ଫ୍ରେଞ୍ଚ ଓପନ୍‌ : ଫେଡେରରଙ୍କୁ ହରାଇ ଫାଇନାଲରେ ନାଦାଲ

Published: Jun 8, 2019, 10:24 am IST
Nadal beats Federer to reach French Open final

ଡିଫେଣ୍ଡିଂ ଚାମ୍ପିୟନ୍‌ ରାଫେଲ ନାଦାଲ ନିଜର ନିକଟକତମ ପ୍ରତିଦ୍ବନ୍ଦୀ ରୋଜର ଫେଡେରରଙ୍କୁ ପରାସ୍ତ କରି ରୋଲାଣ୍ଡ ଗ୍ୟାରସ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୧୧ ଥର ଫ୍ରେଞ୍ଚ ଓପନ ଟାଇଟଲ ଜିତିଥିବା ନାଦାଲ ୨୦ ଗ୍ରାଣ୍ଡସ୍ଲାମ ବିଜେତା ଫେଡେରରଙ୍କୁ ୬-୩, ୬-୪ ଏବଂ ୬-୨ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଫେଡେରରଙ୍କ ବିପକ୍ଷରେ ମ୍ୟାଚ୍‌ ଅତ୍ୟନ୍ତ କଷ୍ଟ ସାଧ୍ୟ ରହିଥିଲା ବୋଲି ୩୩ ବର୍ଷୀୟ ନାଦାଲ ପ୍ରକାଶ କରିଛନ୍ତି। ପ୍ରଥମ ଦୁଇ ସେଟ୍‌ରେ ଫେଡେରର ୨-୦ ଅଗ୍ରଣୀରୁ ଆରମ୍ଭ କରିଥିଲେ ମଧ୍ୟ କ୍ଲେ କୋର୍ଟର ବାଦଶାହା ନାଦାଲ ୩୭ ବର୍ଷୀୟ ଫେଡେରରଙ୍କୁ ଅନାୟାସରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ପରେ ନାଦାଲଙ୍କୁ ପ୍ରଶଂସା କରିଛନ୍ତି ଫେଡେରର। କ୍ଲେ କୋର୍ଟରେ ନାଦାଲଙ୍କ ଡିଫେଣ୍ଡିଂ ଅତ୍ୟନ୍ତ ଚମତ୍କାର ରହିଥିଲା ଫଳରେ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିନଥିଲା ବୋଲି ଫେଡେରର ପ୍ରକାଶ କରିଛନ୍ତି।

Related posts