Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଯୋଗ ଦେଇଥିବା ଛାତ୍ର ସୌମ୍ୟ ଓ ଛାତ୍ରୀ ଖୁସୁବୁଙ୍କୁ ସମ୍ବର୍ଦ୍ଧନା
ଆଜିର ଖବର

ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଯୋଗ ଦେଇଥିବା ଛାତ୍ର ସୌମ୍ୟ ଓ ଛାତ୍ରୀ ଖୁସୁବୁଙ୍କୁ ସମ୍ବର୍ଦ୍ଧନା

October 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜାତୀୟ ସ୍ତରରେ ପୁରସ୍କୃତ ହେଲେ କଳାହାଣ୍ଡି ପୁଅ। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇ ତିନିଦିନ ଧରି ଚାଲିଥିବା ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋକୁଳେଶ୍ଵର୍ ର ଛାତ୍ର ସୌମ୍ୟ ରଂଜନ ସିଂହ କୃତିତ୍ୱ ହାସଲ କରି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଡ. ଜିତେନ୍ଦ୍ର ସିଂହ, ମାନ୍ୟବର ରାଜ୍ୟ ମନ୍ତ୍ରୀ (ସ୍ଵାଧୀନ), ବିଜ୍ଞାନ ଓ କାରିଗରୀ ମନ୍ତ୍ରାଳୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି।

ପ୍ରକାଶ ଥାଉ କି ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ମନୋନୀତ ହୋଇ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିଲେ। ୨୭ଟି ପ୍ରକଳ୍ପ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଦୁଇଟି ପ୍ରକଳ୍ପ ଯଥା ଗୋକୁଳେଶ୍ଵର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗଦିଶ ପଧାନଙ୍କ ମାର୍ଗଦର୍ଶନ ରେ ଛାତ୍ର ସୌମ୍ୟ ରଞ୍ଜନ ସିଂହଙ୍କ ଦ୍ଵାରା ପ୍ରସ୍ତୁତ ” ନିରାପଦ ସିଲେଇ” ପ୍ରକଳ୍ପ ଓ ରାଜୀବ ଜୀ ଉଚ୍ଚ ବିଦ୍ୟାଳୟ ଗାଇଗାଁ ର ବିଜ୍ଞାନ ଶିକ୍ଷୟତ୍ରୀ ଖିରୋଦ୍ରି ସାହାଙ୍କ ମାର୍ଗଦର୍ଶନରେ ଛାତ୍ରୀ ଖୁସବୁ ସାହୁ ଙ୍କ ଦ୍ଵାରା ପ୍ରସ୍ତୁତ ” ମଲ୍ଟି ପର୍ପସ ହ୍ୱିଳ୍ ଚେଆର” ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଥିଲା। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରଦର୍ଶିତ ସମୁଦାୟ ୭୪୧ ଟି ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଉତ୍କୃଷ୍ଟ ୬୦ଟି ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା। ତନ୍ମଧ୍ୟରୁ ଓଡ଼ିଶାର ୫ଟି ପ୍ରକଳ୍ପ ଶ୍ରେଷ୍ଠ ତାଲିକା ରେ ରହିଥିଲା ବେଳେ କଳାହାଣ୍ଡିର ସୌମ୍ୟ ରଂଜନ ସିଂହ ଙ୍କ ‘ନିରାପଦ ସିଲେଇ’ ପ୍ରକଳ୍ପଟି ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହେବା ସଂଗେସଂଗେ ଜାପାନ ରେ ଆୟୋଜନ ହେବାକୁ ଥିବା ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ ପାଇଁ ମନୋନୀତ ହୋଇଛି।

ଏହି ବିରାଟ ସଫଳତା ପାଇଁ କେସିଙ୍ଗା ତଥା ସମଗ୍ର କଳାହାଣ୍ଡି ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି। ଆଜି ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀଙ୍କ ସହ ଛାତ୍ର ସୌମ୍ୟ ରଂଜନ ସିଂହ ଓ ଛାତ୍ରୀ ଖୁସବୁ ସାହୁ ଭବାନୀପାଟଣା ରେଳ ଷ୍ଟେସନଠାରେ ପହଞ୍ଚିବା କ୍ଷଣି ତାଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ ଲାଲ୍ ଦୂବେ ରେଳ ଷ୍ଟେସନ ଠାରେ ଉପସ୍ଥିତ ରହି କଳାହାଣ୍ଡି ଟିମ କୁ ସ୍ବାଗତ କରିଥିଲେ। ଏହି ଟିମରେ ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ ଜଗଦିଶ ପଧାନ, ଜ୍ଞାନରଞ୍ଜନ ପାତ୍ର, ଜୟଦେବ ସାହୁ ଏବଂ ଯଶୋବନ୍ତ ସିଂହ ପ୍ରମୁଖ ସାମିଲ ଅଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କ,ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ, ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ସଂଯୋଜକ ବୀରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଙ୍କୁ ସ୍ଵାଗତ କରିଥିଲେ।

କଳାହାଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.