
ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନ ଆତ୍ମସମର୍ପଣ କରିଛି। ବ୍ୟାଟ୍ସମ୍ୟାନ୍ ଙ୍କୁ ସହାୟକ ଦେଉଥିବା ଏହି ପିଚ୍ରେ ଭାରତୀୟ ବୋଲରମାନେ ସଠିକ୍ ଲାଇନ୍ ରେ ବୋଲିଂ କରି ପୁରା ପାକିସ୍ତାନୀ ଦଳକୁ ୧୯୧ ରନ୍ ରେ ବାନ୍ଧି ରଖିଛି। ବାବର ଆଜମ ପାକିସ୍ତାନ ପାଇଁ ସର୍ବାଧିକ ୫୦ ରନ୍ ସଂଗ୍ରହ କରିଥିଲେ। ଯେଉଁଠାରେ ରିଜୱାନ୍ ୪୯ ରନ୍ ର ଏକ ଇନିଂସ ଖେଳିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ବ୍ୟାଟିଂରେ ବିଫଳଟ୍ ହୋଇଥିଲେ। ପାକିସ୍ତାନ ମାତ୍ର ୩୬ ରନ୍ ପାଇଁ ଶେଷ ଆଠଟି ୱିକେଟ୍ ହରାଇଥିଲା। ଭାରତ ପାଇଁ ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।