ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଲା ଚାରି ଧାମ ଯାତ୍ରା, ୫୦ ଲକ୍ଷ ଅତିକ୍ରମ କଲା ଭକ୍ତଙ୍କ ସଂଖ୍ୟା

Published: Oct 18, 2023, 10:44 am IST

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ ତାରିଖରୁ ଆରମ୍ଭ ହୋଇଥିବା ଚାରି ଧାମ ଯାତ୍ରା ଏକ ନୂତନ ରେକର୍ଡ ସୃଷ୍ଟି କରି ଗତ କିଛି ବର୍ଷର ରେକର୍ଡ ଭାଙ୍ଗିଛି। ଗତ ବର୍ଷ ସର୍ବାଧିକ ୪୬ ଲକ୍ଷ ଭକ୍ତ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରି, ଯମୁନୋତ୍ରି ଏବଂ ହେମକୁଣ୍ଡ ସାହିବ ଦର୍ଶନ କରିଥିବାବେଳେ ଚଳିତ ବର୍ଷ ୨୦୨୩ ମସିହାରେ ଏପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ କରିଛନ୍ତି। ଏହି ଯାତ୍ରା ଆହୁରୀ ପ୍ରାୟ ୧ ମାସ ବାକି ଅଛି। ଏଭଳି ପରିସ୍ଥିତିରେ ଭକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସ୍ପଷ୍ଟ ହୋଇଛି।

ଚଳିତ ବର୍ଷ ଚାରି ଧାମ ଯାତ୍ରାରେ ଦେଖାଯାଇଥିବା ଭକ୍ତଙ୍କ ଭିଡକୁ ସୁଗମ କରିବାରେ ଉତ୍ତରାଖଣ୍ଡ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ହରିଦ୍ୱାରରୁ ସମଗ୍ର ଚାରି ଧାମ ଯାତ୍ରାର ପ୍ରତ୍ୟେକ ପଦକ୍ଷେପରେ ଭକ୍ତଙ୍କ ଯାତ୍ରାକୁ ସହଜ କରିବା ପାଇଁ ପୋଲିସ ସମସ୍ତ ପ୍ରକାର ଉଦ୍ୟମ କରିଛି।

Related posts