Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀରେ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଆଜିର ଖବର

କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀରେ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

October 20, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ. ପି . କେ. ମିଶ୍ର ଆଜି ନୂଆଦିଲ୍ଲୀ ଠାରେ କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀରେ ପୂର୍ଣ୍ଣାଙ୍ଗ ଅଧିବେଶନ – ୪ କୁ ସମ୍ବୋଧିତ କରିଛନ୍ତି।
ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରି ପ୍ରମୁଖ ସଚିବ ଭାରତର ଜି – ୨୦ ଅଧ୍ୟକ୍ଷତାର ଐତିହାସିକ ଘଟଣା ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହା ଏକ ଐତିହ୍ୟର ଛାପ ଛାଡିବାକୂ ଯାଉଛି ଯାହା କିପରି ବିଶ୍ୱ ଆଗାମୀ ବର୍ଷ ଗୁଡ଼ିକରେ ଜଟିଳ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବ ତାହା ଉପରେ ପ୍ରଭାବ ପକାଇବ । ବିଶ୍ୱ ସମ୍ମୁଖୀନ ହେଉଥିବା ଜଟିଳ ଏବଂ ଅଭୂତପୂର୍ବ ଆହ୍ୱାନ ଗୁଡ଼ିକୁ ଉଲ୍ଲେଖ କରି ଡକ୍ଟର ମିଶ୍ର ଉଲ୍ଲେଖ କରିଥିଲେ ଯେ , “ବିଶ୍ୱ ଆହ୍ୱାନର ବୃଦ୍ଧି ପାଉଥିବା ବ୍ୟାପକତା ଏବଂ ଜଟିଳତା ପରିପ୍ରେକ୍ଷୀରେ ଭାରତ ଜି – ୨୦ ଅଧ୍ୟକ୍ଷତା ଗ୍ରହଣ କରିଛି” । ସେ ଗୁରୁତ୍ୱାରୋପ କରିଥିଲେ ଯେ , ଏହି ବୈଶ୍ୱିକ ଆହ୍ୱାନ ଗୁଡ଼ିକ ଜନସଂଖ୍ୟାର ଦୁର୍ବଳ ବର୍ଗକୁ ଅସମାନ ଭାବରେ ପ୍ରଭାବିତ କରିଥାଏ ଏବଂ ବିଶେଷ କରି ନିମ୍ନ ଆୟ ଏବଂ ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ମାନବତାର ପ୍ରଗତିକୁ ରୋକିବା ଭଳି ବିପଦ ସୃଷ୍ଟି କରେ ।

ମୁଖ୍ୟ ଶାସନ ସଚିବ ଭାରତର ଜି – ୨୦ ବିଜ୍ଞପ୍ତି ଏବଂ ଅନ୍ୟାନ୍ୟ ଫଳାଫଳ ଦସ୍ତାବିଜ ଉପରେ ଆଲୋକପାତ କରିଥିଲେ , ଯେଉଁଥିରେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି) ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା, ଯାହା କି ପୂର୍ଣ୍ଣାଙ୍ଗ ଅଧିବେଶନର ବିଷୟବସ୍ତୁ ମଧ୍ୟ ଥିଲା । ଡଃ ମିଶ୍ର ସୂଚନା ଦେଇଥିଲେ ଯେ ଜି – ୨୦ , ୨୦୨୩ ଆକ୍ସନ ପ୍ଲାନରେ ସମନ୍ୱିତ, ଏକୀକୃତ ଏବଂ ଅନ୍ତର୍ଭୁକ୍ତ ଜି – ୨୦ କାର୍ଯ୍ୟ ପାଇଁ ଏକ ମହତ୍ୱାକାଂକ୍ଷୀ ୭ ବର୍ଷିଆ ରୋଡମ୍ୟାପ୍ ପରିକଳ୍ପନା କରାଯାଇଛି । ଏହି ଆକ୍ସନ ପ୍ଲାନ ବିକାଶଶୀଳ ଦେଶମାନଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି ଉପରେ ଦୃଢ଼ ସହମତି ହାସଲ କରିବାରେ ସଫଳ ହୋଇଛି । ଏଥିରେ ଅନ୍ତର୍ଜାତୀୟ ଆର୍ଥିକ ଢାଞ୍ଚାରେ ସଂସ୍କାର ଆଣିବାକୁ ମଧ୍ୟ ଦାବି କରାଯାଇଛି ।

ଆକ୍ସନ ପ୍ଲାନରେ ଏକ ଆନ୍ତର୍ଜାତିକ ସକ୍ଷମ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯାଇଛି , ଯାହା ବିଶ୍ୱସ୍ତରରେ ନ୍ୟାୟସମ୍ପନ୍ନ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ଏବଂ ବିକାଶ ନିମନ୍ତେ ତଥ୍ୟ (ଡି୪ଡି)ର ସମ୍ଭାବନାକୁ ଉନ୍ମୁକ୍ତ କରିବ ଏବଂ ସାମାଜିକ ସଶକ୍ତିକରଣ ପାଇଁ ଦାୟିତ୍ୱପୂର୍ଣ୍ଣ ଢଙ୍ଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛି । ଡକ୍ଟର ମିଶ୍ର ଆହୁରି ମଧ୍ୟ ଆଲୋକପାତ କରିଥିଲେ ଯେ ମହିଳା ମାନଙ୍କ ନେତୃତ୍ୱାଧୀନ ବିକାଶର ଭାରତୀୟ ଧାରଣା ଦସ୍ତାବିଜରେ ପ୍ରତିଫଳିତ ହୋଇଛି ଏବଂ ନିରନ୍ତର ବିକାଶ ପାଇଁ ମାନବ କେନ୍ଦ୍ରିତ ଜୀବନଶୈଳୀ (ଏଲଆଇଏଫଇ) ଆଭିମୁଖ୍ୟ ମଧ୍ୟ ପ୍ରତିଫଳିତ ହୋଇଛି ।

ଭାରତର ଜି – ୨୦ ନେତୃତ୍ୱ ଅନୁସାରେ, ଡ. ମିଶ୍ର ଏହାର ଜି – ୨୦ ଅଧ୍ୟକ୍ଷତା ପାଇଁ ‘ବସୁଧୈବ କୁଟୁମ୍ବକମ୍’ କିମ୍ବା ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ର ଚୟନିତ ବିଷୟବସ୍ତୁ ଉପରେ ଆଲୋକପାତ କରି କହିଲେ ଯେ ଏହା ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ୨୦୩୦ ଏଜେଣ୍ଡାର ଆଦର୍ଶକୁ ପ୍ରତିଫଳିତ କରୁଛି ଏବଂ ପୃଥିବୀର ସୁରକ୍ଷା ଏବଂ ଆମର ଭବିଷ୍ୟତ ପିଢ଼ି ପାଇଁ ଏହାକୁ ସୁରକ୍ଷିତ ରଖିବାର ସାମୂହିକ ସଂକଳ୍ପକୁ ପ୍ରଦର୍ଶିତ କରୁଛି ।

ଡକ୍ଟର ମିଶ୍ର ସାମ୍ପ୍ରତିକ ବୈଶ୍ୱିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଶ୍ୱିକ ପ୍ରୋଫାଇଲ୍ ଏବଂ ଗତ କିଛି ବର୍ଷ ମଧ୍ୟରେ ଦେଶର ସଫଳତାକୁ ଶ୍ରେୟ ଦେଇଛନ୍ତି । ସେ ସୂଚନା ଦେଇଥିଲେ ଯେ ଭାରତର ଅଧ୍ୟକ୍ଷତା ସମୟରେ ମହିଳା ସଶକ୍ତିକରଣ ଉପରେ କାର୍ଯ୍ୟକାରୀ ଗୋଷ୍ଠୀ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ କାର୍ଯ୍ୟକାରୀ ଗୋଷ୍ଠୀ ନାମକ ଦୁଇଟି ନୂତନ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା ।

ବିକାଶଶୀଳ ଦେଶ ଗୁଡ଼ିକର ସ୍ୱର ଏବଂ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଭାରତ କିପରି ଏହାର ଜି – ୨୦ ଅଧ୍ୟକ୍ଷତାକୁ ବ୍ୟବହାର କରିଥିଲା ସେ ବିଷୟରେ ପ୍ରମୁଖ ସଚିବ ଉଲ୍ଲେଖ କରିଥିଲେ ।

ଭାରତର ଅଧ୍ୟକ୍ଷତାରେ ଜି – ୨୦ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଆଫ୍ରିକୀୟ ସଂଘକୁ ଜି – ୨୦ ର ସ୍ଥାୟୀ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରିଥିଲା । ଏପରି କରି ଆମେ ଏକ ସମଗ୍ର ମହାଦେଶକୁ ସ୍ୱର ଦେଇଛୁ ଯାହା ଦୀର୍ଘ ଦିନ ଧରି ଏହାର ପ୍ରାପ୍ୟ ଥିଲା” ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ଜି – ୨୦ ଅଧ୍ୟକ୍ଷତା ସମୟରେ ମୁଖ୍ୟ ପ୍ରସଙ୍ଗରେ ଦକ୍ଷିଣ ବିଶ୍ୱ ଦ୍ୱାରା ପ୍ରଦର୍ଶିତ ଏକତାକୁ ଅଭୂତପୂର୍ବ ବୋଲି ଉଲ୍ଲେଖ କରି ଡ. ମିଶ୍ର ଏହା ମଧ୍ୟ କହିଥିଲେ ଯେ ଭାରତର ଜି – ୨୦ ଅଧ୍ୟକ୍ଷତା ଅଧୀନରେ ସ୍ଥାୟୀ ସହମତିରେ ଜି – ୨୦ ଗୋଷ୍ଠୀକୁ ଅଧିକ ସୁଦୃଢ଼, ସ୍ଥିର ଏବଂ ପ୍ରଭାବଶାଳୀ କରାଯାଇଛି ।

କ୍ରସ୍ କଟିଂ ସମାଧାନ ପ୍ରଦାନରେ ଭାରତର ଅଭିଜ୍ଞତା ଉପରେ ଆଲୋକପାତ କରି ପ୍ରମୁଖ ସଚିବ ଦାରିଦ୍ର୍ୟ ଦୂରୀକରଣ, ସ୍ୱଚ୍ଛ ରନ୍ଧନ ଇନ୍ଧନ ଉପଲବ୍ଧତା, ବିଜୁଳି ଉପଲବ୍ଧତା, ଆର୍ôଥକ ଅନ୍ତର୍ଭୁକ୍ତିକରଣ, ସ୍ୱଚ୍ଛତା ଇତ୍ୟାଦି ସମେତ ବିଭିନ୍ନ ନିରନ୍ତର ବିକାଶ ଲକ୍ଷ୍ୟରେ ଅନେକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସମ୍ପର୍କରେ ଉଲ୍ଳେଖ କରିଥିଲେ । ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଗରିବ ଲୋକମାନଙ୍କ ପାଇଁ ବିପର୍ଯ୍ୟୟଜନକ ସ୍ୱାସ୍ଥ୍ୟ ଖର୍ଚ୍ଚ ହ୍ରାସ କରିବା ନିମନ୍ତେ ସ୍ୱାସ୍ଥ୍ୟ ବୀମା କଭରେଜ୍ ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଯୋଜନା ଉପରେ ପ୍ରମୁଖ ସଚିବ ଆଲୋକପାତ କରିଥିଲେ ।

ସେ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରିଥିଲେ ଯାହା ଶାସନ, ଦକ୍ଷତାର ସହ ବିତରଣ ଏବଂ ଅନ୍ତର୍ଭୁକ୍ତି ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । କେହି ଯେପରି ପଛରେ ନ ପଡ଼ିବେ ସେଥିପାଇଁ କାର୍ଯ୍ୟକାରୀ ହୋଇଥିବା ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଭାରତର ଅଧ୍ୟକ୍ଷତା ଆଜି ଓ ଆସନ୍ତାକାଲିର କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହୋଇଛି ବୋଲି ଡଃ. ମିଶ୍ର ମଧ୍ୟ ଗୁରୁତ୍ୱାରୋପ କରି କହିଥିଲେ । ଜି – ୨୦ ନୂଆଦିଲ୍ଲୀ ନେତୃବୃନ୍ଦଙ୍କ ଘୋଷଣାନାମା ଏହି କଥାର ଏକ ପ୍ରମାଣ ଯେ ସଠିକ ଗୁରୁତ୍ୱର ସହିତ ବିଶ୍ୱର ସବୁଠାରୁ ଗମ୍ଭୀର ଆହ୍ୱାନ ଗୁଡିକର ମୁକାବିଲା କରିବାରେ ବିଶ୍ୱ ସବୁଠାରୁ ବିଖଣ୍ଡିତ ସମୟରେ ମଧ୍ୟ ଏକାଠି ହୋଇ ପାରିବ ।

ଡଃ ପି. କେ. ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025

GST ହ୍ରାସ ପରେ Hero Glamour କେତେ ଶସ୍ତା ହେବ? କିଣିବା ପୂର୍ବରୁ ଜାଣନ୍ତୁ ବିବରଣୀ

September 14, 2025

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

September 14, 2025

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025
Latest News

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025

GST ହ୍ରାସ ପରେ Hero Glamour କେତେ ଶସ୍ତା ହେବ? କିଣିବା ପୂର୍ବରୁ ଜାଣନ୍ତୁ ବିବରଣୀ

September 14, 2025

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

September 14, 2025

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025

ଟିମ୍ ଇଣ୍ଡିଆକୁ ଝଟକା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ୍ ଆହତ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.