Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀର୍ଘ ସମୟ ପାଇଁ ଧାଡ଼ିରେ ଠିଆ ହେବା ସମୟ ଗଲା: ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା
ଆଜିର ଖବର

ଦୀର୍ଘ ସମୟ ପାଇଁ ଧାଡ଼ିରେ ଠିଆ ହେବା ସମୟ ଗଲା: ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା

October 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଲିଂ କାଉଣ୍ଟର୍‌ରେ ଦୀର୍ଘ ସମୟ ପାଇଁ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବା ସମୟ ଗଲା। ସରକାରୀ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ତ୍ବରାନ୍ବିତ ରୋଗୀସେବା ନିମନ୍ତେ ଅଭିନବ ପଦକ୍ଷେପ ସ୍ବରୂପ ଏମ୍‌ସ ଭୁବନେଶ୍ୱରରେ ଆଜି ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଣିକି ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ ପେମେଣ୍ଟ୍‌ କରିପାରିବେ ସାଧାରଣଲୋକ। ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଜରିଆରେ ୟୁପିଆଇ ଆଇଡି ବ୍ୟବହାର କରି ବିଭିନ୍ନ କାର୍ଡ/ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ହୋଇପାରିବ ପେମେଣ୍ଟ ବ୍ୟବସ୍ଥା।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ.) ଆଶୁତୋଷ ବିଶ୍ବାସ ଆଜି ଏହି ଜନହିତକାରୀ ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ। ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍‌ ଇଣ୍ଡିଆ ମିସନ୍‌କୁ ସଫଳ କରିବା ତଥା ଲୋକଙ୍କୁ ସହଜ, ସରଳ ଭାବେ ପେମେଣ୍ଟ୍‌ କରିବାର ମାଧ୍ୟମ ଯୋଗାଇଦେବାକୁ ଏମ୍‌ସ ପକ୍ଷରୁ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏହା ଦ୍ବାରା ଆଉ ଲମ୍ବା ସମୟ ପାଇଁ ଧାଡ଼ିରେ ଠିଆ ହେବାର ଆବଶ୍ୟକତା ରହିବ ନାହିଁ। ଏପରିକି ଦେଶର ଯେକୌଣସି ସ୍ଥାନରୁ ମଧ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ଏହି ପେମେଣ୍ଟ୍‌ କରିପାରିବେ। ଫଳରେ ରୋଗୀ କିମ୍ବା ତାଙ୍କର ସମ୍ପର୍କୀୟମାନେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ଏହାଦ୍ବାରା ସମୟ ସଞ୍ଚୟ ହେବା ସହିତ ଚିକିତ୍ସାସେବା ଜଲ୍‌ଦି ହୋଇପାରିବ। ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଆଜିଠାରୁ ପ୍ରଚଳିତ ହୋଇଥିବା ଏହି ଡିଜିଟାଲ୍‌ ପେମେଣ୍ଟ୍‌ ବ୍ୟବସ୍ଥା ପୁରା ଦେଶରେ ମଧ୍ୟ ଅଭିନବ ବୋଲି ଡ. ବିଶ୍ବାସ ସୂଚନା ଦେଇଛନ୍ତି।

ଏମ୍‌ସ ଭୁବନେଶ୍ୱରର ଏହି ଇ-ପେମେଣ୍ଟ ବ୍ୟବସ୍ଥାର ଲାଭ ପାଇବାକୁ ହେଲେ, ଜଣେ ବ୍ୟକ୍ତିଙ୍କୁ ନିଜ ମୋବାଇଲ୍‌ରେ କିଛି ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ। ପ୍ରଥମ ସୋପାନରେ ବ୍ୟକ୍ତିଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ “ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍”ଡାଉନଲୋଡ୍ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ, ତାଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ ଲଗ୍ଇନ୍ କରିବାକୁ ହେବ। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ହିତାଧିକାରୀଙ୍କ ମୋବାଇଲ୍‌କୁ ଏକ ଓଟିପି ନମ୍ବର ଆସିବ। ଓଟିପି ନମ୍ବର ଦେବା ପରେ ସ୍ବାସ୍ଥ୍ୟ ଆପ୍‌ର ପେଜ୍‌ ମୋବାଇଲ୍‌ରେ ଡିସ୍‌ପ୍ଲେ ହେବ। ଏହା ପରେ ଉପଭୋକ୍ତାଙ୍କୁ ବିଲିଂ ପ୍ରକ୍ରିୟା ଚୟନ କରିବାକୁ ପଡିବ, ଯାହା ପରେ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଉପଭୋକ୍ତା ନିଜର ସୁବିଧା ଅନୁଯାୟୀ ଡିଜିଟାଲ୍‌ ପେମେଣ୍ଟ୍‌ ବ୍ୟବସ୍ଥା ଚୟନ କରିବେ। ପେମେଣ୍ଟ୍‌ ପ୍ରକ୍ରିୟା ସମାପ୍ତ ହେବା ପରେ ଏକ ରସିଦ ପ୍ରଦର୍ଶିତ ହେବ ଯାହା ପରବର୍ତ୍ତୀ ବ୍ୟବହାର ପାଇଁ ଡାଉନଲୋଡ୍ ହୋଇ ବ୍ୟବହାର ହୋଇପାରିବ।

ଦେୟ ପ୍ରକ୍ରିୟା ସମାପ୍ତ ହେବା ପରେ ରୋଗୀମାନେ ସିଧାସଳଖ ନମୁନା ସଂଗ୍ରହ କାଉଣ୍ଟର୍‌କୁ ଯାଇପାରିବେ। ନିଜେ କିମ୍ବା ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ଉପରୋକ୍ତ ପ୍ରକ୍ରିୟା ସମାପନ ହୋଇପାରି। ଏନେଇ ବିକଶିତ ଆପ୍‌ ଜରିଆରେ ଖୁବ୍‌ କମ ସମୟରେ ସମସ୍ତ ପ୍ରକ୍ରିୟା ସମାପନ ହେଉଛି। ଏହା ବିଲିଂ କାଉଣ୍ଟରରେ ଲମ୍ବା ଧାଡ଼ିର ଅପେକ୍ଷାରୁ ବିରତି ଦେବ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ଆଇଟି ଚେୟାରମ୍ୟାନ୍ ଡ. ମନୋଜ କୁମାର ମହାନ୍ତି ଏବଂ ଆଇଟି ବିଭାଗର ସଦସ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ ପେପର୍‌ଲେସ ଅଫିସ୍‌ ନିମନ୍ତେ ଏମ୍‌ସ ଭୁବନେଶ୍ୱର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। କିଛିଦିନ ତଳେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଇ-ଅଫିସ୍‌ ବ୍ୟବସ୍ଥାର ପ୍ରଚଳନ କରିସାରିଛି। ଆଜି ଆରମ୍ଭ ହୋଇଥିବା ଇ-ପେମେଣ୍ଟ୍‌ ବ୍ୟବସ୍ଥାର ବ୍ୟାପକ ପ୍ରଚଳନ ନିମନ୍ତେ ଏମ୍‌ସ ପକ୍ଷରୁ ସମସ୍ତଙ୍କୁ ସଚେତନ କରାଯିବ। ଯାହାଫଳରେ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ। ସୂଚନାଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱରକୁ ଦୈନିକ ଚାରି ହଜାରରୁ ସାଢ଼େଚାରିହଜାର ରୋଗୀ ଚିକିତ୍ସାସେବା ନିମନ୍ତେ ଆସୁଛନ୍ତି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026
Latest News

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଭରପୁର ମନୋରଞ୍ଜନ ଦେଲା ପଶୁ ମୁଖା ନୃତ୍ୟ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.