Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇସ୍ରାଏଲ ଏବଂ ହମାସକୁ ନିନ୍ଦା କରି ଭାରତ ବିଷୟରେ ଉଲ୍ଲେଖ କଲେ ସାଉଦି ପ୍ରିନ୍ସ, ଜାଣନ୍ତୁ ସେ କ’ଣ କହିଲେ?
ଆଜିର ଖବର

ଇସ୍ରାଏଲ ଏବଂ ହମାସକୁ ନିନ୍ଦା କରି ଭାରତ ବିଷୟରେ ଉଲ୍ଲେଖ କଲେ ସାଉଦି ପ୍ରିନ୍ସ, ଜାଣନ୍ତୁ ସେ କ’ଣ କହିଲେ?

October 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ହିଂସା ପ୍ରସଙ୍ଗରେ ସାଉଦି ଆରବର ପ୍ରିନ୍ସ ତୁର୍କୀ ଅଲ-ଫୈସଲ ଏକ ଅଭିଭାଷଣରେ ବ୍ରିଟିଶ ଶାସନରେ ଭାରତର ବିଦ୍ରୋହ ଏବଂ ନାଗରିକ ଆଇନ ଅମାନ୍ୟ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରିଛନ୍ତି। ଭାରତରେ ବିଦ୍ରୋହ ଏବଂ ଆଇନ ଅମାନ୍ୟ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ଏହା ସହିତ ଅଲ-ଫୈସଲ ଲୋକଙ୍କ ଉପରେ ଆକ୍ରମଣ କରିଥିବାରୁ ହମାସ ଏବଂ ଇସ୍ରାଏଲକୁ ନିନ୍ଦା କରିଥିଲେ।

ସାଉଦି ଆରବର ରାଜକୁମାର ତୁର୍କୀ ଅଲ-ଫୈସଲ କ’ଣ କହିଛନ୍ତି?:

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଅଲ-ଫୈସଲ କହିଛନ୍ତି ଯେ, ସାମରିକ ଦଖଲରେ ଥିବା ସମସ୍ତ ଲୋକଙ୍କର ମଧ୍ୟ ଏହି ଦଖଲକୁ ବିରୋଧ କରିବାର ଅଧିକାର ରହିଛି। ମୁଁ ସାମରିକ ବିକଳ୍ପକୁ ସମର୍ଥନ କରେ ନାହିଁ। ମୁଁ ନାଗରିକ ବିଦ୍ରୋହ ଏବଂ ନାଗରିକ ଅବମାନନା ପସନ୍ଦ କରେ। ଏହାଦ୍ୱାରା ଭାରତରେ ବ୍ରିଟିଶ ସାମ୍ରାଜ୍ୟ ଏବଂ ପୂର୍ବ ୟୁରୋପରେ ସୋଭିଏତ୍ ସାମ୍ରାଜ୍ୟର ପତନ ଘଟିଥିଲା… ”

‘ଏହି ସଂଗ୍ରାମରେ କୌଣସି ହିରୋ ନାହାଁନ୍ତି’:

ସାଉଦି ଆରବର ପୂର୍ବତନ ବରିଷ୍ଠ ସରକାରୀ ଅଧିକାରୀ ତଥା ଗୁପ୍ତଚର ବିଭାଗର ପୂର୍ବତନ ମୁଖ୍ୟ ଫୈସଲ କହିଛନ୍ତି ଯେ, ମୁଁ ହମାସ ଏବଂ ଇସ୍ରାଏଲ୍ ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରୁଛି। ଏହି ସଂଗ୍ରାମରେ କୌଣସି ହିରୋ ନାହାଁନ୍ତି, କେବଳ ପୀଡିତ ଅଛନ୍ତି।” ଏହି ସପ୍ତାହ ପୂର୍ବରୁ ସେ ଆମେରିକାର ବେକର ଇନଷ୍ଟିଚ୍ୟୁଟରେ ଏକ ଭାଷଣ ଦେଇଥିଲେ ଯେଉଁଥିରେ ସେ ଏହି କଥା କହିଥିଲେ।

ହମାସ ଏବଂ ଇସ୍ରାଏଲ ମଧ୍ୟରେ ୧୬ ତମ ଦିନ ପାଇଁ ଯୁଦ୍ଧ ଜାରି ରହିଛି:

ଉଲ୍ଲେଖ ଯୋଗ୍ୟ ଯେ, ଦକ୍ଷିଣ ଇସ୍ରାଏଲ ଉପରେ ହାମାସ ଆକ୍ରମଣ ପରେ ୧୬ ତମ ଦିନ ପାଇଁ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୭ ଅକ୍ଟୋବର ସକାଳେ ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହା ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କଲା।

ଇସ୍ରାଏଲ୍ ଅନୁଯାୟୀ, ହମାସ ସ୍ଥିତିକୁ ଟାର୍ଗେଟ କରି ଗାଜାରେ ଏୟାର ଷ୍ଟ୍ରାଇକ୍ କରୁଛି। ସ୍ଥାନୀୟ ଗଣମାଧ୍ୟମରେ ଅନେକ ରିପୋର୍ଟ ଦାବି କରିଛି ଯେ, ଗାଜାରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବାକୁ ଇସ୍ରାଏଲ୍ ପ୍ରସ୍ତୁତ ହେଉଛି।

ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯନ୍ତ୍ରଣାଦାୟକ ପରିସ୍ଥିତି ଯୋଗୁଁ ବହୁ ସଂଖ୍ୟକ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଅଲ ଜଜିରା ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧ ଯୋଗୁଁ ଗାଜାରେ ୪,୬୫୧ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ୧୪୦୦ ରୁ ଅଧିକ ଇସ୍ରାଏଲର ମୃତ୍ୟୁ ଘଟିଛି।

ଇସ୍ରାଏଲ ବ୍ରିଟିଶ ଶାସନ ଭାରତ ହମାସ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026
Latest News

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.