Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରସନ୍ନ ନା ରୋହିତ?, କିଏ ହେବ ରେଢାଖୋଲରେ ବିଜେଡିର ବିଧାୟକ ପ୍ରାର୍ଥୀ
ଆଜିର ଖବର

ପ୍ରସନ୍ନ ନା ରୋହିତ?, କିଏ ହେବ ରେଢାଖୋଲରେ ବିଜେଡିର ବିଧାୟକ ପ୍ରାର୍ଥୀ

October 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଆଗକୁ ରାଜ୍ୟର ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ତାରିଖ ଜଣା ପଡି ନ ଥିଲେ ମଧ୍ୟ ୫ ରୁ ୬ ମାସ ମଧ୍ୟରେ ନିର୍ବାଚନ ହେବା ପକ୍କା। ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ର ଆଶାୟୀ ପ୍ରାର୍ଥିମାନେ ରେଢାଖୋଲକୁ ଅକ୍ତିଆର କରିବାକୁ ବସିଲେଣି। ଏପରିକି ଭୋଟରଙ୍କ ଅତି ନିକଟତର ହେବାକୁ ଲାଗି ପଡିଛନ୍ତି। ଯେଉଁ ନେତାମାନେ ଲୋକଙ୍କ ଦୁଃଖ ବେଳେ ପଛଘୁଂଚା ଦେଇଥାନ୍ତି ଏବେ ପୁଣି ୫ ବର୍ଷ ପରେ ଭୋଟରଙ୍କ ଦୁଃଖ ସୁଖରେ ସାଥୀ ହେବାକୁ ଲାଗି କସରତ ଚଳାଇଛନ୍ତି।

ଏଇ କିଛି ଦିନ ହେଲା ବିଜେଡିର ବିଧାୟକ ଇଂ ରୋହିତ ପୂଝାରୀ ଓ ପୂର୍ବତନ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରେଢାଖୋଲକୁ ତୋଫାନୀ ଗସ୍ତ କରି ବିଭିନ୍ନ ସମୟରେ ବିଭିନ୍ନ କୋଠା ର ଶୁଭ ଉଦଘାଟନ ସହ ଭୂମି ପୂଜନ ଶିଳାନ୍ୟାସ କରିବାରେ ଲାଗି ପଡିଛନ୍ତି। ଏପରିକି ଅକ୍ଟୋବର ୨ ତାରିଖରୁ ବିଧାୟକ ବିଭିନ୍ନ ସ୍ଥାନରେ ପଦଯାତ୍ରା ମଧ୍ୟ କରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ଙ୍କ କର୍ମି ମାନେ ବିଧାୟକ ରୋହିତ ପୂଝାରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନ ଥିବା ବେଳେ ବିଧାୟକ ରୋହିତ ପୂଝାରୀଙ୍କ କର୍ମୀ ମାନେ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନ ଥିବାରୁ ରେଢାଖୋଲରେ ଚର୍ଚ୍ଚା ଲାଗି ରହିଛି। ଉଭୟ ନେତା ରେଢାଖୋଲରେ ଆଗାମୀ ନିର୍ବାଚନରେ ଟିକେଟ ପାଇ ଜିତିବାକୁ ପ୍ରୟାସ ଜାରି ରଖିଛନ୍ତି।

ହେଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ବିଜେଡି ଟିକେଟ ଦେଉଛନ୍ତି, ତାହା ଦେଖିବା ବାକି ରହିଲା। ଉଭୟ ନେତା ଟିକେଟ୍ ପାଇବାକୁ ଆଶାୟୀ ଥିବା ବେଳେ ସେ ପଟେ ରେଢାଖୋଲ ମାଟିର ସୁଯୋଗ୍ୟ ସନ୍ତାନ ପୂର୍ବତନ ଜିଲ୍ଲାପାଳ ପ୍ରମୋଦ ବେହେରା ବିଜେଡି ଦଳ ପକ୍ଷରୁ ଟିକେଟ ପାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରେଢାଖୋଲର ବ୍ଲକ୍ ଚେୟାରମେନ୍ ପ୍ରଦୀପ ପ୍ରଧାନ ମଧ୍ୟ ବିଜେଡି ଦଳରୁ ଟିକେଟ୍ ପାଇବାକୁ ଦାବିଦାର ଅଟନ୍ତି। ସମ୍ବଲପୁରର ଯୁବ ନେତା ସଂଚିତ ମହାନ୍ତି ମଧ୍ୟ ବିଜେଡି ଦଳର ଟିକେଟ୍ ପାଇବା ପାଇଁ ରେଢାଖୋଲ ଉପରେ ଆଖି ରଖିଛନ୍ତି।

ସେପଟେ ଦେଖିବାକୁ ଗଲେ ୨୦୦୯ ନିର୍ବାଚନରେ ରେଢାଖୋଲ ମାଟିର ନାରୀ ନେତ୍ରୀ ଗୀତାଞଳି ପ୍ରଧାନ ବିଜେଡି ଦଳ ପକ୍ଷରୁ ଟିକେଟ୍ ପାଇଥିବା ବେଳେ ରେଢାଖୋଲ ଅଂଚଳର କିଛି ନେତା ଏହାର ବିରୋଧ କରି ବରଗଡ ରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେବାକୁ ଅଡି ବସିବାରୁ ଗୀତାଞଳୀ ପ୍ରଧାନଙ୍କ ଟିକେଟ୍ କୁ ମାନ୍ୟବର ସୁପ୍ରିମୋ କାଟିଦେଇ ପ୍ରସନ୍ନ ଆଚାର୍ଯଙ୍କୁ ପ୍ରଦାନ କରିଥିଲେ। ସ୍ୱାଧୀନ ପ୍ରାର୍ଥୀ ଭାରେ ଗୀତାଞଳି ପ୍ରଧାନ ନିର୍ବାଚନରେ ଲଢିଥିଲେ। ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ବହୁ ଭୋଟ ବ୍ୟବଧାନରେ ଜୟଲାଭ କରିଥିଲେ। ସ୍ଥାନୀୟ ନେତା ମାନଙ୍କ ଟଙ୍କା ଲୋଭ ଯୋଗୁଁ ରେଢାଖୋଲ ମାଟିରୁ ଭଲ ନେତାଟିଏ ବିଧାୟକ ପାଇଁ ଲଢୁ ନ ଥିବା ଜଣା ପଡୁଛି।

୧୯୯୦ ରୁ ଆଜି ଯାଏ ଦେଖିବାକୁ ଗଲେ ଜନତା ଦଳର ବସନ୍ତ ମହାନନ୍ଦ (ଜନତା ଦଳ), ଅଭିମନ୍ୟୁ କୁମାର (କଂଗ୍ରେସ) ୧୯୯୫, ଦୁର୍ଯ୍ୟୋଧନ ସୋହେଲା (ବିଜୁ ଜନତା ଦଳ) ୨୦୦୦, ବିଧାୟକ ସୋହେଲାଙ୍କ ମୃତ୍ୟୁ ଯୋଗୁଁ ସନାତନ ବିଶି (ବିଜୁ ଜନତା ଦଳ) ୨୦୦୦ରେ ବିଜୟୀ, ସନାତନ ବିଶି (ବିଜୁ ଜନତା ଦଳ) ୨୦୦୪, ପ୍ରସନ୍ନ ଆଚାର୍ଯ୍ୟ (ବିଜୁ ଜନତା ଦଳ) ୨୦୦୯ , ଇଂ ରୋହିତ ପୂଜାରୀ (ବିଜୁ ଜନତା ଦଳ) ୨୦୧୪ , ରୋହିତ ପୂଜାରୀ (ବିଜୁ ଜନତା ଦଳ, ୨୦୧୯) ବିଜୟ ଲାଭ କରିଛନ୍ତି।

ସ୍ୱର୍ଗତ ବସନ୍ତ ମହାନନ୍ଦ ରେଢାଖୋଲ ମାଟିର ବରପୂତ୍ର ହୋଇଥିବା ବେଳେ ସମସ୍ତ ବିଧାୟକ ସମ୍ବଲପୁର ଓ ବରଗଡ ଜିଲ୍ଲାର। ରେଢାଖୋଲର ନେତାମାନଙ୍କର ସରଳତାର ସୁଯୋଗ ପାଇଁ ହିଁ ଆଜି ରେଢାଖୋଲ ବାସୀ ରେଢାଖୋଲ ନିର୍ବାଚନ ମଣ୍ଡଳୀର ବାହାର ବିଧାୟକ ହୋଇଛନ୍ତି। ଦୁର୍ଯ୍ୟୋଧନ ସୋହେଲା ମାନେଶ୍ୱର ଅଂଚଳର। ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ମାନେଶ୍ୱର ବ୍ଲକ୍ ର ଦେଓଗାଁ , ଡକରା, ଧମା, ହୁମା, ବରଗାଁ, ସାହାସପୁର ଏବଂ ବାଦୁଆପାଲି ଗ୍ରାମପଂଚାୟତ ରହିଛି।

ଏପଟେ ଦେଖିବାକୁ ଗଲେ ରେଢାଖୋଲରେ ବିଭିନ୍ନ ପ୍ରକଳ୍ପପାଇଁ ବହୁ ଟଙ୍କା ବର୍ଷା କରୁଛନ୍ତି ଦୁଇ ନେତା। ପ୍ରସନ୍ନ ଆଚାର୍ଯ୍ୟ ବିଧାୟକ ରୋହିତ ପୂଝାରୀଙ୍କୁ ବିଭିନ୍ନ ସଭା ସମିତିରେ କଟାକ୍ଷ କରୁଥିବା ବେଳେ ରୋହିତ ପୂଝାରୀ ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛାଡୁ ନ ଥିବା ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି। ଗଣମାଧ୍ୟମରେ ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଦୁଇ ନେତା ଉଭୟେ ଉଭୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ

November 18, 2025

ନୂଆ ଡିଜାଇନ୍ ଏବଂ ତିନୋଟି ପାୱାରଟ୍ରେନ୍ ବିକଳ୍ପ ସହିତ ଲଞ୍ଚ ହେବ ଟାଟା ସିଏରା, ଜାଣନ୍ତୁ କେବେ?

November 18, 2025

Global Big Cats Summit: ଭାରତରେ ଆୟୋଜିତ ହେବ ଏହି ଜଳବାୟୁ ପରିବର୍ତ୍ତନ ବିଶ୍ବ ସମ୍ମିଳନୀ

November 18, 2025

ଇ-ଜାଗୃତି ୨୦୨୫: ଗ୍ରାହକ ନ୍ୟାୟରେ ନୂଆ ମାଇଲ୍‌ଖୁଣ୍ଟ

November 18, 2025
Latest News

ଆଜି ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

ନୂଆ ଡିଜାଇନ୍ ଏବଂ ତିନୋଟି ପାୱାରଟ୍ରେନ୍ ବିକଳ୍ପ ସହିତ ଲଞ୍ଚ ହେବ ଟାଟା ସିଏରା, ଜାଣନ୍ତୁ କେବେ?

November 18, 2025

Global Big Cats Summit: ଭାରତରେ ଆୟୋଜିତ ହେବ ଏହି ଜଳବାୟୁ ପରିବର୍ତ୍ତନ ବିଶ୍ବ ସମ୍ମିଳନୀ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.