ୍ତି ଯେ, ରାହୁଲ ତାଙ୍କ ଭୂମିକାକୁ ବହୁତ ଭଲ ଭାବରେ ବୁଝନ୍ତି। “ସେ ତାଙ୍କ ଚରିତ୍ରକୁ ଭଲଭାବେ ଜାଣିଛନ୍ତି। ସ୍ପିନ୍ ଖେଳିବାର ତାଙ୍କର ଉତ୍ତମ ଦକ୍ଷତା ଅଛି। ଏହା ଏକ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ ଆପଣ ଆବଶ୍ୟକ କରନ୍ତି। କେଏଲ ରାହୁଲ, ବିରାଟ କୋହଲି ଏବଂ ଅନ୍ୟ ବ୍ୟାଟ୍ସମ୍ୟାନ ବଲକୁ ଭଲ ମାରିବା କ୍ଷମତା ରଖିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହା ଏମିତି କିଛି, ଯାହା କେଏଲ ଭଲ ଭାବରେ ପ୍ରଦର୍ଶନ କରିଛନ୍ତି। ଏହା ଦଳ ପାଇଁ ଅନେକ ସମସ୍ୟା ଦୂର କରିଥାଏ। ସେ ସେହି ପରିସ୍ଥିତିରେ ଯେଉଁ ଅଭିଜ୍ଞତା ଆଣିଛନ୍ତି ଏବଂ ଶେଷ ପର୍ଯ୍ୟନ୍ତ ପିଚରେ ରହିବା ଭାରତ ପାଇଁ ଏକ ଭଲ ସଙ୍କେତ ଅଟେ। ”

ପ୍ରକାଶ ଯୋଗ୍ୟ ଯେ, ରାହୁଲ ୨୦୨୩ ରେ ଏପର୍ଯ୍ୟନ୍ତ ୧୩ ଟି ODI ଇନିଂସରେ ବ୍ୟାଟିଂ କରିଛନ୍ତି, ଯେଉଁଥିରେ ସେ ୭୮.୫୦ ହାରରେ ୬୨୮ ରନ୍ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୧ ଟି ଶତକ ଏବଂ ୫ ଅର୍ଦ୍ଧଶତକ ହାସଲ କରିଛନ୍ତି।

anil kumble cricket kl rahul worldcup-2023 ଦିନିକିଆ ବିଶ୍ୱକପ୍
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

July 9, 2026

ଓଏଫଏସଡିଏସ୍‌ର ୩୮ତମ ପରିଚାଳନା ପରିଷଦ ବୈଠକ

July 9, 2026

Bhubaneswar Declaration: ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ ଉପରେ ଦୁଇଦିନିଆ କର୍ମଶାଳା 

July 9, 2026

ସପ୍ତାହକୁ ତିନି ଦିନ ପରିବର୍ତ୍ତେ ଦୈନିକ ସେବା ଯୋଗାଇବ ସୁରଟ-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ

July 9, 2026
Latest News

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

July 9, 2026

ଓଏଫଏସଡିଏସ୍‌ର ୩୮ତମ ପରିଚାଳନା ପରିଷଦ ବୈଠକ

July 9, 2026

Bhubaneswar Declaration: ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ ଉପରେ ଦୁଇଦିନିଆ କର୍ମଶାଳା 

July 9, 2026

ସପ୍ତାହକୁ ତିନି ଦିନ ପରିବର୍ତ୍ତେ ଦୈନିକ ସେବା ଯୋଗାଇବ ସୁରଟ-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ

July 9, 2026

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.