Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ବିଶାଳ ପଟୁଆର
ଆଜିର ଖବର

ଓଡିଶା ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ବିଶାଳ ପଟୁଆର

October 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବହୁ ଆବେଦନ ନିବେଦନ ସତ୍ତ୍ୱେ ଦୀର୍ଘ ଦିନ ଧରି ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଓଡିଶା ବିଭାଗୀୟ ମୁଖ୍ୟ ଦପ୍ତର ସେକ୍ସନ ଅଫିସର ସଂଘ ଓ ଅମଲା ସଂଘକୁ ଡାକି ଆଲୋଚନା ନ କରିବା ପ୍ରତିବାଦରେ ସଂଘ ଦ୍ବୟ ତରଫରୁ ହଜାର ହଜାର କର୍ମଚାରୀ ମୁଖ୍ୟ ଦପ୍ତର (୯ ତାଲା) ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାତ୍ରା କରିବା ସମୟରେ କମିସନରେଟ ପୋଲିସ ତରଫରୁ ମୁଖ୍ୟ ଫାଟକରେ ତାଲା ପକାଇ ଅବରୋଧ କରିଥିଲେ। କର୍ମଚାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଅଡ଼ି ବସିବାରୁ ପୋଲିସ ତରଫରୁ ଏକ ପ୍ରତିନିଧିମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ଦପ୍ତରକୁ ନେଇ ମୁଖ୍ୟମନ୍ତ୍ରୀ ଦପ୍ତରର ଅଧିକାରୀଙ୍କ ସହିତ ଆଲୋଚନା କରାଇଥିଲେ।

୨୦୧୮ ମସିହାରୁ କ୍ୟାଡର ପୁନର୍ଗଠନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ପାଇଥିବା ମୂଳ ପଦବୀକୁ ASO ଭାବେ ଘୋଷଣା କରିବା, ପ୍ରତିଷ୍ଠାନ ଅଧିକାରୀ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ଦେବା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ (ଲେବେଲ – ୧) ପଦବୀ ସୃଷ୍ଟି କରିବା ଇତ୍ୟାଦି ଦାବି ସମ୍ବନ୍ଧରେ ପ୍ରତିନିଧିମଣ୍ଡଳୀ ବ୍ୟାପକ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଦପ୍ତରର ଅଧିକାରୀ ମାନେ ଏଭଳି ଏକ ସ୍ପର୍ଶ କାତର ବିଷୟ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମାଧାନ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଛନ୍ତି। ଆସନ୍ତାକାଲି ତା. ୧୯.୧୦.୨୦୨୩ ରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ସହିତ ଉପରୋକ୍ତ ବିଷୟରେ ଆଲୋଚନା କରିବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଅଛି।

ଉକ୍ତ ପ୍ରତିନିଧିମଣ୍ଡଳୀରେ ସଂଘର ବରିଷ୍ଠ ଉପଦେଷ୍ଠା ପ୍ରଭାତ ମହାନ୍ତି, ସେକ୍ସନ ଅଫିସର ସଂଘର ସଭାପତି ମିହିର ନାରାୟଣ ଜେନା, ସାଧାରଣ ସମ୍ପାଦକ ଭୁବନ ବିହାରୀ ମହାପାତ୍ର, ଅମଲା ସଂଘର ସଭାପତି ସୁଧାଂଶୁ ପାତ୍ର, ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ପାଢ଼ୀ ଓ ବରିଷ୍ଠ ସଭ୍ୟା ମିନାକ୍ଷୀ ମହାପାତ୍ର ପ୍ରତିନିଧିତ୍ବ କରିଥିଲେ।

ବିଶାଳ ଶୋଭାଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.